ନୂଆଦିଲ୍ଲୀ,୧।୧୦:  ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ଚରଣ ପାଇଁ ଭୋଟିଂ ହେଉଛି। ୭ ଜିଲ୍ଲାର ୪୦ ଆସନରେ ମତଦାନ ହେଉଛି। ମଧ୍ୟାହ୍ନ ୩ଟା ପର୍ଯ୍ୟନ୍ତ ମୋଟ ୫୬.୦୧% ଭୋଟିଂ ହୋଇଛି। ଉଦ୍ଧମପୁରରେ ସବୁଠାରୁ ଅଧିକ ମତଦାନ ୬୪.୪୩% ରହିଥିବା ବେଳେ ବାରାମୁଲାରେ ସବୁଠାରୁ କମ୍ ମତଦାନ ୪୬.୦୯% ରହିଛି। ସେଭଳି ବାନ୍ଦିପୁରରେ ୫୩.୦୯%,ଜମ୍ମୁ ୫୬.୭୪%, କୁପଓ୍ବାଡା ୫୨.୯୮% ଏବଂ ସାମ୍ବାରେ ୬୩.୨୪%  ମତଦାନ ହୋଇଛି।

ଉଦ୍ଧମପୁରରେ ମତଦାନ କେନ୍ଦ୍ର ବାହାରେ ସିସିଟିଭି କ୍ୟାମେରା ନଜରରେ ମତଦାନ କେନ୍ଦ୍ର ରହିଛି। ଡିସି କାର୍ଯ୍ୟାଳୟର କନଫ୍ରେନ୍ସ ହଲ୍‌ରେ ଲାଇଭ୍ ଫିଡ୍‌ ଦେଖିହେବ। ଫଳରେ ନିର୍ବାଚନ ବେଳେ ଯେପରି କୌଣସି ବିଶୃଙ୍ଖଳା ନହୁଏ। ଜମ୍ମୁ-କଶ୍ମୀର ଆରଏସ୍‌ପୁରାରେ ପଶ୍ଚିମ ପାକିସ୍ତାନୀ ଶରଣାର୍ଥୀ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ପ୍ରଥମ ଥର ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ଏଥିରେ ସେ ଖୁସି ହୋଇ ଗୀତ ଗାଇ ନାଚି ନାଚିକି ମତଦାନ କେନ୍ଦ୍ର ନିକଟରେ ପହଁଞ୍ଚିଥିଲେ। ତାଙ୍କର କହିବା ଅନୁସାରେ, ପୂର୍ବରୁ କେ‌ବେ ଭୋଟ ଦେଇନି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପହାର। ମୁଁ ସରକାରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଓ ଆମେ ସବୁ ଏହାକୁ ଏକ ଉତ୍ସବ ଭଳି ପାଳନ କରୁଛୁ।