ନୂଆଦିଲ୍ଲୀ : ଲେବାନନରେ ଲଗାତାର ହିଜବୁଲ୍ଲାର ଠିକଣା ଗୁଡ଼ିକୁ ଟାର୍ଗେଟ୍‌ କରୁଛି ଇସ୍ରାଏଲ। ଇସ୍ରାଏଲର ବାୟୁସେନା ଲଗାତାର ଲେବାନନର ରାଜଧାନୀ ବେରୁତ ଓ ଅନ୍ୟ ସହରରେ ବୋମା ବର୍ଷା କରୁଛି। ନିକଟରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି , ଯେଉଁଥିରେ ଏକ ଇସ୍ରାଏଲୀୟ ବୋମାରୁ ଏକ ଉଚ୍ଚ ବିଲ୍ଡିଂ କିଛି କ୍ଷଣରେ ମାଟିରେ ମିଶି ଯାଇଛି। ଏହି ବିସ୍ଫୋରଣ ହେବାର ଠିକ୍‌ ପୂର୍ବରୁ ଏକ ଫଟୋରେ ବିଲ୍ଡିଂକୁ ଉଡ଼ାଇବାର ବୋମାର ଏକ ଫଟୋ ସାମନାକୁ ଆସିଛି, ଯେଉଁଥିରେ ଏକ ଗ୍ରେ କଲରର ବୋମା ବିଲ୍ଡିଂରେ ମାଡ଼ ହେବାର ଦେଖିବାକୁ ମିଳୁଛି। 

ନ୍ୟୁଜ୍ ଏଜେନ୍ସିର କ୍ୟାମେରାରେ କଏଦ ହୋଇଥିବା ଫଟୋରେ ନଜର ଆସୁଥିବା ଗ୍ରେ କଲରର ବୋମାକୁ ବିଶେଷଜ୍ଞ ଇସ୍ରାଏଲ ଶାସ୍ତ୍ରଗାରର ସବୁଠୁ ଶକ୍ତଶାଳୀ ବିସ୍ଫୋରକ ମଧ୍ୟରୁ ଗୋଟିଏ ବୋଲି କହୁଛନ୍ତି। ଏହି ଦୁଇଟି ବିଲ୍ଡିଂ ଉପରେ ହମଲା କରିବାର ୪୦ ମିନିଟ୍‌ ପୂର୍ବରୁ ଇସ୍ରାଏଲ ସେଗୁଡ଼ିକୁ ଖାଲି କରିବାକୁ ଚେତାବନୀ ଦେଇଥିଲା। ଇସ୍ରାଏଲରର ଅଭିଯୋଗ ଥିଲାକି ଏହି ସବୁ ବିଲ୍ଡିଂରେ ହିଜବୁଲ୍ଲାର କବଜା ଥିଲା।

ଆସନ୍ତୁ ଜାଣିବା ଏହି ସ୍ମାର୍ଟ ବୋମା କଣ ?

ଇସ୍ରାଏଲ ଯେଉଁ ବିସ୍ଫୋରକର ବ୍ୟବହାର ଲେବାନନରେ କରୁଛି ତାକୁ ସ୍ମାର୍ଟ ବୋମା କୁହାଯାଉଛି। ସ୍ୱତନ୍ତ୍ର ଭାବେ ଅସ୍ତ୍ରଶସ୍ତ୍ର ଯାଞ୍ଚ କରୁଥିବା ଗବେଷକମାନେ ଏହି ବିଷୟରେ କହିଛନ୍ତି ଯେ ବିଲ୍ଡିଂକୁ ଖସାଇବା ପାଇଁ ବ୍ୟବହାର କରାଯାଇ ଥିବା ଅସ୍ତ୍ର ଏକ ଗାଇଡେଡ୍ ବୋମା ଥିଲା , ଯାହାକୁ ସ୍ମାର୍ଟ ବୋମା ମଧ୍ୟ କୁହାଯାଏ , ଯାହାକୁ ଏକ ଇସ୍ରାଏଲୀୟ ଜେଟ୍‌ରୁ ଲଞ୍ଚ କରାଯାଇ ଥିଲା। 

ମାନବାଧିକାର ସଙ୍ଗଠନର ଅସ୍ତ୍ରଶସ୍ତ୍ରର ଗବେଷକ ରିଚର୍ଡ ଫିନ୍‌ କହିଛନ୍ତି - ଅସ୍ତ୍ରଶସ୍ତ୍ରର ହେଡ୍‌ ଦର୍ଶାଉଛି ଯେ , ଏହା ୨୦୦୦ ପାଉଣ୍ଡର ଅସ୍ତ୍ର ଥିଲା, ଯାହା ଇସ୍ରାଏଲ ନିର୍ମିତ ଗାଇଡେଡ୍‌ କିଟ୍‌(ଯାହାକି ସ୍ପାଇସ୍‌ ନାମରେ ଜଣାଯାଉ ଥିଲା) ରେ ସଜ୍ଜିତ ଥିଲା। ସ୍ପାଇସ୍‌-ସ୍ମାର୍ଟ , ସଠିକ୍‌-ପ୍ରଭାବ ଓ କଷ୍ଟ୍‌ ଇଫେକ୍ଟିଭ୍‌ ଗାଇଣ୍ଡେନ୍ସ ପ୍ରଣାଳୀ ଇସ୍ରାଏଲ ସରକାରର ମାଲିକାନାର ରାଫେଲ ଆଡଭାନ୍ସ ଡିଫେନ୍ସ ସିଷ୍ଟମସ ଦ୍ୱାରା ନିର୍ମିତ କରାଯାଇଛି। ଏହି ହତିଆରକୁ ଏହାର ଲକ୍ଷ୍ୟ ସ୍ଥଳ ଯାଏ ଗାଇଡ୍‌ କରିବା ପାଇଁ ବୋମାରେ ଯୋଡ଼ି ଦିଆ ଯାଏ।