ମୁମ୍ବାଇ ୦୮/୦୪: ଜିଓ ଫାଇନାନ୍ସ ଲିମିଟେଡ୍‌ (ଜେଏଫଏଲ୍‌) ସିକ୍ୟୁରିଟିଜ୍‌ ଉପରେ ଋଣ କ୍ଷେତ୍ରରେ ପ୍ରବେଶ କରିଛି। ଗ୍ରାହକ ମାନେ ସେମାନଙ୍କର ଡିମାଟ୍‌ ଆକାଉଣ୍ଟରେ ଥିବା ସେୟାର ଏବଂ ମ୍ୟୁଚୁଆଲ୍‌ ଫଣ୍ଡ ଭଳି ସିକ୍ୟୁରିଟି ଗୁଡ଼ିକୁ ବନ୍ଧକ ରଖି ଋଣ ପାଇପାରିବେ ଏବଂ ତାହା ମଧ୍ୟ ବିକ୍ରି ନକରି । କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି ଯେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଡିଜିଟାଲ୍‌, ସୁରକ୍ଷିତ ଏବଂ ଓଟିପି ଆଧାରିତ । ଜିଓ ଫାଇନାନ୍ସ ଆପ୍‌ ମାଧ୍ୟମରେ ମାତ୍ର ୧୦ ମିନିଟରେ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନିଆଯାଇପାରିବ । ସୂଚନାଯୋଗ୍ୟ ଯେ ଜିଓ ଫାଇନାନ୍ସ ଲିମିଟେଡ୍‌ (ଜେଏଫଏଲ୍‌) ହେଉଛି ଜିଓ ଫାଇନାନ୍ସିଆଲ୍‌ ସର୍ଭିସେସ୍‌ ଲିମିଟେଡର ଏନବିଏଫସି (ନନ୍‌ ବ୍ୟାଙ୍କିଙ୍ଗ୍‌ ଫାଇନାନ୍ସିଆଲ୍‌ କମ୍ପାନୀ) ଶାଖା।

କମ୍ପାନୀ ଏହାକୁ ଡିଜିଟାଲ୍‌-ଫାଷ୍ଟ ଆର୍ଥିକ ସେବା ପାଇଁ ଏକ ୱାନ୍‌-ଷ୍ଟପ୍‌ ଡେଷ୍ଟିନେସନ୍‌ ଭାବରେ ପ୍ରଦର୍ଶିତ କରୁଛି । ଏହା ଗ୍ରାହକଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ଡିଜାଇନ୍‌ କରାଯାଇଛି। ଯେଉଁଥିରେ ସେୟାର ଉପରେ ଋଣ ଏବଂ ମ୍ୟୁଚୁଆଲ୍‌ ଫଣ୍ଡ ଉପରେ ଋଣ ଭଳି ସେବା ଅନ୍ତର୍ଭୁକ୍ତ ରହିଛି। ଋଣର ସୁଧ ହାର ଗ୍ରାହକଙ୍କ ବ୍ୟକ୍ତିଗତ ରିସ୍କ ପ୍ରୋଫାଇଲ୍‌ ଅନୁରୂପ ହେବ। କମ୍ପାନୀ ପକ୍ଷରୁ ଏହାକୁ ବହୁତ କମ୍‌ ରଖିବାକୁ ଚେଷ୍ଟା କରାଯାଇଛି, ସୁଧ ହାର ୯.୯୯ରୁ ଆରମ୍ଭ ହେବ । ଏହି ଋଣ ଗୁଡ଼ିକ ସର୍ବାଧିକ ତିନି ବର୍ଷ ଅବଧି ପାଇଁ ରହିବ ଏବଂ ଏଥିରେ କୌଣସି ଫୋର-କ୍ଲୋଜର ଶୁଳ୍କ ଲାଗିବ ନାହିଁ।

ଜିଓ ଫାଇନାନ୍ସ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ କୁସଲ ରାୟ କହିଛନ୍ତି, "ଲୋନ୍‌ ଏଗେନଷ୍ଟ ସିକ୍ୟୁରିଟିଜ୍‌ ଶୁଭାରମ୍ଭ କରିବା ଆମର ବ୍ୟାପକ ଡିଜିଟାଲ୍‌ ରଣନୀତିର ଏକ ଅଂଶ ଯାହାର ଲକ୍ଷ୍ୟ ରହିଛି ଗ୍ରାହକ ମାନଙ୍କ ପାଖରେ ଆର୍ଥିକ ସେବା ପହଞ୍ଚାଇବାର ଉପାୟରେ ପରିବର୍ତ୍ତନ ଆଣିବା । ଏହି ଶୁଭାରମ୍ଭ ଆର୍ଥିକ ସେବାକୁ ଅଧିକ ସୁଲଭ, ଦ୍ରୁତ ଏବଂ ଗ୍ରାହକ-କୈନ୍ଦ୍ରିକ କରିବା ପାଇଁ ଆମର ମିଶନରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ।"

ଜିଓ ଫାଇନାନ୍ସ ଆପ୍‌ ମାଧ୍ୟମରେ ସିକ୍ୟୁରିଟି ଉପରେ ଋଣ ସହିତ ଗୃହ ଋଣ, ସମ୍ପତ୍ତି ଉପରେ ଋଣ ଏବଂ କର୍ପୋରେଟ୍‌ ଫାଇନାନ୍ସିଂ ମଧ୍ୟ ହୋଇପାରିବେ । ଏହା ବ୍ୟତୀତ, ଜିଓ ଫାଇନାନ୍ସ ଆପ୍‌ ୟୁପିଆଇ ପେମେଣ୍ଟ, ଟଙ୍କା ସ୍ଥାନାନ୍ତର, ସଞ୍ଚୟ ଆକାଉଣ୍ଟ, ଡିଜିଟାଲ୍‌ ସୁନା, ବୀମା ଏବଂ ନିବେଶ ପୋର୍ଟଫୋଲିଓ ଟ୍ରାକିଂ ଇତ୍ୟାଦି ବ୍ୟାପକ ପ୍ରକାରର ଆର୍ଥିକ ସେବା ପ୍ରଦାନ କରୁଛି ।