ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

ଦୁନିଆର ଏହି ଦେଶରେ ଜରୁରୀ ହୋଇଥାଏ ସେନାରେ କାମ କରିବା, ବାଧ୍ୟତାମୂଳକ ଭାବରେ କରାଯାଏ ଭର୍ତ୍ତି

Published By : Prameya | March 31, 2025 6:51 PM

ନୂଆଦିଲ୍ଲୀ,୩୧।୩: ଦୁନିଆରେ ଅନେକ ଗୁଡିଏ ଦେଶ ରହିଛି। ବୋଧହୁଏ ଏଭଳି କୌଣସି ଦେଶ ରହିଛି ଯାହାର ନିଜର କୌଣସି ସେନା ନାହିଁ। ପ୍ରାୟ ପ୍ରତି ଦେଶ ପାଖରେ ନିଜର ସେନା ରହିଛି। କୌଣସି ଦେଶର ନାଗରିକଙ୍କ ପାଇଁ ନିଜ ଦେଶର ସେନାରେ କାମ କରିବା ଗର୍ବର କଥା। ଭାରତରେ ମଧ୍ୟ ଅନେକ ଯବାନ ଭାରତୀୟ ସେନାରେ ନିଜର ସେବା ଦେଉଛନ୍ତି। ଉଲ୍ଲେଖନୀୟ ଯେ, ଦୁନିଆରେ ଏଭଳି ବହୁ ଦେଶ ଅଛି, ଯେଉଁଠି ଦେଶର ପ୍ରତ୍ୟେକ ନାଗରିକଙ୍କୁ ସେନାରେ କାମ କରିବା ଜରୁରୀ। ବହୁ ଦେଶରେ ବଳପୂର୍ବକ ସେଠାର ନାଗରିକଙ୍କୁ ସେନାରେ ଭର୍ତ୍ତି କରାଯାଏ। ତେଣୁ ଆସନ୍ତୁ ଜାଣିବା ଏହି ସବୁ ଦେଶ ବିଷୟରେ।

ଦୁନିଆରେ ଏଭଳି ବହୁ ଦେଶ ରହିଛି, ଯେଉଁଠି ସବୁ ନାଗରିକଙ୍କୁ ସେନାରେ ଭର୍ତ୍ତି ହେବା ଜରୁରୀ। ଏହାକୁ ବାଧ୍ୟତାମୂଳକ ସାମରିକ ସେବା କୁହାଯାଏ। ସେଠାରେ ସବୁ ନାଗରିକଙ୍କୁ ନିଜ ଦେଶ ପାଇଁ ସେନାରେ ଆଇନଗତ ଭାବରେ କାମ କରିବାକୁ ପଡିଥାଏ। ସ୍ବାଭାବିକ ଭାବରେ ଯେଉଁ ଦେଶରେ  ଜନସଂଖ୍ୟା କମ୍ ଥାଏ ସେହି ଦେଶର ଏଭଳି କରାଯାଇଥାଏ। ଇସ୍ରାଏଲର ଆଇନ ଅନୁସାରେ, ପୁରୁଷଙ୍କୁ ମୋଟ ୩୨ ମାସ ସେନାରେ ସର୍ଭିସ ଦେବାକୁ ପଡିଥାଏ। ସେଠାର ମହିଳାଙ୍କୁ ୨୪ ମାସ ସର୍ଭିସ ଦେବାକୁ ପଡିଥାଏ। ଏହା ଦୁନିଆର ଏକମାତ୍ର ଏଭଳି ଦେଶ, ଯେଉଁଠି ମହିଳାଙ୍କ ପାଇଁ ମଧ୍ୟ ସାମରିକ ସେବା ବାଧ୍ୟତାମୂଳକ।

ଦକ୍ଷିଣ କୋରିଆରେ ମଧ୍ୟ ସେଠାର ନାଗରିକଙ୍କୁ ସେନାରେ ନିଜର ସେବା ଦେବାକୁ ପଡିଥାଏ। ୧୮ ରୁ ୨୧ ମାସ ପର୍ଯ୍ୟନ୍ତ ନାଗରିକଙ୍କୁ ସେନାରେ ନିଜର ସେବା ଦେବାକୁ ପଡିଥାଏ। ତେବେ ଯେଉଁ ଲୋକ ଅଲିମ୍ପିକ୍ସ ଓ ଏସିଆନ୍ ଗେମ୍ସରେ ପଦକ ଜିତିଛନ୍ତି କିମ୍ବା ଶାରିରୀକ ଅକ୍ଷମ ତାଙ୍କୁ ଏଥିରୁ ବାଦ୍ ଦିଆଯାଇଥାଏ। ଇରାନରେ ମଧ୍ୟ ବାଧ୍ୟତାମୂଳକ ସାମରିକ ସେବା ଲାଗୁ ହେବ। ସେଠାରେ ମଧ୍ୟ ୧୮ ବର୍ଷର ନାଗରିକଙ୍କୁ ସେନାରେ ଭର୍ତ୍ତି ହେବାକୁ ପଡିଥାଏ। କିନ୍ତୁ ଯେଉଁମାନେ ପାଠପଢନ୍ତି ତାଙ୍କୁ ସେନାରେ ନିଜର ସେବା ଦେବା ପାଇଁ କିଛି ସମୟ ଦିଆଯାଏ। ତେବେ ଅତି କମ୍‌ରେ ୨୪ ମାସ ପର୍ଯ୍ୟନ୍ତ ସେନାରେ ସେବା ଦେବାକୁ ହେବ। ଏଠାରେ ମଧ୍ୟ ଶାରିରୀକ ଓ ମାନସିକ ରୂପରେ ସକ୍ଷମ ଲୋକଙ୍କୁ ଛାଡ ମିଳିଥାଏ। ଏହାଛଡା ଯଦି କଥା ହେବା ତେବେ ଉତ୍ତର କୋରିଆରେ ମଧ୍ୟ ବାଧ୍ୟତାମୂଳକ ସାମରିକ ସେବା ଲାଗୁ  ହୋଇଥାଏ। ମେକ୍ସିକୋରେ ମଧ୍ୟ ସେଠାର ନାଗରିକଙ୍କୁ ସେନାରେ ନିଜର ସେବା ଦେବାକୁ ଜରୁରୀ। ସିଙ୍ଗାପୁର,ସ୍ବିଜରଲାଣ୍ଡ, ଥାଇଲାଣ୍ଡ, ତୁର୍କୀ, ୟୁଏଇ ଏବଂ ନରଓ୍ବେ ଭଳି ଦେଶରେ ମଧ୍ୟ ସେଠାର ନାଗରିକଙ୍କୁ ବାଧ୍ୟତାମୂଳକ ଭାବରେ ସାମରିକ ସେବା ଦେବାକୁ ପଡିଥାଏ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.