ପ୍ରମୂଖ ଖବର
  • ଭୁବନେଶ୍ବରରେ ଖୋଲିବ ଏନଆଇଏ ଶାଖା
  • ||
  • କଟକ : କାଠଯୋଡିରେ ବୁଡି ଜଣେ ମୃତ, ଜଣେ ନିଖୋଜ
  • ||
  • ବେଲପାହାଡରେ ରାସନ କାର୍ଡ ବାଣ୍ଟିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ
  • ||
  • ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପକ୍ଷରୁ ତାଳଦଣ୍ଡା କେନାଲର ଉଭୟପଟ ରାସ୍ତାରୁ ଉଚ୍ଛେଦ ଅଭିଯାନ ଆରମ୍ଭ
  • ||
  • ସିମୁଳିଆରେ ଚୋରଙ୍କ ଆତଙ୍କରାଜ, ଘର ଗ୍ରିଲ କାଟି କଳାକନା ବୁଲାଇଲେ ଦୁର୍ବୃତ୍ତ
  • ||
  • CRPF ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ବନ୍ଦ ହେଲା ସାଧାରଣ ଦର୍ଶନ
  • ||
  • IPL 2025: ଆଜି କିଙ୍ଗ୍‌ସ- ରୟାଲ୍ସ ମଧ୍ୟ ଟକ୍କର, ଫୋକସ୍‌ରେ ଯୁବ ଓପନରଙ୍କ ବିଧ୍ୱଂସୀ ବ୍ୟାଟିଂ
  • ||
  • ରାଇରଙ୍ଗପୁର : ହାଇୱା ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକଙ୍କ ରାସ୍ତା ଅବରୋଧ
  • ||
  • ହାଇୱା ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକଙ୍କ ରାସ୍ତା ଅବରୋଧ
  • ||
  • ମାର୍ଲବା ଘାଟିରେ ଭାରସାମ୍ୟ ହରାଇ ପାହଡ଼କୁ ପିଟିଲା ଯାତ୍ରୀବାହୀ ବସ , ୩ ଗୁରୁତର, ୭ ଆହତ
  • ||
  • ରାଜଗାଙ୍ଗପୁର ରେଳ ଷ୍ଟେସନରେ ଅଘଟଣ, ଟ୍ରେନ୍ ଧକ୍କାରେ ବୃଦ୍ଧ ମୃତ
  • ||
  • ରାଉରକେଲା: ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ଏହି ରୁଟ୍‌ରେ ରେଳ ଚଳାଚଳ ବନ୍ଦ
  • ||
  • ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼, ମିସୌରୀ ଓ କେଣ୍ଟକି ଅଧିକ ପ୍ରଭାବିତ, ୨୭ ମୃତ, ୧୨ରୁ ଅଧିକ ଆହତ
  • ||
  • ସରିବ ଭାରତ-ପାକିସ୍ତାନ ଅସ୍ତ୍ରବିରତି ଅବଧି, ଡିଜିଏମ୍‌ଓ ସ୍ତରରେ ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ସଫଳ ହେଲାନି ସାଟେଲାଇଟ୍ EOS-09ର ଉତ୍‌କ୍ଷେପଣ, ସୂଚନା ଦେଲେ ଇସ୍ରୋ ମୁଖ୍ୟ ଭି. ନାରାୟଣନ
  • ||
  • କେନ୍ଦୁଝର : ସାଙ୍ଗକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ସାଙ୍ଗ ମୃତ
  • ||
  • ଭଦ୍ରକ : ଲିଫ୍ଟରେ ଚାପି ହୋଇ ରୋଗୀ ମୃତ୍ୟୁ ଘଟଣା, ସମ୍ପର୍କୀୟଙ୍କୁ ମିଳିଲା ଆର୍ଥିକ ସହାୟତା ସହ ଚାକିରି
  • ||
  • ରାଜ୍ୟର ୪ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ପାରଦ, ଆଜି ୯ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା
  • ||

ଇସ୍ରାଏଲ୍‌ ସେନାର ପ୍ରଚଣ୍ଡ ଆକ୍ରମଣ: ଗାଜାରେ ୩ ଦିନରେ ୨୫୦ରୁ ଅଧିକ ମୃତ

Published By : Prameya | May 18, 2025 10:34 AM

ଗାଜା, ୧୮/୦୫: ହମାସ ଆତଙ୍କୀଙ୍କୁ ସଫା କରିବା ଏବଂ ନିଜ  ପଣବନ୍ଦୀଙ୍କୁ ମୁକ୍ତ କରିବା ଲକ୍ଷ୍ୟରେ  ଇସ୍ରାଏଲ୍‌ର ସେନା ଗାଜା ଉପରେ ପ୍ରଚଣ୍ଡ  ଆକ୍ରମଣ ଜାରି ରଖିଛି । ଏହି ଅପରେସନ  ଦ୍ୱାରା ଗତ ୩ ଦିନରେ ଇସ୍ରାଏଲ୍‌ ଅନେକ  ବଡ଼ ଆକ୍ରମଣ କରିଛି । ଯେଉଁଥିରେ ୨୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।  ଗତ ୨୪ ଘଣ୍ଟାରେ ଗାଜା ପଟ୍ଟିରେ ଥିବା  ହମାସର ୧୫୦ରୁ ଊଦ୍ଧ୍ୱର୍ ଆଡ୍ଡା ଉପରେ  ଜୋରଦାର ଆକ୍ରମଣ ହୋଇଛି । ହମାସର  ଅନ୍ତ ନ ଘଟିବା ପର୍ଯ୍ୟନ୍ତ ଏହି ଅପରେସନ  ଜାରି ରହିବା ନେଇ ଇସ୍ରାଏଲ ସେନା ପକ୍ଷରୁ  କୁହାଯାଇଛି । 

ଉଲ୍ଲେଖଯୋଗ୍ୟ, ଗାଜାକୁ  ନିଜ ନିୟନ୍ତ୍ରଣକୁ ନେବା ସକାଶେ ମେ ୫ରେ  ଇସ୍ରାଏଲ୍‌ ‘ଗିଦୋନ ଚାରିଅଟ୍‌ସ’ ସାମରିକ  ଅପରେସନ ଆରମ୍ଭ କରିଥିଲା । ଇସ୍ରାଏଲ  ଚଳିତବର୍ଷ ମାର୍ଚ୍ଚରେ ଗାଜା ଭିତରକୁ ଖାଦ୍ୟ  ଓ ଇନ୍ଧନ ଯୋଗାଣ ବନ୍ଦ ପାଇଁ ନିଷ୍ପତ୍ତି  ନେଇଥିଲା । ଏହାଦ୍ୱାରା ହମାସ ଦୁର୍ବଳ  ହୋଇଯିବା ନେଇ ଇସ୍ରାଏଲ ସରକାର ଦାବି  କରିଥିଲେ । ତେବେ ଏହା ଯୋଗୁ ସାଧାରଣ  ଜନତା ବି ପ୍ରଭାବିତ ହେଉଛନ୍ତି । ଶନିବାର  ହୋଇଥିବା ଆକ୍ରମଣରେ ଉତ୍ତର ଗାଜାରେ  ଅନେକ କୋଠା ଧ୍ୱଂସ ହୋଇଯାଇଛି ।  ଏଥିରେ ଛୋଟ ପିଲାଙ୍କ ସମେତ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି । 

ଗାଜାରେ ଗତ ୧୯  ମାସ ହେଲା ଜାରି ରହିଥିବା ଯୁଦ୍ଧ ଯୋଗୁ  ୫ ଲକ୍ଷ ଲୋକ ଦୁର୍ଭିକ୍ଷରେ କାଳାତିପାତ  କରୁଛନ୍ତି। ଜାତିସଂଘ ନିଜର ଏକ  ରିପୋର୍ଟରେ କହିଥିଲା କି ଇସ୍ରାଏଲ ଯଦି  କଟକଣା ନ ହଟାଏ, ତେବେ ଗାଜାରେ  ପ୍ରତି ୫ରୁ ଜଣେ ବ୍ୟକ୍ତି କ୍ଷୁଧାର ସମ୍ମୁଖୀନ  ହୋଇପାରନ୍ତି। ୨୧ ଲକ୍ଷ ଲୋକଙ୍କୁ ଅକାଳ  ମରୁଡ଼ିର ସାମ୍ନା କରିବାକୁ ପଡ଼ିପାରେ ।  ବଗଦାଦ୍‌ରେ ଆଜି ଅନୁଷ୍ଠିତ ଆରବ ଲିଗ୍‌  ଶିଖର ସମ୍ମିଳନୀରେ ଯୋଗଦେଇଥିବା  ନେତାମାନେ ତୁରନ୍ତ ଗାଜାରେ ଯୁଦ୍ଧ ବନ୍ଦ  କରିବା ଲାଗି ଦାବି କରିଛନ୍ତି । ୨୦୨୩  ଅକ୍ଟୋବରରୁ ଚାଲିଥିବା ଇସ୍ରାଏଲ-ହମାସ  ଯୁଦ୍ଧରେ ଏ ପର୍ଯ୍ୟନ୍ତ ୬୧ ହଜାରରୁ  ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.