ଭୁବନେଶ୍ୱର,୨୬/୧୧: ଚଳିତ ଆଇଏସ୍‌ଏଲ୍‌ର ଏକ ଲିଗ୍‌  ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ଏକତରଫା  ୬-୦ ଗୋଲ୍‌ରେ ଘରୋଇ  ହାଇଦ୍ରାବାଦ ଏଫ୍‌ସିକୁ ହରାଇ  ପୂର୍ଣ୍ଣ ପଏଣ୍ଟ ହାସଲ କରିଛି ।  ସିଜନରେ ତୃତୀୟ ସହ  ତାଲିକାରେ ଚତୁର୍ଥ ସ୍ଥାନକୁ ଉନ୍ନୀତ  ହୋଇଛି । ଓଡ଼ିଶା ୯ଟି ମ୍ୟାଚ୍‌ ଖେଳି  ୩ବିଜୟ, ୩ଡ୍ର’, ୩ ପରାଜୟ ସହ  ମୋଟ ୧୨ ପଏଣ୍ଟ ପାଇଛି । ଅନ୍ୟ  ପଟରେ ହାଇଦ୍ରାବାଦ ପଞ୍ଚମ ପରାଜୟ  ସହ ମୋଟ ୭ପଏଣ୍ଟ ପାଇ ୧୧ତମ  ସ୍ଥାନରେ ରହିଛି । 

ଗାଚିବୋଲି ଷ୍ଟାଡିୟମରେ  ହାଇଦ୍ରାବାଦ ଓ ଓଡ଼ିଶା ସାମ୍ନାସାମ୍ନି  ହୋଇଥିଲେ । ଉଭୟାର୍ଦ୍ଧ ଖେଳରେ  ଓଡ଼ିଶା ଆଧିପତ୍ୟ ବିସ୍ତାର  କରି ଖେଳି ଗୋଲ ବର୍ଷା  କରିଥିଲା । ଘରୋଇ ଗ୍ରାଉଣ୍ଡ୍‌  ଓ ସମର୍ଥକଙ୍କ ଗହଣରେ  ଖେଳିଥିବା ହାଇଦ୍ରାବାଦ ସମ୍ପୂର୍ଣ୍ଣ  ମ୍ୟାଚ୍‌ରେ ସଂଘର୍ଷ କରିଥିଲା । ଓଡ଼ିଶା ପକ୍ଷରୁ ୧୨ମିନିଟ୍‌ରେ ଇସାକ୍‌  ଭାନ୍‌ଲାଲରୁଆତ୍‌ଫେଲା, ୩୦ମିନିଟ୍‌ରେ  ଡିଏଗୋ ମୌରିସିଓ, ୭୦ମିନିଟ୍‌ରେ  ମୌର୍ତାଦା ଫଲ, ୭୫ମିନିଟ୍‌ରେ  ଲାଲ୍‌ଥାଥଙ୍ଗା, ୮୯ମିନିଟ୍‌ରେ ରହିମ୍‌ ଅଲି  ଗୋଲ୍‌ କରିଥିବାବେଳେ ହାଇଦ୍ରାବାଦର  ଜଙ୍ଗ୍‌ତେ (୫୧ମିନିଟ୍‌) ଗୋଟିଏ ଆତ୍ମଘାତୀ ଗୋଲ୍‌ ଦେଇଥିଲେ।