ପୁରୀ, ୨।୩ : କୃଷ୍ଣପ୍ରସାଦ ମାଲୁଦ ଛକଠାରେ ଗୁଳିକାଣ୍ଡ। ସୁନା ଦୋକାନ କର୍ମଚାରୀଙ୍କୁ ଗୁଳିମାଡ। ତାଙ୍କ ଗୋଡରେ ଗୁଳି ବାଜିଛି। ଗୁଳିମାଡରେ ସୁନା ଦୋକାନ କର୍ମଚାରୀ ଗୁରୁତର ହୋଇଛନ୍ତି। ଗୁରୁତର କର୍ମଚାରୀ ଜଣକ ହେଲେ ପିଣ୍ଟୁ ଦାସ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁଳିମାଡ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତେବେ ଗୁଳିମାଡର କାରଣ ଜଣାପଡି ନାହିଁ।