ଭୁବନେଶ୍ଵର, ୨୯/୧୧ : ସୋଆ ସାହିତ୍ୟ ମହାକୁମ୍ଭରେ ଜାଭେଦ ଅଖତରଙ୍କ ବଡ଼ ମନ୍ତବ୍ୟ। 'ଏହି ଧରାପୃଷ୍ଠରୁ ସାହିତ୍ୟ, ସଂସ୍କୃତିର ସୃଷ୍ଟି। ସେଥିପାଇଁ ସମସ୍ତେ ମାତୃଭାଷା ଶିଖିବା ଜରୁରୀ। ସବୁ ଜିନିଷ ଯାନ୍ତ୍ରିକ ହେବା ଜରୁରୀ ନୁହଁ। ଏଆଇ ଭିତରେ ଭାବପ୍ରବଣତା କି ସୃଜନଶୀଳତା ନାହିଁ। ଏଆଇ ଡାଟାର ପରିସୀମା ଭିତରେ ବନ୍ଧା। ନିଜ ଭିତରେ ସୃଜନଶୀଳତା ସୃଷ୍ଟି କରିବା ପାଇଁ ପାଗଳାମୀ ଆବଶ୍ୟକ। ଭାବନାତ୍ମକ ଅଭିବୃଦ୍ଧି ସିଡି ଭଳି ହେବା ଉଚିତ୍। ଆମ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆସିବା ଜରୁରୀ। ଏହା ଆମ ପିଲାଙ୍କ ସୃଜନାଶୀଳତାକୁ ମାରି ଦେଉଛି। ଆମ ଭାଷା, ସାହିତ୍ୟ, ସଂସ୍କୃତି ସହ ପିଲାମାନେ ଯୋଡ଼ି ହୁଅନ୍ତୁ।' '
ଲିଟେରାରୀ ଫେଷ୍ଟିଭାଲରେ ଜାଭେଦ ଅଖତର କହିଛନ୍ତି ଯେ, 'ସ୍ଵାଧୀନତା ପରଠାରୁ ଭାରତ ବହୁତ ବିକାଶ କରିଛି। ଭୌତିକ ଲାଭ ପଛରେ ଦୌଡ଼ି ଆମେ ମୂଳକୁ ଭୁଲି ଗଲୁଣି। ଆମର ଭାଷା, ସାହିତ୍ୟ, ସଂସ୍କୃତି ପଛରେ ରହିଯାଇଛି। ଏସବୁ ବିଷୟରେ ଯୁବଗୋଷ୍ଠୀ ଅବଗତ ହେବା ଜରୁରୀ। ସାହିତ୍ୟ ମହାକୁମ୍ଭ ସଭ୍ୟତା ସହ ଯୋଡ଼ି ହେବାର ସୁଯୋଗ। ଗଛ ଯେତେ ବଡ଼ ହେଉନା କାହିଁକି ମୂଳ ସୁଦୃଢ ରହିବା ଦରକାର।'