ପ୍ରମୂଖ ଖବର
  • ବଡମ୍ବା : ପାରିବାରିକ କଳହର କରୁଣ ପରିଣତି . ବିଷ ପିଇ ଶାଶୂ-ବୋହୂ ମୃତ, ପୁଅ ଗୁରୁତର
  • ||
  • ସୁନ୍ଦରଗଡ଼କୁ ବର୍ଷା ପାଇଁ ରେଡ୍ ଆଲର୍ଟ, ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର୍
  • ||
  • କେନ୍ଦୁଝର : ଗଛକୁ ଧକାଦେଇ ଓଲଟିଲା ଆମ୍ବୁଲାନ୍ସ, ୫ଆହତ
  • ||
  • ବିନିକା : ଅଜଣା ଗାଡ଼ି ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ୱର : ସମୁଦ୍ରରେ ବୁଡିଲେ ୩ ପର୍ଯ୍ୟଟକ; ଜଣେ ମୃତ, ଜଣେ ନିଖୋଜ, ଜଣେ ଉଦ୍ଧାର
  • ||
  • ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ବୟାନ, କହିଲେ ଅତି ଜରୁରି ଭାରତ-କାନାଡ଼ା ସମ୍ପର୍କ
  • ||
  • ଫୁଲୁରି ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ଶ୍ରୀଜିଉ, ନବମୀ ଯାଏ ଚାଲିବ ଓଷ ଲାଗି, ଜୋରସୋରରେ ଚାଲିଛି ରଥ କାର୍ଯ୍ୟ
  • ||
  • ଡାଇରିଆ ଅଣାୟତ୍ତ, ହାଇଆଲର୍ଟରେ ସମସ୍ତ ଜିଲ୍ଲା, ୨୯୮ଜଣ ନୂଆ ରୋଗୀ ଚିହ୍ନଟ, ସାମୀକ୍ଷା କଲେ ସିଏସ୍
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ, ବିଜାପୁରରେ ୩ଜଣଙ୍କୁ ହତ୍ୟା, ରାତିରେ ୧୦ ଗ୍ରାମବାସୀଙ୍କୁ ଉଠାଇ ନେଇଥିଲେ
  • ||
  • ଆଗେଇଲା ମୌସୁମୀ... ଆଜି, କାଲି ବଡ଼ ବର୍ଷା, ୨୦ରୁ କମିବ
  • ||
  • ଗଞ୍ଜାମ : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ ହତ୍ୟା କଲା ନୃଶଂସ ସ୍ତ୍ରୀ
  • ||
  • ଗୋପାଳପୁର ଗଣଦୁଷ୍କର୍ମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||

୬ ଦିନରେ ଇସ୍ରାଏଲ-ଇରାନ ସଂଘର୍ଷ; ତେହେରାନ ଉପରେ ହେବକି ଆକ୍ରମଣ ? ବିଚାର କରୁଛନ୍ତି ଟ୍ରମ୍ପ...

Published By : Bijay Swain | June 18, 2025 6:28 PM

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସାଂଘାତିକ ସଂଘର୍ଷ ୬ ଦିନରେ ପହଞ୍ଚିଛି। ଉଭୟ ଦେଶ ପରସ୍ପର ବିରୁଦ୍ଧରେ ନୂଆ ମିସାଇଲ ଆକ୍ରମଣ ଜାରି ରଖିଛନ୍ତି। ଇରାନର ଇସଲାମିକ ରେଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସ୍ରାଏଲର ତେଲ ଆବିଭରେ ଏକ ଫତ୍ତାହ-୧ ହାଇପରସୋନିକ ମିସାଇଲ ମାଡ କରିଥିବା ନେଇ ଦାବି କରିଛି। ତେବେ ସବୁଠୁ ବଡ କଥା ହେଉଛି ଏହି ସଂଘର୍ଷରେ ଫତ୍ତାହ ଶ୍ରେଣୀର ମିଶାଇଲର ପ୍ରଥମ ବ୍ୟବହାର ବୋଲି ଜଣା ପଡିଛି। ଏହି ମିସାଇଲ ମାଡ ଦ୍ୱାରା ତେଲ ଆବିଭରେ ଭୟଙ୍କର ବିସ୍ଫୋରଣ ହୋଇଥିଲ। ଏହାର ଜବାବରେ ଇସ୍ରାଏଲ ତେହେରାନ ନିକଟବର୍ତ୍ତୀ ସନ୍ଦିଗ୍ଧ ସାମରିକ ଅବସ୍ଥାନ ଅବକାଠାମୋ ଉପରେ ବିମାନ ଆକ୍ରମଣ ଜାରି ରଖିଛି।

ଗୋଟିଏ ପଟେ ଦୁଇ ଦେଶ ପୂର୍ଣ୍ଣକାଳୀନ ଯୁଦ୍ଧ ଆଡକୁ ମୁହାଁଉଥିଲା ବେଳେ ଅନ୍ୟପଟେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଆତ୍ମସମର୍ପଣ ଦାବି କରିବା ସହ ଇସ୍ରାଏଲର ଚାଲିଥିବା ଆକ୍ରମଣରେ ଯୋଗଦେବା ବିଷୟରେ ବିଚାର କରୁଥିବା ସୂଚନା ମିଳିଛି। ଟ୍ରମ୍ପ G7 ଶିଖର ସମ୍ମିଳନିରୁରୁ ଶୀଘ୍ର ଫେରିବା ସହ ମଙ୍ଗଳବାର ନିଜର ଜାତୀୟ ସୁରକ୍ଷା ପରିଷଦ ସହ ୯୦ ମିନିଟର ବୈଠକ କରିଛନ୍ତି। ସେ ସାମାଜିକ ଗଣମାଧ୍ୟମ ଟ୍ରୁଥ ସୋସିଆଲରେ ପୋଷ୍ଟ କରି ଇରାନର ସର୍ବୋଚ୍ଚ ନେତା ଆୟାତୋଲା ଅଲି ଖାମେନିଙ୍କ ଅବସ୍ଥାନ ବିଷୟରେ ଜଣା ଥିବା ଦାବି କରିଛନ୍ତି ଏବଂ ଆମେରିକାର ଧୈର୍ଯ୍ୟ ସୀମା କ୍ଷୀଣ ହେଉଥିବା ନେଇ ଚେତାବନୀ ଦେଇଛନ୍ତି।

ଇରାନର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଶୁକ୍ରବାରଠାରୁ ଇସ୍ରାଏଲୀ ଆକ୍ରମଣରେ ୫୮୫ ଜଣ ନିହତ ହୋଇଥିବା ବେଳେ ୧୩୨୬ ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ, ଇସ୍ରାଏଲରେ ଇରାନୀ ଆକ୍ରମଣ ଦ୍ୱାରା ୨୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଇରାନ ତେଲ ଆବିଭ ଆଡ଼େ ୪୦୦ରୁ ଅଧିକ ମିସାଇଲ ଏବଂ ଶହ ଶହ ଡ୍ରୋନ ନିକ୍ଷେପ କରିଛି।

ଇରାନର ସର୍ବୋଚ୍ଚ ନେତା ଆୟାତୋଲା ଅଲି ଖାମେନି ଇସ୍ରାଏଲକୁ କଡ଼ା ଜବାବ ଦେବାକୁ ଚେତାବନୀ ଦେଇଛନ୍ତି। ସେ ଏକ ସୋସିଆଲ ମିଡିଆ ପୋଷ୍ଟରେ ୭ମ ଶତାବ୍ଦୀର ଖୟବର ଯୁଦ୍ଧର ଉଲ୍ଲେଖ କରି ଇସ୍ରାଏଲ ବିରୁଦ୍ଧରେ “ଯୁଦ୍ଧ ଆରମ୍ଭ” ହୋଇଛି ବୋଲି କହିଛନ୍ତି। ସେ ଆମେରିକାର ହସ୍ତକ୍ଷେପକୁ “ଅପୂରଣୀୟ କ୍ଷତି” ସହ ଜବାବ ଦିଆଯିବ ବୋଲି ମଧ୍ୟ କହିଛନ୍ତି।

ଇରାନ କତାର, ସାଉଦି ଆରବ ଏବଂ ଓମାନ ମାଧ୍ୟମରେ ଇସ୍ରାଏଲ ସହ ଯୁଦ୍ଧବିରତି ପାଇଁ ଚେଷ୍ଟା କରୁଛି। ଫ୍ରାନ୍ସର ରାଷ୍ଟ୍ରପତି ନିଶ୍ଚିତ କରିଛନ୍ତି ଯେ ଟ୍ରମ୍ପ ଏକ ଯୁଦ୍ଧବିରତି ପ୍ରସ୍ତାବ ଦେଇଛନ୍ତି, କିନ୍ତୁ ସେ ଏକ “ସଫଳ ସମାଧାନ” ଚାହୁଁଛନ୍ତି ଯାହା ଇରାନର ପରମାଣୁ କାର୍ଯ୍ୟକ୍ରମକୁ ବନ୍ଦ କରିବ। G7ର ନେତାମାନେ ଇସ୍ରାଏଲର ଆତ୍ମରକ୍ଷା ଅଧିକାରକୁ ସମର୍ଥନ କରିଛନ୍ତି।

ଇସ୍ରାଏଲର ଆକ୍ରମଣରେ ଇରାନର ରାଜଧାନୀ ତେହେରାନରେ ବ୍ୟାପକ ଆତଙ୍କ ଦେଖାଦେଇଛି। ଲୋକମାନେ ଭୟରେ ରାଜଧାନୀ ଛାଡ଼ି ପଳାୟନ କରୁଛନ୍ତି। ଇରାନୀ ମିଡିଆ ଦେଉଥିବା ସୂଚନା ଅନୁସାରେ, ତେହେରାନ ଏବଂ କାରାଜରେ ଘନଘନ ବିସ୍ଫୋରଣର ଶବ୍ଦ ଶୁଣାଯାଉଛି। ଇସ୍ରାଏଲ ଇରାନର ପରମାଣୁ କାର୍ଯ୍ୟକ୍ରମ ହେଉଥିବା ଅବକାଠାମୋକୁ ନଷ୍ଟ କରିବା ପାଇଁ ଉଦ୍ୟମ ଜାରି ରଖିଛି। କିନ୍ତୁ ଇରାନର ଗଭୀର ଭୂତଳସ୍ଥ ସ୍ଥାପନା ଯଥା ଫୋର୍ଡୋ ଉପରେ ଇସ୍ରାଏଲର ଆକ୍ରମଣ ପାଇଁ ଆମେରିକାର ସହାୟତା ଆବଶ୍ୟକ ହୋଇପାରେ।

ଏହି ସଂଘର୍ଷ ମଧ୍ୟ ପୂର୍ବ ଏସିଆରେ ଏକ ବୃହତ୍ ଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି। ଏବଂ ଆଗାମୀ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ କୂଟନୈତିକ ସମାଧାନ ହେବ କି ନାହିଁ ତାହା ଏହି ସଂଘର୍ଷର ନିର୍ଣ୍ଣାୟକ ମୋଡ ହେବ ବୋଲି ଅନୁମାନ କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.