ନୂଆଦିଲ୍ଲୀ : ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ପତ୍ନୀ ସୁଦେଶ ରୋଷେଇ ଘରେ ଖସି ପଡ଼ି ହୋଇଛନ୍ତି ଆହତ। ତାଙ୍କ ପିଠିରେ ଆଘାତ ଲାଗିଥିଲା। ଏହାପରେ ତାଙ୍କୁ ଏମ୍ସର ଏମର୍ଜେନ୍ସି କେନ୍ଦ୍ରରେ ଭର୍ତ୍ତି କରାଯାଇ ଥିଲା। ଗୁରୁବାର ଦିନ ଉକ୍ତ ଘଟଣା ଘଟିଥିବା ଅଧିକାରୀମାନେ ସୂଚନା ଦେଇ ଥିଲେ। ସେମାନ କହିବାନୁସାରେ , ସୁଦେଶ (୭୦) ଙ୍କ ସହ ଗାଡ଼ିରେ ଧନଖଡ ମଧ୍ୟ ହସ୍ପିଟାଲ ଆସି ଥିଲେ। ଜଣେ ଅଧିକାରୀ କହିଛନ୍ତି ଯେ,ସେ ରୋଷେଇ ଘରେ ଖସି ପଡ଼ିଥିଲେ ଏହଂ ତାଙ୍କ ପିଠିରେ ଆଘାତ ଲାଗିଥିଲା। ଡାକ୍ତର ତାଙ୍କର ପରୀକ୍ଷା କରୁଛନ୍ତି। ଜୁଲାଇରେ ପଦ ଛାଡ଼ିବା ପରେ ଧନଖଡ ଛତରପୁର ସ୍ଥିତ ଏକ ଫାର୍ମହାଉସ୍ରେ ରହୁଛନ୍ତି।
ଗତ ଅନେକ ମାସରୁ ଜଗଦୀପ ଧନଖଡ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ୨୧ ଜୁଲାଇରେ ସେ ସ୍ୱାସ୍ଥ୍ୟ ଖରାପ ଯୋଗୁଁ ଉପ ରାଷ୍ଟ୍ରପତି ପଦ ଛାଡ଼ି ଦେଇଥିଲେ, ଏହାପରେ ବିବାଦ ସୃଷ୍ଟି ହୋଇଥିଲା। ପରେ ଅନେକ ସୂତ୍ର ଏହାକୁ କ୍ୟାସ କାଣ୍ଡରେ ଫସିଥିବା ଆହ୍ଲାବାଦ ହାଇକୋର୍ଟର ବିଚାରପତି ୟଶବନ୍ତ ବର୍ମାଙ୍କ ବିରୋଧରେ ସଂସଦରେ ଅଣାଯାଇ ଥିବା ମହାଭିଯୋଗ ପ୍ରସ୍ତାବ ସହ ଯୋଡ଼ି ଥିଲେ। ହେଲେ , ଯେଉଁ ଲେଟର ଧନଖଡ ପଠାଇ ଥିଲେ, ଏଥିରେ ଅଫିସିଆଲି ଭାବେ ଖରାପ ସ୍ୱାସ୍ଥ୍ୟ କଥା କୁହାଯାଇ ଥିଲା।
ଅନ୍ୟପଟେ ବିରୋଧୀ ଦଳ ଧନଖଡ଼ଙ୍କ ଇସ୍ତଫାକୁ ଏକ ପ୍ରମୁଖ ପ୍ରସଙ୍ଗ କରିଥିଲେ , ତାଙ୍କୁ ବିଦାୟ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ସେମାନେ ତାଙ୍କର ଦୀର୍ଘ ନୀରବତା ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଏହାପରେ ସେପ୍ଟେମ୍ୱରରେ ହୋଇଥିବା ଉପରାଷ୍ଟ୍ରପତି ପଦର ନିର୍ବାଚନରେ ଏନଡିଏର ପ୍ରାର୍ଥୀ ସି.ପି. ରାଧାକୃଷ୍ଣନଙ୍କୁ ବିଜୟୀ ହୋଇଥିଲେ ଏବଂ ନିଜେ ଧନଖଡ ମଧ୍ୟ ତାଙ୍କୁ ପରେ ସାକ୍ଷାତ୍ କରି ଥିଲେ।