ନୂଆଦିଲ୍ଲୀ,୩୧।୧: ଆମେରିକାର ନ୍ୟାୟ ବିଭାଗ ଶୁକ୍ରବାର ଜେଫ୍ରି ଏପଷ୍ଟାଇନଙ୍କ ସହ ଜଡିତ ଲକ୍ଷ ଲକ୍ଷ ନୂତନ ଫାଇଲ, ଫଟୋ ଏବଂ ଭିଡିଓ ପ୍ରକାଶ କରିବା ଆରମ୍ଭ କରିଛି, ଯାହା ଆମେରିକାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଦଲିଲରେ ବର୍ତ୍ତମାନର ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଇସ୍ରାଏଲ ଏବଂ ମୋସାଦ ସହିତ ଜଡିତ ଅନେକ ନୂତନ ଦାବି ରହିଛି। ରିପୋର୍ଟ ଅନୁଯାୟୀ ଏହା ସୂଚାଇ ଦେଉଛି ଯେ ଟ୍ରମ୍ପ ଇସ୍ରାଏଲର ପ୍ରଭାବରେ ଅଛନ୍ତି।

ରିଲିଜ୍‌ରେ ପ୍ରାୟ ୧,୮୦,୦୦୦ ଫଟୋ ଏବଂ ୨୦୦୦ ରୁ ଅଧିକ ଭିଡିଓ ରହିଛି। ଆମେରିକାର ଡେପୁଟି ଆଟର୍ଣ୍ଣି ଜେନେରାଲ ଏବଂ ପୂର୍ବତନ ଟ୍ରମ୍ପ ବନ୍ଧୁ ଟୋଡ୍ ବ୍ଲାଞ୍ଚ କହିଛନ୍ତି ଯେ ହ୍ୱାଇଟ୍ ହାଉସର ଏହି ସମୀକ୍ଷାରେ କୌଣସି ଅଂଶ ନାହିଁ। ନ୍ୟାୟ ବିଭାଗ ମଧ୍ୟ ଚେତାବନୀ ଦେଇଛି ଯେ ଏହି ଫାଇଲଗୁଡ଼ିକରେ ଟ୍ରମ୍ପଙ୍କ ବିରୁଦ୍ଧରେ ଅନେକ ‘ମିଥ୍ୟା ଏବଂ ଚାଞ୍ଚଲ୍ୟକର ଦାବି’ ରହିଛି। ବ୍ଲାଞ୍ଚ କହିଛନ୍ତି ଯେ ଟ୍ରମ୍ପଙ୍କ ସହ ଜଡିତ ଲଜ୍ଜାଜନକ ସାମଗ୍ରୀକୁ ସଂଶୋଧିତ କରାଯାଇଛି।

ଏପଷ୍ଟାଇନଫାଇଲରେ ବଡ଼ ନାଁ

ବ୍ଲାଞ୍ଚ କହିଛନ୍ତି ଟ୍ରମ୍ପଙ୍କୁ କୌଣସି ସୁରକ୍ଷା ଦିଆଯାଇ ନାହିଁ। ଏପଷ୍ଟିକ୍ର ଦୋଷୀ ପ୍ରେମିକା ଫିସ୍କଲେନ୍ ମାକ୍ସଓ୍ବେଲ୍ର ଛବିକୁ ଛାଡି ଅନ୍ୟ ସବୁ ମହିଳା ଓ ଯୁବତୀଙ୍କ ଫଟୋକୁ ଗୋପନୀୟ ରଖିବା ପାଇଁ ଏଡିଟ୍ କରାଯାଇଛି। ଡକ୍ୟୁମେଣ୍ଟରେ ମାଇକ୍ରୋସଫ୍ଟର ବିଲ୍ ଗେଟସ୍, ଫିଲ୍ମ ନିର୍ମାତା ବୁଡି ଏଲେନ୍, ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ଓ ଅନ୍ୟ ଶିକ୍ଷାବିତ ଓ ରାଜନେତାଙ୍କ ନାଁ ରହିଛି।

ଧନୀଙ୍କ ପାଇଁ ଯୌନ ତସ୍କରୀ

ଫାଇଲରୁ ଜଣାପଡୁଛି ଯେ,ଜେଫରୀ ଦୁନିଆର ଧନୀ ଏବଂ ପ୍ରଭାବଶାଳୀ ଲୋକଙ୍କ ପାଇଁ ଯୌନ ତସ୍କରୀ ନେଟୱାର୍କ ଚଲାଇଥିଲେ। ତାଙ୍କର ୨୦୧୯ ମସିହାରେ ନ୍ୟୁୟର୍କ ଜେଲରେ ମୃତ୍ୟୁ ହୋଇଥିଲା, ତାଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି କୁହାଯାଇଥିଲା। ଏଫବିଆଇ ଇମେଲରେ ଏପଷ୍ଟାଇନ୍ ଙ୍କ ୧୦ ଜଣ ସହଯୋଗୀଙ୍କ ନାମ ଉଲ୍ଲେଖ ଥିଲା, କିନ୍ତୁ ସେମାନଙ୍କ ନାମ ଗୋପନ ରଖାଯାଇଥିଲା। ଡୋନାଲ୍ଡ ଟ୍ରମ୍ପ ଏବଂ ବିଲ୍ କ୍ଲିଣ୍ଟନ୍ ଏପଷ୍ଟାଇନ୍ ରେକର୍ଡରେ ପ୍ରମୁଖ ଭାବରେ ସ୍ଥାନ ପାଇଥିଲା। ନିକଟରେ ଏକ ରିପବ୍ଲିକାନ୍ ନେତୃତ୍ୱାଧୀନ ହାଉସ୍ ପ୍ୟାନେଲ୍ ଏପଷ୍ଟାଇନ୍ ତଦନ୍ତରେ ସାକ୍ଷ୍ୟ ଦେବାକୁ ମନା କରିବା ପାଇଁ କ୍ଲିଣ୍ଟନ୍ ଙ୍କ ବିରୁଦ୍ଧରେ ଅବମାନନା ମାମଲା ଆରମ୍ଭ କରିବାକୁ ଭୋଟ୍ ଦେଇଛି।

ଟ୍ରମ୍ପଙ୍କ ଜ୍ୱାଇଁ ଏବଂ ଇସ୍ରାଏଲର କଥିତ ପ୍ରଭାବ

ନୂତନ ଫାଇଲଗୁଡ଼ିକ ଟ୍ରମ୍ପଙ୍କ ଜ୍ୱାଇଁ ଜାରେଡ୍ କୁଶନରଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଛି। ରିପୋର୍ଟରେ କୁଶନର ଟ୍ରମ୍ପଙ୍କ ବ୍ୟବସାୟ ଏବଂ ରାଷ୍ଟ୍ରପତି ପଦ ଉପରେ ଅନୁଚିତ ପ୍ରଭାବ ପକାଇଥିବା ଅଭିଯୋଗ କରାଯାଇଛି। ରୁଷ ଏବଂ ଚାବାଦ ନେଟୱାର୍କ ସହିତ ତାଙ୍କର ସମ୍ପର୍କ ମଧ୍ୟ ଉଲ୍ଲେଖ କରାଯାଇଛି।

କିଛି ରିପୋର୍ଟ ମଧ୍ୟ ଦାବି କରୁଛି ଯେ ଟ୍ରମ୍ପ ଇସ୍ରାଏଲର ପ୍ରଭାବରେ ଅଛନ୍ତି। ଏପଷ୍ଟାଇନଙ୍କ ଓକିଲ, ଆଲାନ ଡେରଶୋୱିଜ୍ ମାଧ୍ୟମରେ, ଇସ୍ରାଏଲ ନିଜ ଉଦ୍ଦେଶ୍ୟ ପାଇଁ ଛାତ୍ର ଏବଂ ଧନୀ/ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ପ୍ରସ୍ତୁତ କରିଥିଲା। କୁଶନରଙ୍କ ବାପା ଚାର୍ଲ୍ସ କୁଶନର, ପୂର୍ବରୁ ଆର୍ଥିକ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ, କିନ୍ତୁ ଟ୍ରମ୍ପ ତାଙ୍କୁ କ୍ଷମା କରିଥିଲେ। ଏହି ସମସ୍ତ ଦାବି ଏକ ଗୋପନୀୟ ସୂତ୍ର ଉପରେ ଆଧାରିତ ଏବଂ ଏପର୍ଯ୍ୟନ୍ତ ସୁନିଶ୍ଚିତ ହୋଇନାହିଁ।