ପ୍ରମୂଖ ଖବର
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

ଗ୍ରାମାଞ୍ଚଳରେ ହାଇ-ସ୍ପିଡ୍‌ ବ୍ରଡବ୍ୟାଣ୍ଡ ଉପଲବ୍ଧତାରେ ବୈପ୍ଲବିକ କ୍ରାନ୍ତି ଆଣିଛି ଜିଓ ୫ଜି ଏଫଡବ୍ଲୁଏ ସେବା 'ଜିଓ ଏୟାର ଫାଇବର'

Published By : Prameya | May 22, 2025 10:40 PM

ଭୁବନେଶ୍ୱର ୨୨/୫: ଭାରତର ଗ୍ରାମାଞ୍ଚଳରେ ରହୁଥିବା ଜନସାଧାରଣ ଦୀର୍ଘ ଦିନରୁ ହାଇ-ସ୍ପିଡ୍‌ ବ୍ରଡବ୍ୟାଣ୍ଡ ଇଣ୍ଟରନେଟର ଲାଭରୁ ବଞ୍ଚିତ ରହିଛନ୍ତି। ତେବେ ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ ଗ୍ରାମାଞ୍ଚଳରେ ବ୍ୟାପକ ଭାବରେ ୫ଜି ଫିକ୍ସଡ୍‌ ୱାୟାରଲେସ୍‌ ଆକ୍ସେସ୍‌ (ଏଫଡବ୍ଲୁଏ) ସେବା ଉପଲବ୍ଧ ହେବା ଦ୍ୱାରା ଏହି ଧାରାରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖାଯାଇଛି । 

ତଥ୍ୟ ଅନୁଯାୟୀ ୨୦୨୦୫ ମାର୍ଚ୍ଚ ଶେଷ ସୁଦ୍ଧା ଜିଓର ୫ଜି ଏଫଡବ୍ଲୁଏ ସେବା, ଜିଓ ଏୟାର ଫାଇବର, ସାରା ଦେଶରେ ସର୍ବାଧିକ ୨୫ ଲକ୍ଷରୁ ଅଧିକ ଗ୍ରାମୀଣ ୫ଜି ଏଫଡବ୍ଲୁଏ ଗ୍ରାହକ ହାସଲ କରିଛି । ଉଲ୍ଲେଖନୀୟ ଯେ, ଜିଓର ୫ଜି ଏଫଡବ୍ଲୁଏ ସେବା ଜିଓ ଏୟାର ଫାଇବରର ମୋଟ ଗ୍ରାହକଙ୍କ ମଧ୍ୟରୁ ପ୍ରାୟ ୪୪ ପ୍ରତିଶତ ଗ୍ରାହକ ଗ୍ରାମାଞ୍ଚଳର ହୋଇଥିବା ଟ୍ରାଇ ପ୍ରଦତ୍ତ ତଥ୍ୟରୁ ଜଣାପଡିଛି । ବାସ୍ତବରେ ରାଜ୍ୟରେ ଏବଂ ଦେଶରେ ସର୍ବବୃହତ ୫ଜି ନେଟୱାର୍କ ସ୍ଥାପନ କରିଥିବା ଜିଓ ଏକମାତ୍ର ଟେଲିକମ ଅପରେଟର ଭାବରେ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଏହାର ୫ଜି ଏଫଡବ୍ଲୁଏ ସେବା ଜିଓ ଏୟାର ଫାଇବର ପ୍ରଦାନ କରୁଥିବା ବେଳେ, ପ୍ରତିଦ୍ୱନ୍ଦୀ ଅପରେଟର କେବଳ ସହରାଞ୍ଚଳ ବଜାରରେ ଉପସ୍ଥିତ ରହିଛନ୍ତି । ସୁଦୃଢ ଏବଂ ବ୍ୟାପକ ୫ଜି ନେଟୱାର୍କ ଜିଓ ଦେଶରେ ୫ଜି ଏଫଡବ୍ଲୁଏ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରି ୫୫ ଲକ୍ଷରୁ ଅଧିକ ଜିଓ ଏୟାର ଫାଇବର ଗ୍ରାହକଙ୍କ ସହିତ ୮୨ ପ୍ରତିଶତରୁ ଅଧିକ ଉପଭୋକ୍ତା ବଜାର ଅଂଶ ହାସଲ କରିଛି ଏବଂ ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବହୁ ପରିମାଣରେ ପଛରେ ପକାଇ ଦେଇଛି ।

ଓଡ଼ିଶାର କୋଣ ଅନୁକୋଣରେ ଜିଓର ସର୍ବବୃହତ ଏବଂ ସର୍ବାଧୁନିକ ଜିଓ ଟ୍ରୁ୫ଜି ଷ୍ଟାଣ୍ଡଆଲୋନ୍‌ ନେଟୱାର୍କ ବଳରେ ଏହା ରାଜ୍ୟରେ ୫ଜି ଏଫଡବ୍ଲୁଏ କ୍ଷେତ୍ରରେ ଦବଦବା ବଜାୟ ରଖିଛି ଏବଂ ଉଭୟ ସହର ଓ ଗ୍ରାମାଞ୍ଚଳରେ ବିଶେଷ ଲୋକପ୍ରିୟତା ହାସଲ କରିଛି । ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୩୧, ୨୦୨୫ ସୁଦ୍ଧା ଓଡ଼ିଶାରେ ଜିଓର ୫ଜି ଏଫଡବ୍ଲୁଏ ସେବା ଜିଓ ଏୟାର ଫାଇବର ଦେଢ଼ ଲକ୍ଷରୁ ଅଧିକ ଉପଭୋକ୍ତା ହାସଲ କରିଛି, ଯାହା ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତୁଳନାରେ ପାଞ୍ଚ ଗୁଣ ଅଧିକ ।

ଓଡ଼ିଶାର ଗ୍ରାମାଞ୍ଚଳରେ ଜିଓ ଏୟାର ଫାଇବରର ବିପୁଳ ଲୋକପ୍ରିୟତା ଓ ଦ୍ରୁତ ବୃଦ୍ଧି ନିର୍ଭରଯୋଗ୍ୟ ହାଇ-ସ୍ପିଡ୍‌ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍‌ ପାଇଁ ଗ୍ରାମାଞ୍ଚଳରେ ରହିଥିବା ଚାହିଦାକୁ ଉଜାଗର କରୁଛି, ଯାହା ପୂର୍ବରୁ ଶେଷ-ମାଇଲ୍‌ ସଂଯୋଗ ଜନିତ ସମସ୍ୟା ଯୋଗୁଁ ଉପଲବ୍ଧ ହୋଇ ପାରୁନଥିଲା । ଜିଓ ଏୟାର ଫାଇବର ରାଜ୍ୟର ହଜାର ହଜାର ଗ୍ରାମୀଣ ଉଦ୍ୟୋଗୀ, ଡିଜିଟାଲ୍‌ ଷ୍ଟୁଡିଓ, କଣ୍ଟେଣ୍ଟ କ୍ରିଏଟ,ର୍ ଛୋଟ ବଡ ବ୍ୟବସାୟ, ପ୍ରଫେସନାଲ, ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ପାଇଁ ଡିଜିଟାଲ ଇଣ୍ଡିଆର ଲାଭ ଉପଲବ୍ଧ କରାଇଛି ।

ଜିଓ ଏୟାର ଫାଇବର ବାସ୍ତବରେ ଅନ୍ତର୍ଭୁକ୍ତିକରଣର ଉଦାହରଣ କାରଣ ଏହା ଶେଷ ମାଇଲ୍‌ ସଂଯୋଗର ସମସ୍ୟା ଗୁଡ଼ିକୁ ଦୂର କରି ପ୍ରତ୍ୟେକ ଘର ଏବଂ ଛୋଟ ବ୍ୟବସାୟକୁ ସଂଯୋଗ କରୁଛି ଯାହା ପୂର୍ବରୁ ସେମାନଙ୍କ ପରିସରରେ ଅପ୍ଟିକାଲ୍‌-ଫାଇବର ବିସ୍ତାର କରିବାରେ ରହିଥିବା ଜଟିଳତା ଯୋଗୁଁ ଗୁଣାତ୍ମକ ଓ ନିର୍ଭରଯୋଗ୍ୟ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଇଣ୍ଟରନେଟ ଓ ଗୃହ ମନୋରଞ୍ଜନ (ହୋମ ଏଣ୍ଟରଟେନମେଣ୍ଟ) ରୁ ବଞ୍ଚିତ ରହିଥିଲା । ଏହା ଅନେକ ନୂତନ ସୁଯୋଗ ସୃଷ୍ଟି କରିବା ସହିତ ଗ୍ରାମାଞ୍ଚଳରେ ଲକ୍ଷ ଲକ୍ଷ ଗ୍ରାହକଙ୍କୁ ସଶକ୍ତ କରିଛି ଯେଉଁମାନେ ଏବେ ନିରବଛିନ୍ନ ହାଇ-ସ୍ପିଡ୍‌ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍‌, ୮୦୦ ରୁ ଅଧିକ ଟିଭି ଚ୍ୟାନେଲ୍‌, ୧୧ ରୁ ଅଧିକ ଓଟିଟି ଆପ୍‌, ଅସୀମିତ ୱାଇଫାଇ ଏବଂ ଆହୁରି ଅନେକ ସୁବିଧା ପାଉଛନ୍ତି । ଜିଓ ଏୟାର ଫାଇବର ଓଡ଼ିଶାର ଶହ ଶହ ଛୋଟ ବଡ଼ ସହର ଏବଂ ହଜାର ହଜାର ଗାଁରେ ଡିଜିଟାଲ୍‌ ଲାଇଫ୍‌ ଲାଇନ୍‌ ତଥା ସବୁଠାରୁ ନିର୍ଭରଯୋଗ୍ୟ ହାଇ-ସ୍ପିଡ୍‌ ବ୍ରଡବ୍ୟାଣ୍ଡ ଓ ହୋମ ଏଣ୍ଟରଟେନମେଣ୍ଟ ସେବା ପ୍ରଦାନକାରୀ ପାଲଟିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.