ନୂଆଦିଲ୍ଲୀ,୧୨/୦୩: ଯାଜପୁର ବିଜେପି ସାଂସଦ ରବିନାରାୟଣ ବେହେରାଙ୍କୁ ସଂସଦୀୟ ସଂସ୍କୃତି ଓ ପର୍ଯ୍ୟଟନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଦାଦା ସାହେବ ଫାଲକେ ସ୍ୱର୍ଣ୍ଣ ପୁରସ୍କାର ପ୍ରଦାନ କରାଯାଇଛି ।

ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ଶ୍ରୀ ବେହେରାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ଅବସରରେ ଆସାମର ପୂର୍ବତନ ରାଜ୍ୟପାଳ ଜଗଦିଶ ମୁଖୀ, ଉଊରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ସାଂସଦ ଜଗଦମ୍ବିକା ପାଲଙ୍କ ସମେତ ଅନେକ ସାଂସଦ ଓ ବିଧାୟକ ତଥା ଚଳଚ୍ଚିତ୍ର ଦୁନିଆର ଅନେକ ତାରକା ଉପସ୍ଥିତ ଥିଲେ ।

ସଂସଦୀୟ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ଲାଗି କେନ୍ଦ୍ର ମନ୍ତ୍ରୀ ଓ ସାଂସଦଙ୍କୁ ମଧ୍ୟ ଦାଦା ସାହେବ ଫାଲକେ ଆଇକନ୍ ଆୱାର୍ଡ ଫିଲ୍ମ ଅର୍ଗାନାଇଜେସନ୍ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି । ପୁରସ୍କାର ପାଇବା ପରେ ଶ୍ରୀ ବେହେରା ଗଣମାଧ୍ୟମଙ୍କୁ କହିଛନ୍ତି, ସଂସଦୀୟ କ୍ଷେତ୍ରରେ ଅଧିକା କାମ କରିବା ଲାଗି ତାଙ୍କୁ ଏହି ପୁରସ୍କାର ପ୍ରେରଣା ଯୋଗାଇବ ।

ଅଧିକ ପଢ଼ନ୍ତୁ :- ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ନନ୍ଦନକାନନକୁ ଆସିଲେ ନୂଆ ଅତିଥି, ଜୀବଜନ୍ତୁଙ୍କ ପ୍ରଜାତି ସଂଖ୍ୟା ୧୭୮କୁ ବୃଦ୍ଧି