ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଜେଇଇ ମେନ୍‌ ୨୦୨୫ ପାଇଁ ୧୧ ଲକ୍ଷରୁ ଅଧିକ ଆବେଦନ, ଜାନୁଆରୀ ୨୨ରୁ ପରୀକ୍ଷା

Published By : Prameya | November 25, 2024 10:11 AM

ଭୁବନେଶ୍ୱର,୨୫/୧୧: ଯୁଗ୍ମ ପ୍ରବେଶିକା  ପରୀକ୍ଷା (ଜେଇଇ) ୨୦୨୫ ପାଇଁ ପଞ୍ଜୀକରଣ ଶେଷ ହୋଇଛି । ଚଳିତବର୍ଷ ୧୧ ଲକ୍ଷରୁ ଅଧିକ ଆଶାୟୀ  ଜେଇଇ ମେନ୍‌ ପାଇଁ ପଞ୍ଜୀକରଣ କରିବା ସହ ପରୀକ୍ଷା  ଫି ଦାଖଲ କରିଛନ୍ତି । ଏନେଇ ରବିବାର ନ୍ୟାସନାଲ  ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ସାମାଜିକ  ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦିଆଯାଇଛି । ଚଳିତ  ଜେଇଇ ମେନ୍‌ ସେସନ୍‌ରେ ସର୍ବାଧିକ ଆବେଦନ  ହୋଇଛି ବୋଲି ଏନ୍‌ଟିଏ ପକ୍ଷରୁ କୁହାଯାଇଛି । 

ସୂଚନାଯୋଗ୍ୟ, ଅକ୍ଟୋବର ୨୮ରୁ ଜେଇଇ  ମେନ୍‌ ସେସନ୍‌-୧ ପାଇଁ ଅନ୍‌ଲାଇନ ଆବେଦନ  ଆରମ୍ଭ ହୋଇଥିଲା । ନଭେମ୍ବର ୨୨ ପର୍ଯ୍ୟନ୍ତ  ଆବେଦନ ପାଇଁ ସୁଯୋଗ ଦିଆଯାଇଥିଲା ।  ୨୬ରୁ ୨୭ ଯାଏ ଫର୍ମ ସଂଶୋଧନ କରିବାକୁ  ସୁଯୋଗ ମିଳିବ । ଜାନୁଆରୀ ୨୨ରୁ ୩୧  ମଧ୍ୟରେ ପରୀକ୍ଷା ହେବାକୁ ଯୋଜନା ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.