ମୁମ୍ୱାଇ : ଆଜି (ସୋମବାର) ରିଲିଜ ହୋଇଛି ଫିଲ୍ମ ‘ଜାଟ୍‌’ର ଟ୍ରେଲର। ପୁଣି ଥରେ ସନି ଦେଓଲ ଦମଦାର ଆକ୍ସନ ଓ ଲାଉଡ୍‌ ଭଏସ୍‌ରେ ସିନେମା ହଲ୍‌ରେ ଜଲୱା ଦେଖାଇବାକୁ ପ୍ରସ୍ତୁତ। ଫିଲ୍ମର କାହାଣୀ ସାଉଥ୍‌ ଉପରେ ପର୍ଯ୍ୟବେସିତ। ଯେଉଁଠି କିଛି ଦବଙ୍ଗ ମାଫିଆଙ୍କର ରାଜୁତି ଚାଲିଛି। 

ରଣଦୀପ ହୁଡ୍ଡା ଓ ବିନୀତ କୁମାର ସିଂହ ଗ୍ରେ ଶେଡ୍‌ ଅବତାରରେ ନଜର ଆସିବେ ଏବଂ ସନି ଦେଓଲଙ୍କ ଏଣ୍ଟ୍ରି ପୂର୍ବଭଳି ଦମଦାର ରଖା ଯାଇଛି। କଣ ରହିଛି ଫିଲ୍ମର କାହାଣୀ ଓ ଟ୍ରେଲର ଉପରେ କେମିତି ଅଛି ଲୋକଙ୍କର ରିଆକ୍ସନ? ଆସନ୍ତୁ ଜାଣିବା।

କଣ ରହିଛି ଫିଲ୍ମ ‘ଜାଟ୍‌’ର କାହାଣୀ ? କେମିତି କା ଟ୍ରେଲର ? 

ଫିଲ୍ମର କାହାଣୀ ସାଉଥ୍‌ର ଏକ ଗାଁରୁ ଆରମ୍ଭ ହେଉଛି , ଯେଉଁଠି ରାଣାତୁଙ୍ଗା ନାମକ ଜଣେ ମାଫିଆ (ରଣଦୀପ ହୁଡ୍ଡା)ର ରାଜ୍‌ ଚାଲିଛି। ଗାଁ ଲୋକେ ରାଣୀତୁଙ୍ଗାର ଭୟରେ ଥରୁଛନ୍ତି ଏବଂ କେହି ବି ତା ବିରୋଧରେ କହିବାକୁ ଚାହୁଁ ନାହାନ୍ତି। ଯାହାକୁ ପାଉଛି ନିଜ ମୁତାବିକ ଜାଳି ଦେଉଥିବା ରାଣା, କାହାକୁ ଡ଼ରୁ ନାହିଁ , କିନ୍ତୁ କାହାଣୀରେ ଟ୍ୱିଷ୍ଟ ଆସୁଛି, ଯେତେବେଳେ ଜଣେ ସାହସି ଜାଟ୍‌ (ସନି ଦେଓଲ)ରାଣାର ଲଙ୍କାରେ ପାଦ ରଖୁଛି। ଫିଲ୍ମର ଆକ୍ସନ ସିକ୍ୱେନ୍ସ ମୁଣ୍ଡ ପୂରା ଘୂରାଇ ଦେବା ଭଳି ଏବଂ ସନି ଦେଓଲଙ୍କର ଲାଉଡ୍‌ ଭଏସ୍‌ ଶିରା ପ୍ରଶିରାରେ ଜୋସ୍‌ ଭରି ଦେଉଛି। 

ସଲମାନ ଖାନଙ୍କ ସିକନ୍ଦର ଉପରେ ମହଙ୍ଗା ପଡ଼ିବ ଜାଟ୍ ? 

ସାଉଥ୍‌ ଷ୍ଟାର କମ୍ପୋଜର ଥମନ୍‌ଙ୍କ ମ୍ୟୁଜିକ୍‌ରେ ଏହି ଫିଲ୍ମର ବ୍ୟାକଗ୍ରାଉଣ୍ଡ ସ୍କୋର ଖୁବ୍‌ ଚମତ୍କାର ହୋଇଛି ଏବଂ ଫିଲ୍ମର ଟ୍ରେଲର ସଲମାନ ଖାନଙ୍କ ସିକନ୍ଦର ଉପରେ ଭାରି ପଡ଼ୁଛି। କିନ୍ତୁ ସନି ଦେଓଲଙ୍କ ଜାଟ୍‌ କଣ ଆୟ ମାମଲାରେ ସିକନ୍ଦରକୁ ଟପିଯିବ କି ? ଏହା ତ ବକ୍ସ ଅଫିସର ଡାଟା ହିଁ କହି। 

କହି ରଖୁଛୁ କି , ସଲମାନ ଖାନଙ୍କ ସିକନ୍ଦର ୩୦ ମାର୍ଚ୍ଚରେ ରିଲିଜ ହେଉଛି ଏବଂ ଏହାର ୧୦ଦିନ ପରେ ହିଁ (୧୦ ଅପ୍ରେଲରେ) ଜାଟ୍‌ ସିନେମା ହଲ୍‌ରେ ପାଦ ରଖିବାକୁ ଯାଉଛି। କିନ୍ତୁ ଗଦର-୨ ପରେ ସନ୍ନି ଦେଓଲ ଫିଲ୍ମ ପୁଣି ଥରେ ଧମାକା କରୁବ କି ? ଏହି ପ୍ରଶ୍ନର ଜବାବ ଜାଣିବା ପାଇଁ ଆଉ କିଛି ସମୟ ଅପେକ୍ଷା କରିବାକୁ ହେବ। 

ଫିଲ୍ମର ଟ୍ରେଲର ଉପରେ କେମିତି ରହିଛି ପବ୍ଲିକ୍‌ର ରିଆକ୍ସନ ? 

ଫିଲ୍ମର ଟ୍ରେଲର ମୈତ୍ରୀ ଫିଲ୍ମ ମେକର୍ସର ୟୁଟ୍ୟୁବ୍‌ ଚ୍ୟାନେଲରେ ରିଲିଜ୍‌ ହୋଇଛି। କମେଣ୍ଟ ସେକ୍ସନରେ ଜଣେ ୟୁଜର ଲେଖିଛନ୍ତି , ଶେଷ ଡାଇଲଗ୍‌ ଖୁବ୍‌ ଦମଦାର ଥିଲା। ଜଣେ ପ୍ରଶଂସକ କମେଣ୍ଟ କରିଛନ୍ତି , ପୁଣି ଥରେ ଥିଏଟର୍ସରେ ମାସ୍ ମୁଭିଜ୍‌ ଆସୁଛି। ପ୍ରଥମେ ସିକନ୍ଦର ଓ ପୁଣି ଜାଟ୍‌। ଜଣେ ପ୍ରଶଂସକ ଲେଖିଛନ୍ତି,ଆରେ ଭାଇ ଏ କଣ ଦେଖିଲି ମୁଁ। ଏହି ଫିଲ୍ମ ଥିଏଟରକୁ ଭାଙ୍ଗିଦେବ। କମେଣ୍ଟ ସେକ୍ସନରେ ଜଣେ ୟୁଜର ଲେଖିଛନ୍ତି , ଏମିତି ଲାଗୁଛି , ଯେମିତି ୯୦ ଦଶକର ସନି ଦେଓଲ ପୁଣି ଫେରି ଆସିଛନ୍ତି। ମୋର ଏହି ଫିଲ୍ମ ପାଇଁ ଟିକେଟ୍‌ ପକ୍କା। ଏହିପରି ଅନେକ ପ୍ରକାରର କମେଣ୍ଟ ଟ୍ରେଲରରେ ଆସିଛି। ବାସ୍‌ ଏବେ ଫିଲ୍ମ ରିଲିଜ୍‌ ପରେ ଦେଖିବା ବାକି ରହିଲା।