ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ମେକପ ପୋଛିବାକୁ ୱାଇପସ ବ୍ୟବହାର କରୁଛନ୍ତି କି, ହୋଇଯାଆନ୍ତୁ ସାବଧାନ

Published By : Ankita S | November 23, 2024 1:15 PM

ନୂଆଦିଲ୍ଲୀ,୨୩/୧୧: ସଜେଇ ହେବାକୁ ଝିଅମାନେ ପସନ୍ଦ କରିଥାନ୍ତି । ତେଣୁ ତାଙ୍କ ଭ୍ୟାନିଟି ବ୍ୟାଗରେ କଣ ରହିଥାଏ । ବିଶେଷ କରି ମେକପ ଜିନିଷ । ଫେସିଆଲ ୱାଇପସ ରହିବାଟା ତ ନିଶ୍ଚିତ । ମେକଅପ ପୋଛିବାକୁ ୱାଇପସର ବ୍ୟବହାର କରନ୍ତି ଝିଅ । ତେବେ ଜାଣିଛନ୍ତି ୱାଇପସ କେତେ ସୁରକ୍ଷିତ । ୱାଇପସ ବ୍ୟବହାର ଦ୍ବାରା ସ୍କିନ ଉପରେ କଣ ପ୍ରଭାବ ପଡିଥାଏ । ଜାଣନ୍ତୁ ଏହି ରିପୋର୍ଟରୁ ।

କୌଣସି ଫଙ୍କସନ ହେଉ କି ବିବାହ ଝିଅମାନେ ସୁନ୍ଦର ଭାବେ ସଜେଇ ହୋଇଥାନ୍ତି । ମୁହଁରେ ମେକଅପ ଲଗାନ୍ତି । ଆଉ ଏହା ପରେ ମେକଅପ ପୋଛିବାକୁ ୱାଇପସର ବ୍ୟବହାର କରନ୍ତି । ଏବେ ବଜାରରେ ଓଦା ୱାଇପସ ମିଳୁଛି । ମେକଅପ ପୋଛିବାରେ ଏହାର ବ୍ୟବହାର ହେଉଛି । ଏହା ମେକଅପ ପୋଛିବାରେ ସହାୟକ ହୁଏ ସତ ମାତ୍ର ଏଥିରେ ଥିବା କେମିକାଲ ଚର୍ମ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ୱାଇପସରେ  ଅନେକ କେମିକାଲ ରହିଛି ଯାହା ସ୍କିନ ପାଇଁ ହାନିକାରକ ।

ୱାଇପସ୍ ବ୍ୟବହାର କଣ ହୁଏ- ଫେସିଆଲ ୱାଇପସ ଅନେକ ସାମଗ୍ରୀର ମିଶ୍ରଣ ହୋଇଥାଏ । ଏହା ଚର୍ମକୁ ଶୁଷ୍କ କରିଦିଏ । ୱାଇପସ ବାଛିବା ପୂର୍ବରୁ ବିଭିନ୍ନ ଦିଗ ଉପରେ ଧ୍ୟାନ ଦେବାକୁ ହେବ । ୱାଇପସ ବ୍ୟବହାର ପରେ ମୁହଁ ଧୋଇ ଦିଅନ୍ତୁ । ବଜାରରେ ବିଭିନ୍ନ ପ୍ରକାର ୱାଇପସ ମିଳେ । ତେଣୁ କେଉଁ ୱାଇପସ ବ୍ୟବହାର କରିବେ ତାହା ଉପରେ ଗୁରୁତ୍ବ ଦିଅନ୍ତୁ ।

ୱାଇପସର ବ୍ୟବହାର ନେଇ ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ଅତି ଜରୁରୀ ନ ପଡିଲେ ୱାଇପସର ବ୍ୟବହାର କରନ୍ତୁ ନାହିଁ । ଯେତେବେଳେ ତୁମ ମୁହଁ ଶୁଷ୍କ ହେଇଯାଉଛି ପାଖରେ ପାଣି ନାହିଁ ସେବେ ହିଁ ଏହାର ବ୍ୟବହାର କରନ୍ତୁ । ୱାଇପସରେ ଆଲୋବେରା, ଭିଟାମିନ ଭଳି ତତ୍ତ୍ବ ଥିବା ସୁନିଶ୍ଚିନ୍ତ କରନ୍ତୁ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.