ପ୍ରମୂଖ ଖବର
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

କେନ୍ଦ୍ରୀୟ ମ୍ୟାଲେରିଆ ପରୀକ୍ଷାଗାରରେ ଅବ୍ୟବସ୍ଥା; ବଢ଼ୁଛି ମ୍ୟାଲେରିଆ, ନାହାନ୍ତି ଏମ୍‌ଏଲ୍‌ଟି

Published By : Swapna Ray | August 9, 2025 3:04 PM

ଭୁବନେଶ୍ୱର, ୯।୮: ରାଜ୍ୟରେ ମ୍ୟାଲେରିଆ ସଂଖ୍ୟା କ୍ରମାଗତ ଭାବେ ବଢ଼ୁଛନ୍ତି । ମାଲକାନଗିରି, ରାୟଗଡ଼ା, କନ୍ଧମାଳ, କୋରାପୁଟ ଭଳି ଜିଲ୍ଲାରେ ମ୍ୟାଲେରିଆ ଉଦବେଗଜନକ ସ୍ଥିତିରେ ରହିଛି । ଭୁବନେଶ୍ୱରରେ ମଧ୍ୟ ରୋଗୀ ବାହାରିଲେଣି । ଏଭଳିସ୍ଥିତିରେ ମ୍ୟାଲେରିଆ ମୁକାବିଲା ପାଇଁ ରାଜ୍ୟ ସରକାର ସବୁ କ୍ଷେତ୍ରରେ ପ୍ରସ୍ତୁତ ଥିବା କହୁଛନ୍ତି । ହେଲେ ରାଜଧାନୀ ଭୁବନେଶ୍ୱରରେ ଥିବା କେନ୍ଦ୍ରୀୟ ମ୍ୟାଲେରିଆ ପରୀକ୍ଷାଗାର(ଭେକ୍ଟର ବାହିତ ରୋଗ)ରେ କର୍ମଚାରୀ(ମ୍ୟାଲେରିଆ ଲାବୋରେଟୋରୀ ଟେକ୍ନିସିଆନ୍‌)ଙ୍କ ଅଭାବ ଦେଖାଦେଇଛି । ଏହି ପରୀକ୍ଷାଗାରରେ ଯେଉଁଠି ୧୩ କର୍ମଚାରୀ ରହିବା ଆବଶ୍ୟକ ସେଠାରେ ଅଛନ୍ତି ମାତ୍ର ୨ଜଣ । ୯୫ ପ୍ରତିଶତ କର୍ମଚାରୀ ନଥିବାରୁ ମ୍ୟାଲେରିଆ ସହ ଫାଇଲେରିଆ ପରୀକ୍ଷାରେ ସମସ୍ୟା ସୃଷ୍ଟି ହେଉଛି । ପୂର୍ବରୁ ୟୁନିଟ-୩ ରାମମନ୍ଦିର ସମ୍ମୁଖରେ ଏହି ପରୀକ୍ଷାଗାର ଥିଲା । କିଛିବର୍ଷ ପୂର୍ବେ କ୍ୟାପିଟାଲ ହସ୍ପିଟାଲ ନୂଆ ପିଜିଆଇଏମଇଆର ପାଖକୁ ପରୀକ୍ଷାଗାରଟି ସ୍ଥାନାନ୍ତର ହୋଇଛି । ରାଜ୍ୟରେ ଥିବା ୩୦ ଜିଲ୍ଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପରୀକ୍ଷାଗାର କାମ କରୁଛି । ଯେଉଁଠି ଜାତୀୟ ଭେକ୍ଟରବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନୁସାରେ ମଶାଙ୍କ ଦ୍ୱାରା ବ୍ୟାପୁଥିବା ମ୍ୟାଲେରିଆ ଓ ଫାଇଲେରିଆ ରୋଗୀଙ୍କ ନମୁନା ଆଣି ପରୀକ୍ଷା କରାଯାଏ । 

ନିୟମ ଅନୁସାରେ, ପ୍ରଥମେ ଜିଲ୍ଲାସ୍ତରରେ ନମୁନା ସଂଗ୍ରହ କରାଯାଇ ସଂପୃକ୍ତ ଜିଲ୍ଲାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ପିଏଚସି), ଉପଖଣ୍ଡସ୍ତରୀୟ ହସ୍ପିଟାଲ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌)କୁ ଅଣାଯାଏ । ସେଠାରେ ଥିବା ପରୀକ୍ଷାଗାରରେ ସଂଗୃହିତ ନମୁନା ପରୀକ୍ଷା କରାଯାଇଥାଏ । ହେଲେ ସେତିକି ଯଥେଷ୍ଟ ନୁହେଁ, ନମୁନାର ଚୂଡାନ୍ତ ପରୀକ୍ଷା ପାଇଁ ପରବର୍ତ୍ତୀ ସମୟରେ ତାକୁ ଏହି କେନ୍ଦ୍ରୀୟ ମ୍ୟାଲେରିଆ ପରୀକ୍ଷାଗାରକୁ ପଠାଯାଏ । ଏଠାରେ ପୁଣି ଥରେ ରୋଗୀଙ୍କ ସ୍ୱାବ୍‌ର ଚୂଡ଼ାନ୍ତ ପରୀକ୍ଷା କରାଯାଏ । ଉକ୍ତ ରିପୋର୍ଟକୁ ଦିଲ୍ଲୀରେ ଥିବା ଭେକ୍ଟର ବାହିତ ରୋଗ କାର୍ଯ୍ୟାଳୟ(ଭିବିଡି)କୁ ପଠାଯାଏ । କିନ୍ତୁ, ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାଗାରରେ ୧୩ଜଣଙ୍କ ସ୍ଥାନରେ ମାତ୍ର ୨ଜଣ ଏମ୍‌ଏଲ୍‌ଟି କର୍ମଚାରୀ ଅଛନ୍ତି । ଅଫିସ ସଫା ରଖିବା ପାଇଁ ଜଣେ ଅସ୍ଥାୟୀ ସଫେଇ କର୍ମଚାରୀ ବି ରହିଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଏମଏଲଟି ନମୁନା ପରୀକ୍ଷା କରିବା ସହ ଅଫିସ ଇନଚାର୍ଜ ଦାୟିତ୍ୱ ସମ୍ଭାଳୁଛନ୍ତି । ଖାତା କାମ ଓ ରିପୋର୍ଟ ପ୍ରସ୍ତୁତ କରୁ କରୁ ସେ ଆଉ ନମୁନା ପରୀକ୍ଷା ପାଇଁ ସମୟ ପାଉନାହାନ୍ତି । ଆଉ ଜଣେ ବରିଷ୍ଠ କର୍ମଚାରୀ ପ୍ରତି ୧୫ଦିନରେ ମ୍ୟାଲେରିଆ ଓ ଫାଇଲେରିଆ ନମୁନା ପରୀକ୍ଷା କରୁଛନ୍ତି । ତେଣୁ ସମସ୍ୟା ସୃଷ୍ଟି ହେଉଛି । 

୩୦ଟି ଜିଲ୍ଲାରୁ ଦୈନିକ ୧ହଜାର ପାଖାପାଖି ନମୁନା ସଂଗ୍ରହ କରାଯାଏ । ସେଥିରୁ ସନ୍ଦିଗ୍ଧ ନମୁନାକୁ ଏହି ପରୀକ୍ଷାଗାରକୁ ଅଣାଯାଏ । ପ୍ରତିଦିନ ଏଠାରେ ୬୦ରୁ ୭୦ଟି ନମୁନା ପରୀକ୍ଷା ହେବା କଥା, ମାତ୍ର ଏମଏଲଟି ଅଭାବରୁ ୧୦ରୁ ୧୫ଟି ନମୁନା ପରୀକ୍ଷା ହୋଇପାରୁଛି । କେବଳ ସେତିକି ନୁହେଁ, ମ୍ୟାଲେରିଆ ବୋର୍ଡ ମଧ୍ୟ ଅପଡେଟ୍‌ ହୋଇପାରୁନି । ଦୈନିକ କେତେ ରୋଗୀ ବାହାରୁଛନ୍ତି ସେସବୁ ମାନୁଆଲ ବୋର୍ଡରେ ଉଲ୍ଲେଖ ହେବା କଥା, ହେଲେ କର୍ମଚାରୀ ନଥିବାରୁ ସେହି କାମ ଠପ୍‌ । ବର୍ଷେ କି ଦୁଇବର୍ଷ ନୁହେଁ, ୨୦୧୬ ମସିହାରୁ ଏଭଳି ସ୍ଥିତି ଲାଗିରହିଛି । ଜଣଙ୍କ ପରେ ଜଣେ କର୍ମଚାରୀ ଅବସର ନେଉଛନ୍ତି । ହେଲେ ନିଯୁକ୍ତି ଶୂନ୍ୟ । ମାଇକ୍ରୋସ୍କୋପ୍‌ କେବଳ ଖୋଳ ଭିତରେ ରହିଥିବା ବେଳେ ତାହା କାମରେ ଆସିପାରୁନି ବୋଲି ଜଣେ ବରିଷ୍ଠ କର୍ମଚାରୀ ନିଜ ନାମ ଗୋପନ ରଖି କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.