ପ୍ରମୂଖ ଖବର
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ଗାଜା ହସ୍ପିଟାଲ ଉପରେ ଆକ୍ରମଣ କଲା ଇସ୍ରାଏଲୀ ସେନା; ଏକାଧିକ ସାମ୍ବାଦିକଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ

Published By : Bijay Swain | August 25, 2025 6:11 PM

ଗାଜା: ସୋମବାର ଦିନ ଇସ୍ରାଏଲୀ ବାୟୁସେନାର ଆକ୍ରମଣରେ ଦକ୍ଷିଣ ଗାଜାର ଖାନ ଇଉନିସସ୍ଥିତ ନାସେର ହସ୍ପିଟାଲରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଚାରି ଜଣ ସାମ୍ବାଦିକ ଏବଂ ଜଣେ ସିଭିଲ ଡିଫେନ୍ସ ସଦସ୍ୟ ରହିଛନ୍ତି ବୋଲି ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଏହି ଆକ୍ରମଣ ଏକ ଦ୍ୱିପାକ୍ଷିକ ଆକ୍ରମଣ (double-tap strike) ଥିଲା। ଯେଉଁଥିରେ ଇସ୍ରାଏଲ ପ୍ରଥମେ ଏକ ମିସାଇଲ ଆକ୍ରମଣ କରିଥିଲା ଏବଂ ଏହାର କିଛି ସମୟ ପରେ ଉଦ୍ଧାରକାରୀ ଦଳ ଓ ଅନ୍ୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ ପୁଣିଥରେ ଦ୍ୱିତୀୟ ମିସାଇଲ ମାଡ ହୋଇଥିଲା।

ଗାଜାର ସିଭିଲ ଡିଫେନ୍ସ ମୁଖପାତ୍ର ମାହମୁଦ ବାସାଲଙ୍କ କହିବା ଅନୁସାରେ, ଏହି ହମଲାରେ ଚାରି ଜଣ ସାମ୍ବାଦିକଙ୍କ ସମେତ ଜଣେ ସିଭିଲ ଡିଫେନ୍ସ ସଦସ୍ୟଙ୍କର ମୃତ୍ୟୁ ହୋଇଛି। ମୃତ ସାମ୍ବାଦିକମାନଙ୍କ ମଧ୍ୟରେ ଆନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରୟଟର୍ସ ସହ ଜଡ଼ିତ ଜଣେ ଫ୍ରିଲାନ୍ସ ସାମ୍ବାଦିକ ମଧ୍ୟ ଅଛନ୍ତି। ରୟଟର୍ସର ଜଣେ କ୍ୟାମେରାମ୍ୟାନ ହୁସାମ ଅଲ-ମାସ୍ରି ପ୍ରଥମ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଫଟୋଗ୍ରାଫର ହାତେମ ଖାଲେଦ ଦ୍ୱିତୀୟ ଆକ୍ରମଣରେ ଆହତ ହୋଇଛନ୍ତି। ସେହିଭଳି ଏହି ଆକ୍ରମଣରେ ମୃତ୍ୟୁବରଣ କରିଥିବା ଅନ୍ୟ ତିନି ଜଣ ସାମ୍ବାଦିକ ମାରିଆମ ଆବୁ ଦାଗା, ମହମ୍ମଦ ସାଲାମା ଏବଂ ମୋଆଜ ଆବୁ ତାହା ବୋଲି ଜଣାପଡିଛି।

ଇସ୍ରାଏଲୀ ସେନା ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ହମଲା ସମ୍ପର୍କରେ ତୁରନ୍ତ କୌଣସି ମନ୍ତବ୍ୟ ଦେଇନାହାନ୍ତି। ଗାଜାର ସ୍ୱାସ୍ଥ୍ୟ ଅଧିକାରୀ ଦେଇଥିବା ସୂଚନା ମୁତାବକ, ଏହି ଆକ୍ରମଣ ଯୋଗୁଁ ହସ୍ପିଟାଲରେ ଚିକିତ୍ସା ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି ଏବଂ ଅନେକ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରି ନାହିଁ।

ଏହି ଘଟଣା ଗାଜାରେ ଚାଲିଥିବା ସଂଘର୍ଷରେ ସାମ୍ବାଦିକ ଓ ସାଧାରଣ ନାଗରିକଙ୍କ ସୁରକ୍ଷା ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ୨୦୨୩ ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୬୨,୦୦୦ରୁ ଅଧିକ ପାଲେଷ୍ଟାଇନୀୟ ନାଗରିକଙ୍କର ମୃତ୍ୟୁ ହୋଇସାରିଲାଣି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.