ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଲେବାନନ୍‌ରେ ଇସ୍ରାଏଲର ଜଣେ କ୍ୟାପ୍ଟେନଙ୍କ ସମେତ ୮ ସୈନିକ ମୃତ

Published By : Tapas Panda | October 2, 2024 10:22 PM

Image Courtesy: timesofisrael

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହିଜବୁଲ୍ଲା ସଂଘର୍ଷ ମଧ୍ୟରେ ଲେବାନନରେ ଇସ୍ରାଏଲର କମାଣ୍ଡର ସମେତ ୮ ସୈନିକଙ୍କ ମୃତ୍ୟୁ ହୋଇଛି । ବୁଧବାର ଏନେଇ ଇସ୍ରାଏଲ ସେନା ସୂଚନା ଦେଇଛି । ଲେବାନନରେ ପଶି ଅପରେସନ୍‌ କରୁଥିବା ଇସ୍ରାଏଲ ସୈନିକଙ୍କ ଏହା ପ୍ରଥମ ମୃତ୍ୟୁ । ନ୍ୟୁଜ  ଏଜେନ୍ସି ରୟଟର୍ସ ଏବଂ ସ୍କାଇ ନ୍ୟୁଜ୍‌ର ରିପୋର୍ଟ ଅନୁସାରେ, ମୃତ କମାଣ୍ଡର ହେଉଛନ୍ତି ୨୨ ବର୍ଷୀୟ ଏତନ ଇତଜାକ୍‌ ଓଷ୍ଟର । 

ଅନ୍ୟ ଏକ ନ୍ୟୁଜ ଏଜେନ୍ସି ଅନୁସାରେ, ଦକ୍ଷିଣ ଲେବାନନ୍‌ରେ ହୋଇଥିବା ସଂଘର୍ଷରେ ୮ ଜଣ ଇସ୍ରାଏଲୀ ସୈନିକଙ୍କ ମୃତ୍ୟୁ ହୋଇଛି । ସେପଟେ ହିଜବୁଲ୍ଲା ଏବଂ ଇରାନ ବିରୋଧରେ ନିଜର ଅଭିଯାନକୁ ନେଇ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଦେଶରେ ନବବର୍ଷ ପାଳନ ଅବସରରେ ବଡ଼ ଦାବି କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେ ପୋଷ୍ଟ କରି କହିଛନ୍ତି, ‘ଏହା ସଂପୂର୍ଣ୍ଣ ବିଜୟର ବର୍ଷ ହେବ ।’ 

ଅନ୍ୟପଟେ, ଇସ୍ରାଏଲ ଉପରେ ଇରାନ୍‌ର ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛି ଆମେରିକା । ଆଗକୁ ଇସ୍ରାଏଲ ଉପରେ ଆକ୍ରମଣ ନକରିବାକୁ ଇରାନକୁ ଚେତବାନୀ ଦେବା ସହ ଏହାର ପ୍ରକ୍ସି ଆତଙ୍କବାଦୀ ସଂଗଠନକୁ ରୋକିବାକୁ ନିର୍ଦ୍ଦେଶ ଦେଇଛି ଆମେରିକା । ମଧ୍ୟପ୍ରାଚ୍ୟର ହିତ ଏବଂ ସୈନିକଙ୍କ ସୁରକ୍ଷା ଲାଗି ଆମେରିକା ପଛଘୁଞ୍ଚା ଦେବ ନାହିଁ । ଇସ୍ରାଏଲର ରକ୍ଷା ଲାଗି ଆମେରିକା ପ୍ରତିବଦ୍ଧ ବୋଲି ବାଇଡେନ୍‌ ପ୍ରଶାସନ ସଫା ସଫା ଶୁଣାଇ ଦେଇଛି ।  ଏହାରି ମଧ୍ୟରେ ରୟଟର୍ସର ଏକ ରିପୋର୍ଟ ଅନୁସାରେ, ଇାରାନର ସର୍ବୋଚ୍ଚ ନେତା ଅୟତୁଲ୍ଲା ଖାମେନି ହିଜବୁଲ୍ଲାର ମୁଖ୍ୟ ହସନ ନସରଲ୍ଲାକୁ ଇସ୍ରାଏଲ ଆକ୍ରମଣ ସଂପର୍କରେ ପୂର୍ବରୁ ଚେତାଇ ଦେଇଥିଲେ । ଏହା ସହ ଲେବାନନରୁ ଅନ୍ୟତ୍ର ଚାଲିଯିବାକୁ ତାକୁ କହିଥିଲେ ।   

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.