ପ୍ରମୂଖ ଖବର
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

କାଲି ସ୍ଵର ନରମାଇଥିଲେ ଆଜି ନିଆଁ ଲଗାଇଲେ ଜଗତ ଜୀବନ ପଣ୍ଡା, କହିଲେ 'ବାପି ପଣ୍ଡା ଓ ମୋ ଭିତରେ ଶୀତଳ ଯୁଦ୍ଧ ଆରମ୍ଭ'

Published By : Prameya | April 21, 2025 10:31 AM

ଭୁବନେଶ୍ଵର, ୨୧/୦୪ : ଥମୁନି ଯାତ୍ରା କଳାକାର ଓ ମାଲିକଙ୍କ ମଧ୍ୟରେ ବିବାଦ। ଯାତ୍ରା ବିବାଦରେ କେବେ ପଡ଼ିବ ଯବନିକା ? କାଲି ସ୍ଵର ନରମାଇଥିଲେ ଆଜି ନିଆଁ ଲଗାଇଲେ। କାଲି କହିଥିଲେ ରାଗ ରୁଷା ଭୁଲିଯିବା, ଆଜି କହିଲେଣି ଶୀତଳ ଯୁଦ୍ଧ ଆରମ୍ଭ ହେବ। ରାଜଧାନୀ ଓ ପାର୍ବତୀ ଯାତ୍ରା ପାର୍ଟିର ପରିଚାଳକ ଜଗତ ଜୀବନ ପଣ୍ଡାଙ୍କ ୟୁଟର୍ଣ୍ଣ। ବାପି ପଣ୍ଡାଙ୍କୁ ନେଇ ପୁଣି ବିସ୍ଫୋରକ ବୟାନ ଦେଲେ ଜଗତ ଜୀବନ ପଣ୍ଡା। ସେ କହିଛନ୍ତି ଯେ, ଗଣମାଧ୍ୟମକୁ ଆସିବି ନାହିଁ, କିନ୍ତୁ ବାପି ପଣ୍ଡା ଓ ମୋ ଭିତରେ ଶୀତଳ ଯୁଦ୍ଧ ଚାଲିବ। ମୁଁ ସ୍ଵର ନରମାଇଥିଲି କିନ୍ତୁ ବାପି ପଣ୍ଡା ନିଆଁ ଲଗାଇଲେ। ମୋ କ୍ୟାମ୍ପକୁ ଯାଇ ମୋ କର୍ମଚାରୀଙ୍କ ବିଷୟରେ ସୋସିଆଲ ମିଡ଼ିଆରେ ପକାଇଲେ। ଆଜି ଠାରୁ ଆରମ୍ଭ ହେଲା ଶୀତଳ ଯୁଦ୍ଧ। 

ସୂଚନା ଥାଉକି, ରବିବାର ରାଜଧାନୀ ଓ ପାର୍ବତୀ ଯାତ୍ରା ପାର୍ଟିର ପରିଚାଳକ ଜଗତ ଜୀବନ ପଣ୍ଡା କହିଥିଲେ ଯେ, ରାଗ ରୁଷାରେ ସବୁ ହେଉଛି। କଳାକାରଙ୍କ ପାଇଁ ମଧ୍ୟ ଆମେ ଚିନ୍ତିତ। ବାପି ବାବୁଙ୍କୁ ଅନୁରୋଧ ଏବେ ପୁରୁଣା କଥା ଭୁଲିଯାଆନ୍ତୁ। ଆଉ ପୁରୁଣା ସ୍ଥିତିକୁ ଫେରୁଆସନ୍ତୁ। ସମସ୍ତେ ମିଳିମିଶି ପୁଣି ଥରେ କାମ କରିବା। ହେଲେ ଆଜି ସେ ନିଜ କଥାରୁ ଓହରି ଯାଇଛନ୍ତି। ତେବେ ଆଗାମୀ ଦିନରେ ଯାତ୍ରା କଳିରେ ଯବନିକା ପଡ଼ିବ ନା ଏମିତି ଟଣାଓଟରା ଚାଲିବ ତାହା ଦେଖିବାକୁ ବାକି ରହିଲା। 


ଏହି ଖବରଟିକୁ ପଢନ୍ତୁ-ଶ୍ରୀମନ୍ଦିରରେ ପଡ଼ିଲା ରକ୍ତ ଛିଟା, ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.