ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

କାଙ୍ଗୋ ଜ୍ୱରରେ ଜଣେ ମହିଳାଙ୍କ ମୃତ୍ୟୁ, ରାଜସ୍ଥାନରେ ଆଲର୍ଟ ଜାରି

Published By : Anindita Ratha | October 10, 2024 1:48 PM

ନୂଆଦିଲ୍ଲୀ,୧୦/୧୦:  ରାଜସ୍ଥାନରେ କଙ୍ଗୋ ଜ୍ୱର ଆତଙ୍କ । ଯୋଧପୁରର ଜଣେ ୫୧ ବର୍ଷୀୟା ମହିଳାଙ୍କ କଙ୍ଗୋ ଜ୍ବରରେ ମୃତ୍ୟୁ ହୋଇଛି । ଯାହାକୁ ନେଇ ରାଜସ୍ଥାନ ସରକାରଙ୍କ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ତେବେ  କଙ୍ଗୋ ଏକ ଘାତକ ଜ୍ବର, ଯାହା ପଶୁଙ୍କ ଠାରୁ ମଣିଷ ଶରୀରକୁ ବ୍ୟାପୀ ଥାଏ । ଏହି ମାରାତ୍ମକ ରୋଗକୁ ଅଟକାଇବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । 

ନ୍ୟୁଜ୍ ଏଜେନ୍ସି, ମୁତାବକ, ଯୋଦ୍ଧପୁରର ୫୧ ବର୍ଷୀୟାଙ୍କ ଅହମ୍ମଦାବାଦତର ଏନଏଚଏଲ ମୁନସିପାଲ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।  ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।  ମହିଳା କଙ୍ଗୋ ଜ୍ବରରେ ପୀଡିତ ଥିବା ନେଇ ନ୍ୟାସନାଲ ଇନଷ୍ଟୁଚ୍ୟୁଟ୍ ଅଫ୍ ବାୟଲୋଜି ଦ୍ବାରା ସ୍ପଷ୍ଟ ହୋଇଛି । ଏନେଇ ପବ୍ଲିକ୍ ହେଲ୍‌ଥ ନିର୍ଦ୍ଦେଶକ ଡାକ୍ତର ରବି ପ୍ରକାଶ ମାଥୁର ସୂଚନା ଦେଇ କହିଛନ୍ତି, ଯୋଧପୁର ମୁଖ୍ୟ ଚିକିତ୍ସାଳୟ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡ଼ା ସନ୍ଦିଗ୍ଧ ଏବଂ ଲକ୍ଷ୍ୟଣ ଥିବା ଲୋକଙ୍କୁ କ୍ବାରେଣ୍ଟାଇନରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡ଼ା କଙ୍ଗୋ ଜ୍ବର ଲକ୍ଷ୍ୟଣ ଥିବା ଲୋକଙ୍କ ନମୂନା ପରୀକ୍ଷଣ କରାଯିବ ବୋଲି  ସ୍ବାସ୍ଥ୍ୟ ବିଭାଗକୁ ମଧ୍ୟ ସୂଚୀତ କରାଯାଇଛି ।  


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.