ନୂଆଦିଲ୍ଲୀ,୨୨/୧୨: ଇତିହାସ ରଚିବାକୁ ଯାଉଛି ଇସ୍ରୋ । ସଫଳ ହେବାକୁ ଯାଉଛି ଆଉ ଏକ ବଡ ମିଶନ । ମହାକାଶରେ ଆଉ ଏକ କୀର୍ତ୍ତୀମାନ ରଚିବାକୁ ଯାଉଛି ଭାରତ । ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ସ୍ଥାପନ ପାଇଁ ପ୍ରଥମ ପଦକ୍ଷେପ ଗ୍ରହଣ ହୋଇଛି । ପରୀକ୍ଷାମୂଳକ ଇନସ୍ପେସ ଡକିଙ୍ଗ୍ କରିବ ଇସ୍ରୋ । ମହାକାଶରେ ଯୋଡା ଯିବ ଦୁଇଟି ସ୍ପେସକ୍ରାଫ୍ଟ । ସ୍ପେଡେକ୍ସ ମିଶନ ଜରିଆରେ ସଫଳତା ଲାଗି ଜୋରଦାସ ପ୍ରସ୍ତୁତି ହୋଇଛି ।
ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା (ଇସ୍ରୋ) ସ୍ପେଡେକ୍ସ ମିଶନ ନେଇ ଜୋରଦାର ପ୍ରସ୍ତୁତି କରିଛି । PSLV-C60 ରକେଟ୍ ଲଞ୍ଚ ପ୍ୟାଡରେ ରହିଛି । ଲଞ୍ଚର ତାରିଖ ଘୋଷଣା ହୋଇନଥିଲେ ବି ଡିସେମ୍ବର ୩୦ ତାରିଖ ସୁଦ୍ଧା ଲଞ୍ଚ ହୋଇପାରେ । ଆନ୍ଧ୍ରପ୍ରଦେଶର ଶ୍ରୀହରିକେଟା ସ୍ଥିତ ସତୀଶ ଧାୱନ ସ୍ପେସ ସେଣ୍ଟରରେ ପ୍ରଥମ ଲଞ୍ଚ ପ୍ୟାଡ ରଖାଯାଇଛି । ସ୍ପେଡେକ୍ସ ମିଶନର ଡକିଙ୍ଗ ଏବଂ ଅନଡକିଙ୍ଗ ପାଇଁ ଜରୁରୀ ଟେକ୍ନୋଲୋଜି ଡେଭଲପ କରାଯିବ। ଏଥିରେ ଭାରତର ମୁନ ମିଶନ, ମୁମ ସ୍ପେପଲ କଲେକ୍ସନ ଏବଂ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ତିଆରି କରିବା ଓ ଅପରେଟ କରିବା ସାମିଲ ରହିଛି ।
ସ୍ପେଡେକ୍ସ ମିଶନ କଣ- ମହାକାଶ ଗବେଶଣାରେ ଡକିଂ ଟେକ୍ନୋଲୋଜି କାହିଁକି ହୁଏ । କୌଣସି ଏକ ମିଶନରେ ଏକାଧିକ ରକେର୍ଟ ଉତକ୍ଷେପଣ କରାଗଲେ ଡକିଂ ଟେକ୍ନୋଲୋଜି ଦରକାର ପଡେ । ମହାକାଶରେ ଏୟାରକ୍ରାଫ୍ଟ ଡକିଂ ଓ ଅନ୍ ଡକିଂ ପାଇଁ ଆବଶ୍ୟକ ଟେକ୍ନୋଲୋଜି ବିକାସ କରିବା ଲକ୍ଷ୍ୟରେ ସ୍ପେଡେକ୍ସ ମିଶନ ପ୍ରସ୍ତୁତ କରିଛି ଇସ୍ରୋ । ସ୍ପେସ ଡକିଂ ଏପରି ଏକ ଟେକନିକ ଯାହା ଦ୍ବାରା ମହାକାଶରେ ଗୋଟିଏ ସ୍ପେସକ୍ରାଫ୍ଟକୁ ଆଉ ଗୋଟିଏ ସହ ଯୋଡି ହେବ
ସ୍ପେଡେକ୍ସ ମିଶନରେ ଦୁଇଟି ସାଟେଲାଇଟ ରହିଛି । ସ୍ପେଡେକ୍ସ ମିଶନରେ SDX01 ଏବଂ SDX02 ଦୁଇଟି ସ୍ପୋସକ୍ରାପ୍ଟ ରହିଛି । ଦୁଇଟି ଅଲଗା ଅଲଗା ଜିନିଷକୁ ଯୋଡିବା ପାଇଁ ଭାରତ ତାର ସ୍ପେସ ଷ୍ଟେସନ ତିଆରି କରିବାକୁ ସାହାଯ୍ୟ କରିବ । ଏହା ସହିତ ଚନ୍ଦ୍ରଯାନ-୪ ପ୍ରୋଜେକ୍ଟ ପାଇଁ ବି ସହାୟକ ହେବ । ଭବିଷ୍ୟତରେ ଏହି ଟେକନିକକ ଆଧାରରେ ଅନ୍ତରୀକ୍ଷ ଷ୍ଟେସନ ତିଆରି କରାଯିବ । ଏହାପରେ ଦୁଇଟିକୁ ଭୂମି ତଳକୁ ଛଡା ଯିବ । ପ୍ରକୃତି ଓ ବିଜ୍ଞାନର ଚମତ୍କାରିତା ଦେଖିବାକୁ ମିଳିବ । ସ୍ପେଡେକ୍ସ ମିଶନରେ ରକେଟ ପ୍ରସ୍ତୁତ ରହିଛି । ଲଞ୍ଚର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଥିବା କହିଛନ୍ତି ଇସ୍ରୋ ମୁଖ୍ୟ ସୋମନାଥ ।