ପ୍ରୋଟିନ୍‌ ମାଂସପେଶୀକୁ ମରାମତି କରିବା, କୋଷ ନିର୍ମାଣ କରିବାଓ ହର୍‌ମୋନ୍‌ ପାଇଁ ଖୁବ୍‌ଜରୁରି । ଏହାର ଅଭାବରେଶରୀରରେ ଅନେକ ଲକ୍ଷଣଦେଖା ଦେଇଥାଏ । ପ୍ରୋଟିନ୍‌ ଶରୀର ପାଇଁ ‘ବିଲ୍ଡିଂ ବ୍ଲକ୍ସ’ ପରି କାମ କରିଥାଏ । ଅବଶ୍ୟ ଲୋକଙ୍କ ଧାରଣା ଯେ ଜିମ୍‌ ଯାଉଥିବା ଲୋକମାନଙ୍କ ପାଇଁ ପ୍ରୋଟିନ୍‌ ଜରୁରି ହୋଇଥାଏ । କିନ୍ତୁ ମାଂସପେଶୀର ନିର୍ମାଣଠାରୁ ଆରମ୍ଭ କରି ହର୍‌ମୋନାଲ୍‌ ସନ୍ତୁଳନ ଏବଂ କୋଷିକାର ମରାମତି ଯାଏ ଶରୀରର ପ୍ରତ୍ୟେକ ଫଙ୍କସନ୍‌ ପାଇଁ ପ୍ରୋଟିନ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପ୍ରତ୍ୟେକ ବୟସର ବ୍ୟକ୍ତିଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ମାତ୍ରାର ପ୍ରୋଟିନ୍‌ ଆବଶ୍ୟକ ହୋଇଥାଏ । ଚାଲନ୍ତୁ ଜାଣିବା ଦିନକୁ ଜଣେ ବ୍ୟକ୍ତି କେତେ ପ୍ରୋଟିନ୍‌ ଖାଇବା ଜରୁରି? ସେହିପରି ଶରୀରରେ ପ୍ରୋଟିନ୍‌ ଅଭାବରେ କି କି ଲକ୍ଷଣ ଦେଖିବାକୁ ମିଳିଥାଏ?

ଦିନକୁ କେତେ ପ୍ରୋଟିନ୍‌ ଜରୁରି?
ପ୍ରୋଟିନ୍‌ର ମାତ୍ରା ବ୍ୟକ୍ତିର ବୟସ, ଓଜନ, ଲିଙ୍ଗ ଓଶାରୀରିକ ସକ୍ରିୟତା ଉପରେ ନିର୍ଭର କରିଥାଏ ।ଚାଲନ୍ତୁ ଏହାକୁ ବୁଝିବା ।
ସାମାନ୍ୟ ଜୀବନଶୈଳୀ: ଯଦି ଆପଣନିୟମିତ ଭାବେ ବ୍ୟାୟାମ କରୁ ନଥାନ୍ତି, ତେବେଶରୀର ଓଜନର ଏକ କିଲୋ ପ୍ରତି .୮ ଗ୍ରାମ୍‌ପ୍ରୋଟିନ୍‌ ନେବା ଉଚିତ୍‌ ।
ସକ୍ରିୟ ଜୀବନଶୈଳୀ: ଯଦି ଆପଣ ମଧ୍ୟମଧରଣର ବ୍ୟୟାମ କରୁଛନ୍ତି କିମ୍ବା ଚାଲିବା ପରିଗତିବିଧି କରୁଥାନ୍ତି, ତେବେ ୧.୧ ଗ୍ରାମରୁ ୧.୩ଗ୍ରାମ୍‌ ପ୍ରତି କିଲୋ ପିଚ୍ଛା ପ୍ରୋଟିନ୍‌ ଖାଇବା ଜରୁରି ।
 ଆଥ୍‌ଲେଟ୍‌ ବା ବଡି ବିଲଡିଂ: ଅଧିକବ୍ୟାୟାମ କରୁଥିବା ଲୋକମାନଙ୍କ ପାଇଁ ୧.୬ରୁ୨.୨ ଗ୍ରାମ୍‌ ପ୍ରତି କିଲୋ ହିସାବରେ ପ୍ରୋଟିନ୍‌ ନେବା ଜରୁରି ।

ଗର୍ଭବତୀ ବା ସ୍ତନ୍ୟପାନ କରାଉଥିବା ମହିଳା: ଏମାନେ ସାମାନ୍ୟ ଅଧିକ ୨୦ରୁ ୨୫ ଗ୍ରାମର ପ୍ରୋଟିନ୍‌ ନେବା ଆବଶ୍ୟକ । ପ୍ରୋଟିନ୍‌ ଅଭାବର ଲକ୍ଷଣ ବାରମ୍ବାର ଭୋକ ଲାଗିବା, ମିଠା ଖାଇବାକୁ ଇଚ୍ଛା ହେବା, ପ୍ରୋଟିନ୍‌ ରକ୍ତରେ ଶର୍କରା ସ୍ତରକୁ ସ୍ଥିର ରଖିଥାଏ । ଏହାର ଅଭାବରେ ରକ୍ତରେ ଶର୍କରା ସ୍ତର ତୀବ୍ର ବେଗରେ କମିଚାଲେ ।ଫଳରେ ବାରମ୍ବାର ଭୋକ ଲାଗିବା ସହ ଉଚ୍ଚ କ୍ୟାଲୋରୀଯୁକ୍ତ ସ୍ନାକ୍ସ ଖାଇବାକୁ ଇଚ୍ଛା ହୋଇଥାଏ ।

ମାଂସପେଶୀ ଏବଂ ଗଣ୍ଠି ଦୁର୍ବଳ: ମାଂସପେଶୀ ସୁସ୍ଥ ରହିବା ପାଇଁ ପ୍ରୋଟିନ୍‌ ଆବଶ୍ୟକ । ଏହାର ଅଭାବରେ ମାଂସପେଶୀ ଢିଲା ହେବା ସହ ଶରୀର ଦୁର୍ବଳ ଲାଗିବା ଓ ଗଣ୍ଠିରେ ଯନ୍ତ୍ରଣା ଅନୁଭବ ହୋଇଥାଏ ।

କେଶ, ତ୍ୱଚା ଓ ନଖ ସମସ୍ୟା: ନଖ, କେଶ ଓ ତ୍ୱଚା ମୁଖ୍ୟତଃ ପ୍ରୋଟିନ୍‌ରେ ତିଆରି ହୋଇଥାଏ । ପ୍ରୋଟିନ୍‌ର ଅଭାବ ହେଲେ କେଶ ଝଡିବା, ନଖଭାଙ୍ଗିବା ଓ ତ୍ୱଚା ରୁକ୍ଷ ଲାଗିଥାଏ ।

ଆହୁରି ପଢନ୍ତୁ-ଚାଲିବା ନା ବ୍ୟାୟାମ କରିବା? କେଉଁଟି ସ୍ବାସ୍ଥ୍ୟ ପକ୍ଷେ ଲାଭଦାୟକ ଜାଣନ୍ତୁ...

ବାରମ୍ବାର ରୋଗରେ ପଡିବା: ରୋଗପ୍ରତିରୋଧକ ଶକ୍ତି ବଢାଇବା ପାଇଁ ପ୍ରୋଟିନ୍‌ରଆବଶ୍ୟକତା ରହିଥାଏ । ଯଦି ବାରମ୍ବାର ଥଣ୍ଡାକାଶ ବା ସଂକ୍ରମଣ ହେଉଥାଏ, ତେବେ ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଇପାରେ । ପ୍ରୋଟିନ୍‌ର ଅଭାବ ଏହାର ଅନ୍ୟତମ କାରଣ ।

ଥକ୍କା ଓ ଚିଡ୍‌ଚିଡାପଣ: ଭରପୂର ପ୍ରୋଟିନ୍‌ନ ମିଳିବା ଯୋଗୁ ଶରୀରରେ ଶକ୍ତି ସ୍ତର କମିଚାଲେ । ଫଳରେ ଥକ୍କାପଣ ସାଙ୍ଗକୁ ମୁଡ୍‌ ଖରାପ ରହିଥାଏ ।