ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ମହାକାଶରୁ କିଭଳି ଦେଖାଯାଉଛି ମହାକୁମ୍ଭ ? ଫଟୋ ସେୟାର କଲା ଇସ୍ରୋ

Published By : Tapas Panda | January 22, 2025 7:23 PM

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ନିଜସ୍ବ ସାଟେଲାଇଟ୍‌ ବ୍ୟବହାର କରି ମହାକାଶରୁ ମହାକୁମ୍ଭ ମେଳାର ଫଟୋ ଉତ୍ତୋଳନ କରିଛି ।  ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ବିଶ୍ବର ସବୁଠାରୁ ବଡ଼ ଧାର୍ମିକ ସମାଗମ ମହାକୁମ୍ଭ ମେଳାର ଏହି ଫଟୋ ଏବେ ଜାରି କରିଛି ଇସ୍ରୋ । ଏହି ଫଟୋରୁ ଜଣାପଡ଼ିଛି, କୁମ୍ଭ ମେଳାରେ ବଡ଼ ଧରଣର ନିର୍ମାଣ କାର୍ଯ୍ୟ କରାଯାଇଛି ।  ୪୫ ଦିନର ଏହି ମେଳାରେ ୪୦ କୋଟିରୁ ଅଧିକ ଲୋକଙ୍କ ସମାଗମକୁ ନଜରରେ ରଖି ରାଜ୍ୟ ସରକାର କେଉଁଭଳି ଭାବରେ ପ୍ରସ୍ତୁତି କରିଛନ୍ତି ତାହା ସ୍ପଷ୍ଟ ଭାବେ ଦେଖାଯାଉଛି । 

 ହାଇଦ୍ରାବାଦର ଜାତୀୟ ରିମୋଟ ସେନ୍ସିଂ ସେଣ୍ଟର ଦ୍ବାରା ବିକଶିତ ରାଡାରସାଟ୍‌ ସାଟେଲାଇଟରୁ ଏହି ଫଟୋ ଉଠାଯାଇଛି । ଅସ୍ଥାୟୀ ଭାବରେ ତିଆରି କରାଯାଇଥିବା ଏକ ବିଶାଳ ସହରକୁ ଦେଖିବାକୁ ମିଳିଛି । ମେଳା ଲାଗିବା ପୂର୍ବରୁ ଏବଂ ପରେ, ଟେଣ୍ଟ ସିଟିର ସ୍ଥିତି ଜାଣିବାକୁ ମିଳିଛି ଏହି ସାଟେଲାଇଟ୍‌ ଉତ୍ତୋଳିତ ଫଟୋରୁ । ସବୁ ପ୍ରକାର ପାଣିପାଗରେ ଫଟୋ ଉଠାଇବାକୁ ପାରଙ୍ଗମ ଏହି ସାଟେଲାଇଟ୍‌ ବିଭିନ୍ନ ସମୟରେ ଏହି ପ୍ରୟାଗରାଜର ଅସ୍ଥାୟୀ ଟେଣ୍ଟ ସିଟିର ଫଟୋ ଉତ୍ତୋଳନ କରିଛି । 

 ଟେଣ୍ଟ, ଅସ୍ଥାୟୀ ବ୍ରିଜ୍‌ ଏବଂ ଅନ୍ୟ ନିର୍ମାଣକୁ ଏହି ଫଟୋରେ ଭଲ ଭାବେ ଦେଖିବାକୁ ମିଳିଛି । ପ୍ରଥମେ ଏପ୍ରିଲ ୬, ୨୦୨୪ରେ ଫଟୋ ନିଆଯାଇଥିଲା । ସେତେବେଳେ ପ୍ରୟାଗରାଜର ପରେଡ ଗ୍ରାଉଣ୍ଡରେ ଅଳ୍ପ କିଛି ନିର୍ମାଣ ଦେଖାଯାଉଥିଲା । ହେଲେ ଏହା ପରେ ଡିସେମ୍ବର ୨୨, ୨୦୨୪ରେ ଉତ୍ତୋଳିତ ଫଟୋରେ ମହାକୁମ୍ଭ ମେଳା ଲାଗି ଏକ ବିଶାଳ ଅସ୍ଥାୟୀ ସହର ବସି ସାରିଥିଲା । ଜାନୁଆରୀ ୧୦ ବେଳକୁ କୋଟି କୋଟି ଲୋକଙ୍କ ଗହଳି ଆରମ୍ଭ ହୋଇଯାଇଥିଲା । ତେବେ ଇସ୍ରୋ ପକ୍ଷରୁ ସେୟାର କରାଯାଇଥିବା ଫଟୋଗୁଡ଼ିକରୁ ଏହା ସ୍ପଷ୍ଟ ହୋଇଛି ଯେ, ଧର୍ମ ଏବଂ ପ୍ରଯୁକ୍ତିର ମିଳନ ଫଳରେ ଏକ ସୁନ୍ଦର ଭବିଷ୍ୟତର ନିର୍ମାଣ କରାଯାଇପାରେ । ଏହା କହିଛନ୍ତି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.