ନୂଆଦିଲ୍ଲୀ୦୨/୧୧ :  ଭୂକମ୍ପ ଝଟକାରେ ଥରିଲା ଝାଡ଼ଖଣ୍ଡ । ଆଜି ସକାଳେ ପ୍ରାୟ ୯ଟା ୨୦ରେ ଝାଡ଼ଖଣ୍ଡରେ  ଭୂମିକମ୍ପ ଅନୁଭୂତ ହୋଇଛି। ତେବେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି। ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚି ଓ ଜମସେଦପୁରରେ ଏହି ଝଟକା ଅନୁଭୂତ ହୋଇଛି । ଏହାର ଝଟକା ପ୍ରାୟ ୫ ସେକେଣ୍ଡ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ତେବେ ଏହି ଭୂକମ୍ପରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ । ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନି। 


ସୂଚନା ମୁତାବକ, ଶନିବାର ସକାଳେ ଜାମସେଦପୁରର କିଛି ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା । ରାଞ୍ଚିର ତାମାଡରେ ମଧ୍ୟ ଏହି କମ୍ପନ ଅନୁଭୂତ ହୋଇଥିଲା । ଶନିବାର ସକାଳେ ଘଟିଥିବା ଭୂକମ୍ପରେ ପୃଥିବୀ ପ୍ରାୟ ପାଞ୍ଚ ସେକେଣ୍ଡ ପର୍ଯ୍ୟନ୍ତ କମ୍ପନ ଜାରି ରଖିଥିଲା ।  ଚାଇବାସାର ଚକ୍ରଧରପୁରରେ ମଧ୍ୟ ଭୂକମ୍ପକୁ ଭୟ କରି ଲୋକମାନେ ଘରୁ ବାହାରକୁ ଆସିଥିଲେ। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଝାଡଖଣ୍ଡର ଖରସୱାନ ଜିଲ୍ଲା ଠାରୁ ୧୩ କିଲୋମିଟର ଦୂରରେ ଅବସ୍ଥିତ । ଶନିବାର ସକାଳ ୯.୨୦ରେ ଏଠାରେ ଭୂକମ୍ପ ଅନୁଭୂତ ହୋଇଥିଲା ।