ନୂଆଦିଲ୍ଲୀ,୧୮/୬ : NDA ଝାରଖଣ୍ଡରେ ବି INDIA ଆଲାୟନ୍ସ ଦୁର୍ଗ ଭାଙ୍ଗି ଦେଇଛି । ଭାରତୀୟ ଜନତା ପାର୍ଟି ଦ୍ୱାରା ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ପରିମଲ ନାଥୱାନୀ ଦୁଇଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି । ମହା ଗଠବନ୍ଧନର ଏକ ଅଂଶୀଦାର ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରାର୍ଥୀ ବୈଦ୍ୟନାଥ ରାମ ମଧ୍ୟ ବିଜୟୀ ହୋଇଛନ୍ତି ।

ଏହି ନିର୍ବାଚନରେ କଂଗ୍ରେସ ପ୍ରଣବ ଝାଙ୍କୁ ମୈଦାନକୁ ଓହ୍ଲାଇଥିଲା । ରାଜ୍ୟସଭା ନିର୍ବାଚନରେ ନାଥଓ୍ବାନୀଙ୍କୁ ୨୮ଭୋଟ୍ ମିଳିଛି । ସେହିଭଳି କଂଗ୍ରେସ ପ୍ରାର୍ଥୀ ପ୍ରଣବ ଝାଙ୍କୁ ୧୯ ଏବଂ JMM ପ୍ରାର୍ଥୀ ବୈଦନାଥ ରାମଙ୍କୁ ୩୧ ମିଳିଛି । ଏହାସହ ୩ ଭୋଟ୍ ଅବୈଧ ମିଳିଛି । ରାଜନୈତିକ ବିଶ୍ଳେଷକଙ୍କ କହିବା ଅନୁଯାୟୀ ରାଜ୍ୟସଭା ନିର୍ବାଚନର ଏହି ପରିଣାମର ପ୍ରଭାବ ଝାରଖଣ୍ଡ ସରକାରର ସ୍ଥିରତା ଉପରେ ବି ପଡ଼ିପାରେ ।

ପରିମଳ ନାଥୱାନୀଙ୍କ ବିଜୟ ପରେ ତାଙ୍କୁ ଭାରତୀୟ ଜନତା ପାର୍ଟିର ନେତାମାନେ ଅଭିନନ୍ଦନ ଜଣାଇଛନ୍ତି। ଗୋଡ୍ଡାରୁ ସାଂସଦ ନିଶିକାନ୍ତ ଦୁବେ ଲେଖିଛନ୍ତି, "ଝାରଖଣ୍ଡରୁ ରାଜ୍ୟସଭା ନିର୍ବାଚନରେ ବିଜୟ ପାଇଁ NDA-ସମର୍ଥିତ ପ୍ରାର୍ଥୀ ପରିମଳ ନାଥୱାନୀଙ୍କୁ ଅଭିନନ୍ଦନ। ତାଙ୍କୁ ମୋଟ ୨୮ଭୋଟ ମିଳିଥିଲା । କଂଗ୍ରେସ ପ୍ରାର୍ଥୀ ମାତ୍ର ୨୦ଭୋଟ ପାଇଥିଲେ, ଏବଂ ମହାଗଠବନ୍ଧନ ବଡ଼ ଧରଣର ପରାଜୟବରଣ କରିଥିଲା।"

ସୀତା ସୋରେନ ଲେଖିଛନ୍ତି ଯେ ଝାରଖଣ୍ଡରୁ ରାଜ୍ୟସଭା ନିର୍ବାଚନରେ ବିଜୟ ପାଇଁ ଏନଡିଏ ସମର୍ଥିତ ପ୍ରାର୍ଥୀ ପରିମଳ ନାଥୱାନୀଙ୍କୁ ଅଭିନନ୍ଦନ।