ପ୍ରମୂଖ ଖବର
  • ବିହାରରେ ୧୭ଟି ରାଜନୈତିକ ଦଳକୁ ନିର୍ବାଚନ ଆୟୋଗଙ୍କ କାରଣ ଦର୍ଶାଅ ନୋଟିସ୍
  • ||
  • ଖନ୍ତାପଡ଼ା : ବାଇକକୁ ପଛରୁ ଧକ୍କା ଦେଲା ବସ୍ , ଅଙ୍ଗନବାଡି କର୍ମୀ ମୃତ ,ଶିକ୍ଷକ ଆହତ
  • ||
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଲେବାନନରେ ଥମୁନି ଇସ୍ରାଏଲର ଆକ୍ରମଣ: ୨୫୦ ହିଜ୍‌ବୁଲ୍ଲାର ଟପ୍ ଆତଙ୍କୀ ନିପାତ, ଟାର୍ଗେଟରେ ତୈଳ ଭଣ୍ଡାର, ଗ୍ୟାସ୍‌ ଷ୍ଟେସନ

Published By : Prameya | October 5, 2024 9:12 AM

ତେଲ ଆଭିଭ୍‌,୦୫/୧୦: ଲେବାନନ୍‌ରେ  ଇସ୍ରାଏଲ ସ୍ଥଳସେନା ଅପରେସନ ଜୋରଦାର  କରିଛି । ସ୍ଥଳସେନାକୁ ବାୟୁସେନା ଏୟାର ଷ୍ଟ୍ରାଇକ୍‌  କରି ପୂର୍ଣ୍ଣ ସମର୍ଥନ ଦେଇଛି । ଚଳିତ ସପ୍ତାହରେ  ଆରମ୍ଭ ହୋଇଥିବା ଏହି ଅପରେସନରେ ଇସ୍ରାଏଲ  ସ୍ଥଳସେନା ୨୫୦ରୁ ଊଦ୍ଧ୍ୱର୍ ହିଜ୍‌ବୁଲ୍ଲା ଲଢ଼ୁଆଙ୍କୁ ନିପାତ  କଲାଣି । ସେମାନଙ୍କ ମଧ୍ୟରେ ହିଜ୍‌ବୁଲ୍ଲାର ବହୁ  କମାଣ୍ଡର ଅଛନ୍ତି । ହିଜ୍‌ବୁଲ୍ଲାର ଗୁଇନ୍ଦା ମୁଖ୍ୟାଳୟକୁ  ମଧ୍ୟ ଇସ୍ରାଏଲ ଟାର୍ଗେଟ କରିଛି । 

ଇସ୍ରାଏଲ ସେନା  ଗୁରୁବାର ରାତିରେ ଏୟାରଷ୍ଟ୍ରାଇକ୍‌ କରି ଲେବାନନ୍‌ରୁ  ସିରିଆ ଲମ୍ବିଥିବା ଏକ ୩.୫ କିମି ବିଶିଷ୍ଟ ସୁଡ଼ଙ୍ଗକୁ  ଧ୍ୱଂସ କରିଛନ୍ତି। ଏହି ସୁଡ଼ଙ୍ଗ ଜରିଆରେ ଇରାନର  ଅସ୍ତ୍ରଶସ୍ତ୍ର ଲେବାନନରେ ହିଜବୁଲ୍ଲା ଆତଙ୍କୀଙ୍କ  ପାଖରେ ପହଞ୍ଚୁଥିଲା । ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ହିଜ୍‌ବୁଲ୍ଲାର  ବହୁ ଅଟ୍ଟାଳିକା ଏବଂ ଅସ୍ତ୍ର ଡିପୋ ଧ୍ୱଂସ  ହୋଇଛି । ଆକ୍ରମଣରେ ହିଜ୍‌ବୁଲ୍ଲା ମୁଖ୍ୟ ହାସନ  ନସରଲ୍ଲାହର ଭାଇ ହାଶିମ ସୈଫିଦ୍ଦିନ୍‌ର ମୃତ୍ୟୁ  ଘଟଛି । ମାଟି ତଳେ ବନିଥିବା ଏକ ବଙ୍କରକୁ  ଟାର୍ଗେଟ କରି ଇସ୍ରାଏଲ ୧୧ ମିସାଇଲ ଛାଡ଼ିଥିଲା ।  ସେହି ସମୟରେ ସେଠାରେ ହିଜ୍‌ବୁଲ୍ଲାର ଶୀର୍ଷ  ନେତାମାନେ ବୈଠକ କରୁଥିଲେ । ସେଠାରେ  ସୈଫିଦ୍ଦିନ ଉପସ୍ଥିତ ଥିଲା ବୋଲି କୁହାଯାଉଛି ।  ସେହିପରି ହିଜ୍‌ବୁଲ୍ଲାର ଯୋଗାଯୋଗ ନେଟୱାର୍କ  କମାଣ୍ଡର ମହମ୍ମର ରସିଦ୍‌ ସ୍କାଫି ମଧ୍ୟ ନିପାତ  ହୋଇଥିବା ଇସ୍ରାଏଲ ଦାବି କରିଛି । ସେ ୨୦୦୦  ମସିହାରୁ ସେଠାରେ ଏହି ଦାୟିତ୍ୱରେ ଥିଲା ।  

ଅନ୍ୟପକ୍ଷରେ ଇରାନ ବିଦେଶ ମନ୍ତ୍ରୀ ଅବାସ୍‌  ଆରାକ୍‌ଚି ଶୁକ୍ରବାର ଲେବାନନ ରାଜଧାନୀ  ବିରୁଟରେ ପହଞ୍ଚିଛନ୍ତି । ଏଠାରେ ଥିବା ଶିଆ  ମୁସ୍‌ଲିମ୍‌ ଏବଂ ହିଜ୍‌ବୁଲ୍ଲା ସହ ଇରାନ ସର୍ବଦା  ଛିଡ଼ା ହୋଇଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ  ଇସ୍ରାଏଲ ଇରାନ ଉପରେ ଆକ୍ରମଣ କଲେ  ଏହାର କଡ଼ା ଜବାବ ଦିଆଯିବ ବୋଲି ଇରାନ  ସେନାର ଡେପୁଟି କମାଣ୍ଡର ଅଲି ଫଦାଭି କହିଛନ୍ତି ।  ଜବାବରେ ଇସ୍ରାଏଲର ଏନର୍ଜୀ ଏବଂ ଗ୍ୟାସ୍‌ ପ୍ରତିଷ୍ଠାନ  ଉପରେ ହମ୍‌ଲା କରାଯିବ ବୋଲି ସେ ଚେତାବନୀ  ଦେଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ  ହିଜ୍‌ବୁଲ୍ଲା ଉପରେ ୨୩୦ ମିସାଇଲ ଛାଡ଼ିଛି ।  ଆକ୍ରମଣରେ ଲେବାନନ୍‌ରେ ୨୮ ସ୍ୱାସ୍ଥ୍ୟକର୍ମୀଙ୍କ  ମୃତ୍ୟୁ ଘଟିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) କହିଛି । ଲେବାନନ୍‌ ସମେତ ଇସ୍ରାଏଲ ଗାଜା ଏବଂ  ୱେଷ୍ଟବ୍ୟାଙ୍କରେ ମଧ୍ୟ ଆକ୍ରମଣ ଜାରି ରଖିଛି ।  ୱେଷ୍ଟବ୍ୟାଙ୍କର ତୁଲକର୍ମ ସହରରେ ଏକ ଶରଣାର୍ଥୀ  ଶିବିର ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ କରିଛି ।  ଏଥିରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି ।  

ଗାଜାରେ ଇସ୍ରାଏଲ ଆକ୍ରମଣରେ ଦିନକରେ ୯୯  ଜଣଙ୍କ ମୃତ୍ୟୁ ଘଟିଥିବା ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ  କୁହାଯାଇଛି । ୧୬୯ ଜଣ ଆହତ ହୋଇଛନ୍ତି । ଗତବର୍ଷ  ଅକ୍ଟୋବର ୭ ପରଠାରୁ ଇସ୍ରାଏଲ ଆକ୍ରମଣରେ  ଗାଜାରେ ୪୧,୭୮୮ ଜଣଙ୍କ ମୃତ୍ୟୁ ଘଟିଲାଣି ।  ଅନ୍ୟପକ୍ଷରେ ଶୁକ୍ରବାର ଇରାନ ସୁପ୍ରିମଲିଡରଙ୍କ  ଜନସମ୍ବୋଧନ ସରିବା କ୍ଷଣି ଲେବାନନ୍‌ ପଟୁ  ଇସ୍ରାଏଲକୁ ବହୁସଂଖ୍ୟାରେ ରକେଟ ମାଡ଼ କରାଯାଇଛି ।  ଇତିମଧ୍ୟରେ ଇରାନର ମିସାଇଲ ଆକ୍ରମଣ ଜବାବରେ  ଇସ୍ରାଏଲ ପ୍ରତିଆକ୍ରମଣ ପାଇଁ ପ୍ରସ୍ତୁତି କରୁଛି । କିନ୍ତୁ  ଇସ୍ରାଏଲ ଆକ୍ରମଣ କଲେ ଇରାନ ଦୃଢ଼ ଜବାବ  ଦେବ ବୋଲି କହିଛି । ଇସ୍ରାଏଲର ଶକ୍ତି ଭିତ୍ତିଭୂମି  ବିଶେଷକରି ତୈଳ ରିଫାଇନାରୀ ଏବଂ ଗ୍ୟାସ୍‌ ପ୍ରତିଷ୍ଠାନ  ଉପରେ ହମ୍‌ଲା କରାଯିବ ବୋଲି ଇରାନ ସେନାର  ଡେପୁଟି କମାଣ୍ଡର ଅଲି ଫଦାଭି କହିଛନ୍ତି । 

ସେପଟେ ଇରାନ ସୁପ୍ରିମଲିଡର ଆୟତୋଲା  ଅଲି ଖାମେନେଇ ଇସ୍ରାଏଲକୁ ଧମକ ଦେଇଛନ୍ତି ।  ସେ ଆଜି ତେହରାନରେ ଥିବା ଗ୍ରାଣ୍ଡ୍‌ ମସ୍‌ଜିଦରେ  ହିଜ୍‌ବୁଲ୍ଲା ମୁଖ୍ୟର ସ୍ମୃତିରେ ନମାଜ ପାଠ  କରିଥିଲେ । ଏହି ଅବସରରେ ସେ ଦୁନିଆରେ  ମୁସଲମାନଙ୍କ ଶତ୍ରୁଙ୍କ ବିରୋଧରେ ସଭିଏଁ  ଏକଜୁଟ ହେବାକୁ ଅପିଲ କରିଥିଲେ । ଖାମେନେଇ  କହିଥିଲେ, ଗତବର୍ଷ ହମାସ୍‌ ପକ୍ଷରୁ ଇସ୍ରାଏଲ  ଉପରେ ‘ଅଲ୍‌-ଆକ୍ସା ଫ୍ଲଡ୍‌’ ଆକ୍ରମଣ ଠିକ୍‌  ଥିଲା । ଇରାନ ନିଜର କର୍ତ୍ତବ୍ୟ ପାଳନ କରିବାକୁ  ବିଳମ୍ବ କରିବ ନାହିଁ କିମ୍ବା ତରତର ହେବ ନାହିଁ ।  

ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ବିରୋଧରେ ସଂଘର୍ଷ  ଇରାନ ଜାରି ରଖିବ । ହିଜ୍‌ବୁଲ୍ଲା କିମ୍ବା ହମାସ୍‌କୁ  ଇସ୍ରାଏଲ ବେଶୀ କ୍ଷତି ପହଞ୍ଚାଇ ପାରିବ ନାହିଁ ।  ଏହି ଇହୁଦୀ ଦେଶ ଏବଂ ଆମେରିକା ସ୍ୱପ୍ନ  ଦେଖୁଛନ୍ତି । ଇସ୍ରାଏଲକୁ ମୂଳରୁ ଓପାଡ଼ି ଫିଙ୍ଗି  ଦିଆଯିବ । ଏହା ନକଲି ଏବଂ ଅସ୍ଥାୟୀ । ଖୁବ୍‌ଶୀଘ୍ର  ଇସ୍ରାଏଲର ଅନ୍ତ ଘଟିବ । ମୁସ୍‌ଲିମ ଦେଶମାନେ  ଏକାଠି ହୋଇ ଆଫଗାନିସ୍ତାନରୁ ୟେମେନ, ଇରାନରୁ  ଗାଜା ଏବଂ ଲେବାନନ ପର୍ଯ୍ୟନ୍ତ ପ୍ରତିରକ୍ଷାର କବଚ  ମଜଭୁତ କରିବାକୁ ପଡ଼ିବ । ଯିଏ ଇରାନର ଶତ୍ରୁ  ସିଏ ପାଲେଷ୍ଟାଇନ, ଲେବାନନ, ସିରିଆ, ଇଜିପ୍ଟ, ୟେମେନ ଏବଂ ଇରାକର ମଧ୍ୟ ଶତ୍ରୁ ବୋଲି  ଖାମେନେଇ କହିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.