ଭୁବନେଶ୍ୱର,୨୫/୧୧: ଯୁଗ୍ମ ପ୍ରବେଶିକା  ପରୀକ୍ଷା (ଜେଇଇ) ୨୦୨୫ ପାଇଁ ପଞ୍ଜୀକରଣ ଶେଷ ହୋଇଛି । ଚଳିତବର୍ଷ ୧୧ ଲକ୍ଷରୁ ଅଧିକ ଆଶାୟୀ  ଜେଇଇ ମେନ୍‌ ପାଇଁ ପଞ୍ଜୀକରଣ କରିବା ସହ ପରୀକ୍ଷା  ଫି ଦାଖଲ କରିଛନ୍ତି । ଏନେଇ ରବିବାର ନ୍ୟାସନାଲ  ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ସାମାଜିକ  ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦିଆଯାଇଛି । ଚଳିତ  ଜେଇଇ ମେନ୍‌ ସେସନ୍‌ରେ ସର୍ବାଧିକ ଆବେଦନ  ହୋଇଛି ବୋଲି ଏନ୍‌ଟିଏ ପକ୍ଷରୁ କୁହାଯାଇଛି । 

ସୂଚନାଯୋଗ୍ୟ, ଅକ୍ଟୋବର ୨୮ରୁ ଜେଇଇ  ମେନ୍‌ ସେସନ୍‌-୧ ପାଇଁ ଅନ୍‌ଲାଇନ ଆବେଦନ  ଆରମ୍ଭ ହୋଇଥିଲା । ନଭେମ୍ବର ୨୨ ପର୍ଯ୍ୟନ୍ତ  ଆବେଦନ ପାଇଁ ସୁଯୋଗ ଦିଆଯାଇଥିଲା ।  ୨୬ରୁ ୨୭ ଯାଏ ଫର୍ମ ସଂଶୋଧନ କରିବାକୁ  ସୁଯୋଗ ମିଳିବ । ଜାନୁଆରୀ ୨୨ରୁ ୩୧  ମଧ୍ୟରେ ପରୀକ୍ଷା ହେବାକୁ ଯୋଜନା ରହିଛି ।