ଫରିଦାବାଦ : ଜମ୍ମୁ-କାଶ୍ମୀର ଓ ଫରିଦାବାଦ ପୁଲିସର ମିଳିତ କାର୍ଯ୍ୟାନୁଷ୍ଠାନରେ ବଡ଼ ସଫଳତା ମିଳିଛି। ଡାକ୍ତର ମୁଜମ୍ମିଲ ଶକିଲଙ୍କ ଅନ୍ୟ ଏକ ଘରୁ ମଧ୍ୟ ବହୁ ପରିମାଣରେ ବିସ୍ଫୋରକ ଦ୍ରବ୍ୟ ଜବତ କରାଯାଇଛି। ଡାକ୍ତର ମୁଜମ୍ମିଲଙ୍କ ଗିରଫଦାରୀ ପରେ ପୁଲିସ ଲଗାତାର ଏଠାରେ ଚଢାଉ ଜାରି ରଖିଛି। ଏହି ଚଢାଉ ବେଳେ ଜଣେ ଇମାମ (ଜଣେ ମୁସଲିମ୍‌ ଧାର୍ମିକ ନେତା)ଙ୍କୁ ଗିରଫ କରିବାର ସୂଚନା ରହିଛି। କୁହାଯାଉଛି ଯେ, ଅଭିଯୁକ୍ତ ଡାକ୍ତର ମୁଜମ୍ମିଲ ଏହି ଇମାମଙ୍କ ସଂପର୍କରେ ଥିଲେ।

ଏହାସହ ମଧ୍ୟ ପଢନ୍ତୁ :  ନେପାଳର ମଧେଶରେ ଉତ୍ତେଜନା , ଜନକପୁରଧାମର ସିଏମ୍‌ ଅଫିସରେ ଭଙ୍ଗାରୁଜା

ଏନଡିଟିଭିର ରିପୋର୍ଟ ମୁତାବିକ, ଏବେ ପୁଲିସକୁ ୨୫୬୩ କିଲୋଗ୍ରାମ୍‌ ବିସ୍ଫୋରକ ମିଳିଛି। ଏହି ଘର ମଧ୍ୟ ଡାକ୍ତର ମୁଜମ୍ମିଲ ଭଡ଼ାରେ ନେଇଥିଲେ ,ଯାହା ଧୋଜ ଠାରୁ ୪ କିଲୋମିଟର ଦୂର ଫତେହପୁର ତାଗା ଗାଁରେ ରହିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଆଧାରରେ ଜବତ କରାଯାଇ ଥିବା ସାମଗ୍ରୀ ବୋଧହୁଏ ଆମୋନିୟମ ନାଇଟ୍ରେଟ୍‌ ରହିଛି। ଫରିଦାବାଦ ଓ ଜମ୍ମୁ-କାଶ୍ମୀର ପୁଲିସ ସକାଳଠାରୁ ହିଁ ଏହି ଘରେ ଚଢାଉ କରୁଛି। ଫରିଦାବାଦର ଅଲ୍-ଫଲାହ ମେଡିକାଲ କଲେଜ୍ ଓ ହସ୍ପିଟାଲରେ କାର୍ଯ୍ୟରତ ଶକିଲଙ୍କୁ ନିକଟରେ ଏହି ମାମଲାରେ ଗିରଫ କରାଯାଇ ଥିଲା।

୨ ଡାକ୍ତରଙ୍କ ସମେତ ୭ ଲୋକ ଗିରଫ –

 ଜମ୍ମୁ-କାଶ୍ମୀର ପୁଲିସ ଜୈଶ-ଏ-ମହମ୍ମଦ ଓ ଅନସାର ଗଜୱତ-ଉଲ-ହିନ୍ଦ (ଏଜିୟୁଏସ) ସଙ୍ଗଠନର ଏକ ଆନ୍ତଃରାଜ୍ୟ ଓ ଆନ୍ତର୍ଜାତୀୟ ଆତଙ୍କୀ ମଡ୍ୟୁଲର ପର୍ଦ୍ଦାଫାଶ କରି ଦୁଇ ଜଣ ଡାକ୍ତରଙ୍କ ସମେତ ସାତ ଜଣ ଲୋକଙ୍କୁ ଗିରଫ କରିଛନ୍ତି ଏବଂ ତାଙ୍କ ପାଖରୁ ଅସ୍ତ୍ରଶସ୍ତ୍ର ଓ ଗୋଳା-ବାରୁଦ ଜବତ କରାଯାଇଛି।

ଫରିଦାବାଦ ଓ ଜମ୍ମୁ-କାଶ୍ମୀର ପୁଲିସ ଦ୍ୱାରା ମିଳିତ ଭାବେ କରାଯାଇଥିବା ଏହି ଅଭିଯାନରେ ଆଇଇଡି ତିଆରି କରିବାର ୨,୯୦୦ କିଲୋଗ୍ରାମ୍‌ ସାମଗ୍ରୀ ବ୍ୟତୀତ ଅସ୍ତ୍ରଶସ୍ତ୍ର ଓ ଗୋଳା-ବାରୁଦ ଜବତ କରାଯାଇଛି। ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ଦୁଇ ଜଣ ଡାକ୍ତର ସଂପୃକ୍ତି ଅଛନ୍ତି। ତାଙ୍କ ପାଖରୁ ପୂର୍ବରୁ ଅସ୍ତ୍ର ଓ ଗୋଳା-ବାରୁଦ ଜବତ କରାଯାଇ ଥିଲା। ଏଥିରୁ ଜଣେ ଚିକିତ୍ସକ ଫରିଦାବାଦର ।