ପ୍ରମୂଖ ଖବର
  • ରଣଜୀ ଟ୍ରଫିର ଦ୍ୱିତୀୟ ଭାଗ: ଆଜିଠୁ ଗ୍ରାଉଣ୍ଡକୁ ଓହ୍ଲାଇବେ ରୋହିତ, ପନ୍ତ, ଗିଲ୍‌, ଜାଡ଼େଜା
  • ||
  • ଘନ କୁହୁଡ଼ିର ଚାଦର ତଳେ ଆଠଗଡ଼, ଯାତାୟତ ବାଧାପ୍ରାପ୍ତ
  • ||
  • କରଞ୍ଜିଆ : ଶିକାରୀଙ୍କୁ ଧରାଇ ଦେଲା ଏଆଇ କ୍ୟାମେରା, ୩ ଜଣଙ୍କୁ ଧରିଲା ସ୍ବତନ୍ତ୍ର ଏନଫୋର୍ସମେଣ୍ଟ୍ ଟିମ୍
  • ||
  • ରାଜ୍ୟରେ ରେକର୍ଡ ଭାଙ୍ଗିଲାଣି ତାତି: କୋରାପୁଟରେ ୩୩.୨ ଡିଗ୍ରୀ ପାର୍, ଆଗକୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ
  • ||
  • ଭଦ୍ରକ : ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
  • ||

ଘରୋଇ ସୁରକ୍ଷା କର୍ମୀ ଚୟନରେ ଅନିୟମିତତା, ଆନ୍ଦୋଳନ ପାଇଁ ଚେତାବନୀ

Published By : Prameya | December 8, 2024 10:08 PM

ସଇନ୍ତଳା,୮/୧୨ : ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ଗୋଳାବାରୁଦ କାରଖାନାରେ ପ୍ରତ୍ୟେକ ବର୍ଷ ଘରୋଇ ସୁରକ୍ଷା କର୍ମୀ ଭର୍ତ୍ତିରେ ନୂଆ ନୁଆ ଘରୋଇ ସୁରକ୍ଷା କର୍ମୀ ଚୟନରେ ଟେଣ୍ଡର ହୋଇଥାଏ। ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ଯ ବଡ଼ମାଳରେ ମାଇକ୍ରୋଲିଙ୍କ ନାମକ ଏକ ଘରୋଇ କମ୍ପାନୀ ସୁରକ୍ଷା କର୍ମୀ ଭର୍ତ୍ତି କରିବାପାଇଁ ଟେଣ୍ଡର ପାଇଥିବାବେଳେ ସୁରକ୍ଷା କର୍ମୀ ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଦେଖା ଦେଇଛି। ସୂଚନାଯୋଗ୍ୟ ଯେ, ଗତ ୨୦୨୨ ମସିହାରେ ବଡ଼ମାଳ ପକ୍ଷରୁ ସ୍ଥାନୀୟ ସୁରକ୍ଷାକର୍ମୀକୁ ବାହାର କରି ଡିଜିଆର ବ୍ୟବସ୍ଥା କରିବା ପାଇଁ କାରଖାନା ପକ୍ଷରୁ ନିଷ୍ପତି ନିଆଯାଇଥିଲା । ହେଲେ ସେହି ସମୟରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆସନ୍ତୋଷ ହେବା ସହ ତୀବ୍ର ଆନ୍ଦୋଳନ ଦେଖାଯାଇଥିଲା । 

ତେବେ ଆନ୍ଦୋଳନ ପରେ ବଡ଼ମାଳ ପ୍ରଶାସନିକ ଭବନରେ କାରଖାନାର ମହାପ୍ରବନ୍ଧକ ପ୍ରଦୀପ କୁମାର ଦାସ ସମେତ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗୀରର ତତ୍କାଳୀନ ଜିଲ୍ଲାପାଳ ଚାଞ୍ଚଳ ରାଣା ଏସପି, ସ୍ଥାନୀୟ ତହସିଲଦାର, ବିଡ଼ିଓ ଓ ସ୍ଥାନୀୟ ସରପଞ୍ଚ ତଥା ବିଭିନ୍ନ ଲୋକପ୍ରତିନିଧିମାନଙ୍କୁ ଏକ ବୈଠକ ଅନୁଷ୍ଠିତ ହେଇଥିଲା। ବୈଠକ ପରେ କାରଖାନାର ମହା ପ୍ରବନ୍ଧକ ଶ୍ରୀ ଦାସ ଏମଆଇଏଲ(ମିଉନିସନ ଇଣ୍ଡିଆ ଲିମିଟେଡ) କୁ ଚିଠି କରିଥିଲେ। ପରେ ଏମଆଇଏଲ ତରଫରୁ ବଡ଼ମାଳକୁ ୨ ବର୍ଷ ପରେ କୌଣସି ବାହାର ବ୍ଲକ କିମ୍ବା ବାହାର ଜିଲ୍ଲାର ଲୋକେ କାମ କରି ପାରିବେ ନାହିଁ ବୋଳି ବଡ଼ମାଳକୁ ଆଦେଶ ଦେବା ସହ ଡିଜିଆରକୁ ପ୍ରତ୍ୟାହାର କରିଥିଲା। ହେଲେ ଦୁଇ ବର୍ଷ ବିତି ଯାଇ ସୁରକ୍ଷା କର୍ମୀ ପାଇଁ ନୂଆ ଟେଣ୍ଡର ମାଇକ୍ରୋଲିଙ୍କକୁ ଦିଆଯାଇଥିଲା ସେହି ଟେଣ୍ଡରରେ ୩ ଜଣ ସୁପରଭାଇଜ ସମେତ ୭୭ଜଣ ସୁରକ୍ଷାକର୍ମୀ ଆବେଦନ କରିପାରିବେ ବୋଳି ବିଜ୍ଞପ୍ତି ପ୍ରକାଶ ପାଇଲା । ହେଲେ ମାଇକ୍ରୋଲିଙ୍କ ସୁରକ୍ଷା କର୍ମୀ ସଂସ୍ଥା ୮୦ ଜଣ ସୁରକ୍ଷା କର୍ମୀ ଭର୍ତ୍ତି କରିବା ବଦଳରେ ୧୫୭ଜଣକୁ ଭର୍ତ୍ତି କରିଥିବା ସୁଚନା ମିଳିଛି। 

ତା ସହ ଡିଜିଆରରେ ମାଧ୍ୟମରେ ୨୧ ଜଣ ସରକାରୀ ପୂର୍ବତନ ସୁରକ୍ଷାକର୍ମୀକୁ ଭର୍ତ୍ତି କରିବା ପାଇଁ ନିଷ୍ପତି ନିଆଯାଇଛି। ତା ନେଇ ଏବେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଯଦି ଏ ପରି ହୁଏ ତା ହେଲେ ସ୍ଥାନୀୟ ଘରୋଇ ସୁରକ୍ଷା କର୍ମୀଙ୍କ ଦିନ ମଜୁରୀ କମ ପଡ଼ିବ ଯା ଦ୍ଵାରା ପରିବାର ପୋଷଣରେ ବାଧା ସୃଷ୍ଟି ହେବ ବୋଲି କୁହାଯାଉଛି। ତେବେ ଡିଜିଆର ବ୍ୟବସ୍ଥାକୁ ପ୍ରତ୍ୟାହାର କରି କମ୍ପାନୀ ୧୫୭ଜଣ ସୁରକ୍ଷା କର୍ମୀକୁ ପୁନଃ ନିଯୁକ୍ତି ଦେଉ ବୋଲି ସ୍ଥାନୀୟ ସରପଞ୍ଚ ମନିସ ସୁନା ଦାବି କରିବା ସହ ଦାବି ପୂରଣ ନ ହେଲେ ବିରାଟ ଜନ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.