• ଖୋର୍ଦ୍ଧା ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ
  • ୨ଶହରୁ ଅଧିକ ଛାତ୍ରଛାତ୍ରୀଙ୍କୁ ନେଇଗଲେ ଅଭିଭାବକ
  • ପହଞ୍ଚିଲା ମେଡିକାଲ ଟିମ୍, ୧୨ଟି ସ୍ଥାନରୁ ଜଳର ନମୁନା ସଂଗ୍ରହ 

ଖୋର୍ଦ୍ଧା; ୫/୧ :ସ୍ଥାନୀୟ ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ଆକ୍ରାନ୍ତ ଘଟଣା । ସ୍କୁଲରେ ୱାଟକୋ ଟିମ୍ ପହଞ୍ଚି ୧୨ଟି ସ୍ଥାନରୁ ଜଳ ନମୁନା ସଂଗ୍ରହ କରିଛନ୍ତି । କିଛି ଜଳର ନମୁନା ସେଠାରେ ପରୀକ୍ଷା କରାଯାଇଥିବାବେଳେ ସମସ୍ତ ନମୁନାକୁ ପରୀକ୍ଷା ପାଇଁ ଲାବ୍ରୋଟାରୀକୁ ପଠାଯାଇଛି । ତେବେ୨୨୫ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅଭିଭାବକମାନେ ନେଇଯାଇଛନ୍ତି । ଏବେ ବି ଶତାଧିକ ଛାତ୍ରଛାତ୍ରୀ, ଶିକ୍ଷକ ସଂକ୍ରାମକ ଜଣ୍ଡିସ ରୋଗରେ ଆକ୍ରାନ୍ତ ଅଛନ୍ତି । ସ୍କୁଲ କର୍ତ୍ତୃପକ୍ଷ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ସ୍ଵତନ୍ତ୍ର ସ୍ବାସ୍ଥ୍ୟ ଶିବିର ପାଇଁ ଅନୁରୋଧ କରିଛନ୍ତି । ସୋମବାର ମେଡିକାଲ ଟିମ୍ ଯିବେ । ଅନ୍ୟ ପକ୍ଷରେ ସ୍କୁଲ ପରିସରରେ ବିଶୋଧନ, ସଚେତନତା ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଛି । ବିଦ୍ୟାଳୟରେ ଏବେ ପ୍ରିବୋର୍ଡ ପରୀକ୍ଷା ଚାଲିଛି । ସ୍ବାସ୍ଥ୍ୟଗତ ସମସ୍ୟା ବଢ଼ୁଥିବାବେଳେ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ଏବଂ ଶିକ୍ଷକମାନେ ମଧ୍ୟ ଚିନ୍ତାରେ ରହିଛନ୍ତି । ସ୍କୁଲର ମୋଟ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫୬୦ ରହିଥିବାବେଳେ ଅଧାରୁ ଅଧିକ ପିଲା ଏବେ ଦଣ୍ଡିସରେ ସଂକ୍ରମିତ ଅଛନ୍ତି ।