ପ୍ରମୂଖ ଖବର
  • ରାୟଗଡ଼ା : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ
  • ||
  • ବଲାଙ୍ଗୀର : ଜାମପଡା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ
  • ||
  • ରାଜସ୍ଥାନରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ଼
  • ||
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

'ଭାରତ ଫେରିଯାଅ', ଆୟରଲ୍ୟାଣ୍ଡରେ ଜଣେ ୬ ବର୍ଷର ଝିଅ ଉପରେ ଆକ୍ରମଣ, ଛାତିଥରା କାହାଣୀ ବଖାଣିଲେ ନର୍ସ ମାଆ

Published By : Anindita Ratha | August 7, 2025 9:45 AM

ନୂଆଦିଲ୍ଲୀ,୦୭/୦୮: ଆୟରଲ୍ୟାଣ୍ଡରେ ଭାରତୀୟ ବଂଶୋଦ୍ଭବ ଲୋକଙ୍କ ଉପରେ ଜାତିଭେଦ ଆକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଉ ଏହାରି ମଧ୍ୟରେ ଜଣେ ଛଅ ବର୍ଷର ଝିଅ ଉପରେ ହୋଇଛି  ଆକ୍ରମଣ । ଆକ୍ରମଣକାରୀମାନେ କୁନି ଝିଅକୁ କେବଳ  "ଡାର୍ଟି ଇଣ୍ଡିଆନ୍" ବୋଲି କହି  ଗାଳି ଦେଇ ନଥିଲେ ବରଂ 'ଭାରତ ଫେରିଯାଅ' ବୋଲି କହି ହିଂସାତ୍ମକ ଆକ୍ରମଣ କରିଥିଲେ।  ଏହି ହୃଦୟବିଦାରକ ଘଟଣା ସମସ୍ତଙ୍କୁ ଚକିତ କରୁଛି।

ସୂଚନା ମୁତାବକ, ଝିଅଟିର ମାଆ ୮ ବର୍ଷ ଧରି ଆୟରଲ୍ୟାଣ୍ଡରେ ରହିଆସୁଥିବା ବେଳେ ନିକଟରେ ସେ  ଆୟରଲ୍ୟାଣ୍ଡ ନାଗରିକ ହୋଇଛନ୍ତି। ମହିଳା ଜଣକ ପେଶାରେ ଜଣେ ନର୍ସ। ସେ କହିଛନ୍ତି ଯେ, ତାଙ୍କ ଝିଅ ଉପରେ ୧୨ ରୁ ୧୪ ବର୍ଷ ବୟସର ପୁଅମାନେ ଆକ୍ରମଣ କରିଥିଲେ। ପାଞ୍ଚ ଜଣ ପୁଅ ତାଙ୍କ ମୁହଁରେ ମୁଥ ମାରିଥିଲେ ଜଣେ ସାଇକେଲ ଚକରେ ତାଙ୍କ ଗୁପ୍ତାଙ୍ଗକୁ ଆଘାତ କରିଥିଲେ, ଯାହା ଫଳରେ ତାଙ୍କୁ ଭୟଙ୍କର ଯନ୍ତ୍ରଣା ହୋଇଥିଲା । ଏଥିସହ ଝିଅଟିକୁ 'ଅଶ୍ଳୀଳ ଭାରତୀୟ' ବୋଲି କହି ତାତ୍ସଲ୍ୟ ମଧ୍ୟ କରିଥିଲେ । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଆଉ ଆୟରଲ୍ୟାଣ୍ଡରେ ସୁରକ୍ଷିତ ଅନୁଭବ କରୁନାହାଁନ୍ତି। ସେ ଏହି ଘଟଣା ବିଷୟରେ ଆଇରିସ୍ ପୁଲିସ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ସେହି ପୁଅମାନଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ, ସେ ଚାହାଁନ୍ତି ଯେ ସେମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ ଏବଂ ପରାମର୍ଶ ଦିଆଯାଉ ଯାହା ଦ୍ୱାରା ସେମାନେ ଭବିଷ୍ୟତରେ ଏପରି ନକରନ୍ତି।ତେବେ ଏହି ଘଟଣା ସମଗ୍ର ପରିବାରକୁ ଭୟଭୀତ କରିଦେଇଛି। ପ୍ରକାଶ ଥାଉକି, ପୂର୍ବରୁ ୨୩ ବର୍ଷ ଧରି ଆୟରଲ୍ୟାଣ୍ଡରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଟ୍ୟାକ୍ସି ଡ୍ରାଇଭର ଲଖବୀର ସିଂହଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଲଖବୀର ସ୍ଥାନୀୟ ଗଣମାଧ୍ୟମକୁ କହିଥିଲେ ଯେ, ଡବଲିନର ବାଲିମୁନ୍ ଉପକଣ୍ଠ ପପିନ୍ଟ୍ରିରେ ଦୁଇଜଣ ଯୁବକ ବିନା କୌଣସି କାରଣରେ ତାଙ୍କ ଉପରେ ଆକ୍ରମଣ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.