ମୁମ୍ବାଇ,୧୮/୪ : ଅଜଙ୍କ୍ୟା ରାହାଣେଙ୍କ ନେତୃତ୍ବାଧିନ କୋଲକାତା ନାଇଟ ରାଇଡର୍ସ ଏବେ ପର୍ଯ୍ୟନ୍ତ IPL ୨୦୨୬ରେ ଗୋଟିଏ ବି ମ୍ୟାଚ୍ ଜିତି ପାରି ନାହିଁ। ଶୁକ୍ରବାର ହୋଇଥିବା ମ୍ୟାନ୍ ନମ୍ବର ୨୫ରେ ଗୁଜୁରାଟ ଟାଇଟନ୍ସ କୋଲକାତାକୁ ୫ଓ୍ବିକେଟରେ ହରାଇଥିଲା । ଯାହା ପରେ ଅଧିନାୟକ ଥିବା ରାହାଣେଙ୍କ ନାଁରେ ଏକ ଲଜ୍ୟା ଜନକ ରେକର୍ଡ଼ ସାମିଲ୍ ହୋଇଛି । ଅଜଙ୍କ୍ୟା ରାହାଣେ ବି ଜାଣିଛନ୍ତି କି ଏବେ ସେ କୌଣସି ବାହାନା କରିପାରିବେନାହିଁ । ତାଙ୍କୁ ପରାଜୟର ସମ୍ପୂର୍ଣ୍ଣ ଦାୟିତ୍ବ ନିଜ ମୁଣ୍ଡକୁ ନେବାକୁ ଅଛି । ୬ରୁ ୫ମ୍ୟାଚ୍ ପରାଜୟ ହୋଇ ସାରିଲେଣି । ତାଙ୍କୁ ତ ଗୋଟିଏ ପଏଣ୍ଟ ମ୍ୟାଚ୍ ରଦ୍ଦ ହେବାରୁ ମିଳିଥିଲା । ତା’ ନ ହେଲେ ସେହି ମ୍ୟାଚରେ ବି ଟିମ୍ ଖୁବଶୀଘ୍ର ୨ଓ୍ବିକେଟ ବି ହରାଇ ସାରିଥିଲା । ଏବେ କେକେଆରର ବିପଦ ବଢି ଚାଲିଛି । ତାଙ୍କର ଫ୍ଲପର ଦୌଡ଼ରୁ ବାହାରିବାର ବିପଦ ବଢିବାରେ ଲାଗିଛି ।

କୋଲକାତା ନାଇଟ ରାଇଡର୍ସ ୨୦୨୫ରେ ଅଜଙ୍କ୍ୟା ରାହାଣେଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା । ରାହାଣେଙ୍କ ଅଧିନାୟକତ୍ବରେ କେକେଆରର ପ୍ରଥମ ବର୍ଷ ବି ଭଲ ନ ଥିଲା । ୨୦୨୫ରେ ଟିମ୍ ଲିଗ୍ ଷ୍ଟେଜରୁ ବାହାରିଯାଇଥିଲା । ସେ ୧୪ରୁ କେବଳ ୫ମ୍ୟାଚ୍ ଜିତିଥିଲା । ଏଭଳି କୁହାଯାଉଥିଲା କି IPL ୨୦୨୬ର ଲିଗ୍ ଫ୍ରାଞ୍ଚାଇଜ ନିଜ ଅଧିନାୟକଙ୍କୁ ପରିବର୍ତ୍ତନ କରିପାରେ । କିନ୍ତୁ ସେ ରାହାଣେଙ୍କ ଉପରେ ଭରସା ରଖିଲେ । ଏବେ କୋଲକାତା ପୁଣି ଥରେ ଲିଗ୍ ଷ୍ଟେଜରୁ ବାହାରିବା ରାସ୍ତାରେ ବଢୁଛି ।