ନୂଆଦିଲ୍ଲୀ,୧୮।୧୧: ଦିଲ୍ଲୀ କାର ବିସ୍ଫୋରର ମାମଲାର ଅଭିଯୁକ୍ତ ଉମର ଉନ୍ ନବିର ଘନିଷ୍ଠ ଜାସିର ବିଲାଲ ଭାନି ଓରଫ୍ ଦାନିଶକୁ ଏନ୍ଆଇଏ ଗିରଫ କରିଥିଲା। ଏହାପରେ ଆଜି ତାକୁ ପଟିୟାଲା ହାଉସ କୋର୍ଟରେ ହାଜର କରାଯାଇଛି। କୋର୍ଟ ତାକୁ ୧୦ ଦିନ ପାଇଁ କଷ୍ଟଡିରେ ପଠାଇଛନ୍ତି।
ଏନ୍ଆଇଏ ସୂଚନା ଅନୁସାରେ, ଜାସିର ବିଲାଲ ଭାନି(ଦାନିଶ) କେବଳ ଟେକ୍ନିକାଲି ସାହାଯ୍ୟ କରୁଥିଲା ତାହା ନୁହେଁ, ବଂର ଉମର ଉନ ନବି ସହ ମିଶି ପୁରା ଆକ୍ରମଣ ଯୋଜନା କରିବାରେ ସକ୍ରିୟ ଭୂମିକା ଗ୍ରହଣ କରୁଥିଲା। ଯାଞ୍ଚ ପରେ ଏହା ସାମନାକୁ ଆସିଥିଲା ଯେ, ଉମରର ସବୁଠାରୁ ଭରସା ଯୋଗ୍ୟ ସହଯୋଗୀ ଥିଲା ଦାନିଶ। ଆକ୍ରମଣର ସବୁ ପର୍ଯ୍ୟାୟରେ ସେ ସାମିଲ ଥିଲା। ଏନ୍ଆଇଏ ଉମରର ଘନିଷ୍ଠ ସହଯୋଗୀ ଜାସିର ବିଲାଲ ଭାନିକୁ ଶ୍ରୀନଗରରୁ ଗିରଫ କରିଥିଲା। ଜାସିର ଓରଫ୍ ଦାନିସ ଆତଙ୍କୀ ଆକ୍ରମଣ ପାଇଁ ଡ୍ରୋନ୍ ଓ ରକେଟ୍ ତିଆରି କରିଥିଲା। ସେଭଳି ଆମିର ରଶିଦ ଅଲ୍ଲୀ ମଧ୍ୟ ଗିରଫ ହୋଇସାରିଛି। ଏହା ପରେ ଭାରତ ବିରୋଧରେ ବହୁ ପରିମାଣରେ ଧ୍ବଂସର ପୁରା ଷଡଯନ୍ତ୍ରର ପର୍ଦଫାଶ ହୋଇଛି।
ଏନ୍ଆଇର କହିବା ଅନୁସାରେ, ଅନନ୍ତନାଗର କାଜିଗୁଣ୍ଡ ନିବାସୀ ଭାନିକୁ ସୋମବାର ଶ୍ରୀନଗରରୁ ଗିରଫ କରାଯାଇଥିଲା। ସେ କଥିତ ଭାବରେ ଡ୍ରୋନ୍ରେ ପରିର୍ବତ୍ତନ କରି ଓ ଘାତକ କାର ବମ୍ ବିସ୍ଫୋରଣ ପୂର୍ବରୁ ରକେଟ୍ ତିଆରି କରିବାର ଚେଷ୍ଟା କରିଥିଲା। ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ବୈଷୟିକ ସହାୟତ ଯୋଗାଇଥିଲା।’