ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଆଇଟିଇଆର ପୂର୍ବ ଭାରତର ଏକ ନମ୍ବର ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ, ଟାଇମ୍ସ ବିଜିନେସ୍ ଆୱାର୍ଡ – ଝାଡ଼ଖଣ୍ଡ ସମ୍ମାନ ପ୍ରଦାନ

Published By : Prameya | January 24, 2025 6:47 PM

ଭୁବନେଶ୍ୱର, ୨୪/୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)କୁ ପ୍ରଥମ ଟାଇମ୍ସ ବିଜିନେସ୍ ଆୱାର୍ଡ-ଝାଡ଼ଖଣ୍ଡ ୨୦୨୫ରେ ପୂର୍ବ ଭାରତର ଏକ ନମ୍ବର ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ ସମ୍ମାନ ପ୍ରଦାନ କରାଯାଇଛି । ଗତ ଜାନ୍ରୁଆରୀ ୧୭ତାରିଖରେ ଟାଇମ୍ସ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷା ସମେତ ୩୬ଟି କ୍ୟାଟେଗୋରୀରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିବାବେଳେ ବଲିଉଡ୍ ତାରକା ସୋନୁ ସୁଦ ଏହି ସମ୍ମାନ ପ୍ରଦାନ କରିଥିଲେ । 

କାର୍ଯ୍ୟକ୍ରମରେ ସୋଆର ଆଇଟିଇଆରକୁ ‘ରାଗିଙ୍ଗ ମୁକ୍ତ କ୍ୟାମ୍ପସ୍‌’ ଭାବେ ପ୍ରତିପାଦିତ କରାଯାଇଥିଲା । ଆଇଟିଇଆର୍‌ରେ ରାଗିଂକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯାଏ ନାହିଁ କିମ୍ବା ସେଭଳି ପରିବେଶ ଏଠାରେ ନାହିଁ ବୋଲି ଆୟୋଜିତ କାର୍ଯ୍ୟକ୍ରମରେ କୁହାଯାଇଥିଲା । ସୋଆ ପକ୍ଷରୁ ଡିନ୍ (ସ୍ପନ୍ସର୍ଡ ରିସର୍ଚ୍ଚ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ କନ୍‌ସଲ୍‌ଟାନି୍ସ) ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ଏହି ସମ୍ମାନ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ଆଇଏଏସ୍ ଅଫିସର ଉତ୍କର୍ଷ କୁମାର, ବରିଷ୍ଠ ସାମ୍ବାଦିକ ବଲବିର ଦତ, ବିଶିଷ୍ଠ ପରିବେଶବିତ୍ କୌଶଳ କିଶୋର ଜୟସ୍ୱାଲ୍‌, ରାଡିସନ୍ ବ୍ଲୁର ପରିଚାଳନା ନିର୍ଦ୍ଦେଶିକା ନନ୍ଦିନୀ ଗୁପ୍ତା ଓ ଜେନେରାଲ ମ୍ୟାନେଜର ହେମନ୍ତ ମେହେଟା ଅତିଥି ଭାବେ ଯୋଗଦେଇଥିଲେ ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.