ନୂଆଦିଲ୍ଲୀ: ବରଯାତ୍ରୀ ଧୁମ୍ ନାଚିଲେ, ପେଟେ ଖାଇଲେ । ବରକୁ ବରଣୀ କଲେ ନେଲେ କନ୍ୟାଘର ଲୋକେ । ସବୁ ଠିକ୍ ଠାକ୍ ଚାଲିଥିଲା । ସମସ୍ତେ ବେଶ ଖୁସିଥିଲେ । ଆଉ ବିବାହର ସମସ୍ତ ରୀତି ନୀତି ଆରମ୍ଭ ହୋଇଥିଲା । କିନ୍ତୁ ଯେତେବେଳେ ବର ସିନ୍ଦୂର ପିନ୍ଧାଇଲେ କନ୍ୟା ସିଧାସିଧା ବାହାହେବାକୁ ମନା କରିଥିଲେ । ଆଉ ବେଦୀ ପାଖରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଶେଷରେ ପୁଲିସ ବୁଝାଶୁଝା କରିଥିଲା । କିନ୍ତୁ ବରକୁ ଶିଶୁପାଳ ହୋଇ ଫେରିବାକୁ ପଡ଼ିଥିଲା ।

ଝାଡ଼ଖଣ୍ଡର ଗଡ଼ଓ୍ବା ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର । ସୁଖତଙ୍କ ଝିଅ ପୁଷ୍ପାଙ୍କ ସହ ବସନ୍ତଙ୍କ ବିବାହ ସ୍ଥିର ହୋଇଥିଲା । ମଙ୍ଗଳବାର ରାତିରେ ବେଶ ଧୁମଧାମରେ ବାହାଘର ହୋଇଥିଲା । ବରଯାତ୍ରୀଙ୍କ ସହ ବସନ୍ତ କନ୍ୟାଘରେ ପହଞ୍ଚିଥିଲେ । ଆଉ ବାହାଘରର ସମସ୍ତ ରୀତିନୀତି ଆରମ୍ଭ ହୋଇଥିଲା । ବରଣୀଠାରୁ ଆରମ୍ଭ କରି ବରଣମାଳା ପିନ୍ଧାଇଥିଲେ । ଏପରିକି ମଙ୍ଗସୂତ୍ର ମଧ୍ୟ ପିନ୍ଧାଇ ସାରିଥିଲେ ।

ସବୁ ଠିକ୍ ଥିଲା କିନ୍ତୁ ଯେତେବେଳେ ସିନ୍ଦୂର ପିନ୍ଧାଇଥିଲେ ଯୁବତୀ ଜଣକ ଉଠିପଡ଼ିଥିଲେ । ମୁଁ ସିନ୍ଦୂର ପିନ୍ଧିବି ନାହିଁ । ତାଙ୍କ ବିବାହ କରିବି ନାହିଁ ବୋଲି କହିଥିଲେ । ପ୍ରଥମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ମାତ୍ର ପରେ ଯେତେ ବୁଝାଶୁଝା କରିଥିଲେ ସୁଦ୍ଧା ରାଜି ହୋଇନଥିଲେ । ଉଭୟ ପକ୍ଷଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପୁଲିସ ପହଞ୍ଚି ବୁଝାଶୁଝା କରିବା ପରେ ମଧ୍ୟ ଯୁବତୀ ଜଣକ ବାହାହେବାକୁ ମନା କରିଥିଲେ । ସକାଳୁ ବରର ଶିଶୁପାଳ ହୋଇ ଘରକୁ ଫେରିଥିଲେ ।

ଏହାସହ ପଢ଼ନ୍ତୁ : ବାହା ନହୋଇ ଏକାଠି ରହୁଥିଲେ ଯୁବକ-ଯୁବତୀ, ଏହି କାରଣରୁ ଉଠାଇ ନେଲା ପୁଲିସ