ନୂଆଦିଲ୍ଲୀ,୧୦/୦୭: ସଞ୍ଜୁଙ୍କୁ ବସାଇ ବିସ୍ମୟ, ବିସ୍ଫୋରକ ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁ କରାଇଥିଲା ଟିମ୍ ଇଣ୍ଡିଆ । ଇଂଲଣ୍ଡ ବିପକ୍ଷରେ ୧୫ ବର୍ଷୀୟ ବ୍ୟାଟିଂ ସେନ୍ସେସନ୍ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ବହୁତ ଆଶା କରାଯାଇଥିଲା । ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆୟର୍ଲାଣ୍ଡ ଏବଂ ଇଲଂଣ୍ଡ ଗସ୍ତ କରିଥିବା ଭାରତୀୟ ଦଳରେ ବୈଭବଙ୍କୁ ଭବିଷ୍ୟତର ଷ୍ଟାର ଭାବେ ବିବେଚନା କରାଯାଉଥିଲା । ଆଇପିଏଲ୍ ତାରକା ବୈଭବ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ସଞ୍ଜୁ ସାମସନଙ୍କ ସ୍ଥାନରେ ପଦାର୍ପଣ କରିଥିଲେ । କିନ୍ତୁ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ ଡେବ୍ୟୁ ଆଶା ଅନୁଯାୟୀ ହୋଇପାରି ନଥିଲା । ଆଇପିଏଲ ସମୟରେ ନେଟ୍ସରେ ଜୋଫ୍ରା ଆର୍ଚରଙ୍କ ବିପକ୍ଷରେ ନିର୍ଭୀକ ବ୍ୟାଟିଂ କରିଥିବା ବୈଭବ ଇଂଲଣ୍ଡରେ ତାଙ୍କର ସର୍ଟ ପିଚ୍ ବଲ୍ ବିପକ୍ଷରେ ନିରନ୍ତର ସଂଘର୍ଷ କରିଥିଲେ । ଆର୍ଚର ତାଙ୍କୁ ମାତ୍ର ୧୩ଟି ବଲ୍ ପକାଇଥିଲେ । ୨ ଥର ଆଉଟ୍ କରି ତାଙ୍କର ବଡ଼ ଦୁର୍ବଳତା ଧରି ପକାଇଛନ୍ତି ।

ଆଶ୍ଚର୍ଯ୍ୟଜନକ କଥା ହେଉଛି, ସେହି ଜୋଫ୍ରା ଆର୍ଚର ଯାହାଙ୍କ ବିରୁଦ୍ଧରେ ବୈଭବ ନିର୍ଭୀକ ଭାବରେ ଆଇପିଏଲ୍ ୨୦୨୬ରେ ରାଜସ୍ଥାନ ରୟାଲ୍ସ ନେଟ୍ସରେ ବଡ଼ ସଟ୍ ଖେଳିଥିଲେ, ସେହି ଜୋଫ୍ରା ଆର୍ଚର ହିଁ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ସବୁଠାରୁ ବଡ଼ ଦୁର୍ବଳତାକୁ ଧରି ପକାଇଛନ୍ତି । ନେଟ୍ସରେ ବୈଭବଙ୍କ ଧମାକା ଦେଖିବାକୁ ମିଳୁଥିଲା କିନ୍ତୁ ମ୍ୟାଚରେ ଓଲଟା ପରିଣତି ହୋଇଥିଲା । ବୈଭବ ଏବଂ ଜୋଫ୍ରା ଆର୍ଚର ଉଭୟ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ଟିମର । ଫ୍ରାଞ୍ଚାଇଜ୍ ଅନେକ ଥର ଭିଡିଓ ସେୟାର କରିଛି ଯେଉଁଥିରେ ବୈଭବ ନେଟ୍ସରେ ଆର୍ଚରଙ୍କ ଦ୍ରୁତ ବୋଲିଂରେ ଚମତ୍କାର ସଟ୍ ମାରିଥିବା ଦେଖିବାକୁ ମିଳିଥିଲା । ଖାଲି ସେତିକି ନୁହେଁ ଟୁର୍ଣ୍ଣାମେଣ୍ଟରେ ଯଶପ୍ରୀତ ବୁମରା, ମିଚେଲ୍ ଷ୍ଟାର୍କ ଏବଂ ପାଟ୍ କମିନ୍ସଙ୍କ ପରି ମହାରଥୀଙ୍କ ବଲରେ ନିର୍ଭୀକ ବ୍ୟାଟିଂ କରିଥିଲେ । ଅନେକ ଛକା ମାରିଥିଲେ । କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟ୍ ଏକ ଭିନ୍ନ କାହାଣୀ ପ୍ରମାଣିତ ହୋଇଛି । ଇଂଲଣ୍ଡର ଦ୍ରୁତ ଏବଂ ବାଉନ୍ସ ପିଚ୍ରେ ଆର୍ଚର ତାଙ୍କ ଗତି ଏବଂ ବାଉନ୍ସର ପୂର୍ଣ୍ଣ ସୁଯୋଗ ଉଠାଇଥିଲେ । ବୈଭବଙ୍କୁ ମୁକ୍ତ ଭାବରେ ଖେଳିବାକୁ ସୁଯୋଗରୁ ବଞ୍ଚିତ କରିଥିଲେ । ତାଙ୍କୁ ଦୁର୍ବଳତା ଉପରେ ଆଟାକ୍ କରିଥିଲେ ।

ବୈଭବଙ୍କ ସର୍ଟ ବଲ୍ ପରୀକ୍ଷା- ବୈଭଙ୍କ ପ୍ରଥମ ଟି-୨୦ରେ ବୈଭବ ସୂର୍ଯ୍ୟବଂଶୀ ସ୍ପିନର ୱିଲ୍ ଜ୍ୟାକ୍ସଙ୍କ ଶିକାର ହୋଇଥିଲେ, କିନ୍ତୁ ସେହି ମ୍ୟାଚ୍ରେ ମଧ୍ୟ ଜୋଫ୍ରା ଆର୍ଚର ତାଙ୍କୁ ସର୍ଟ ଡେଲିଭରି ଦେଇ ଅସୁବିଧାରେ ପକାଇଥିଲେ । ଦ୍ୱିତୀୟ ଏବଂ ତୃତୀୟ ଟି-ଟ୍ୱେଣ୍ଟିରେ ଏହି ରଣନୀତି ଜାରି ରଖି ଉଭୟ ମ୍ୟାଚରେ ସର୍ଟ ବଲରେ ତାଙ୍କୁ ଟାର୍ଗେଟ କରିଥିଲେ । ଆର୍ଚର ଏ ପର୍ଯ୍ୟନ୍ତ ବୈଭବଙ୍କୁ ୧୩ଟି ବଲ ପକାଇ ୨ ଥର ଆଉଟ୍ କରିଛନ୍ତି । ଏହି ସମୟରେ ବୈଭବ କେବଳ ୧୮ ରନ୍ କରିପାରିଛନ୍ତି । ୨ଟି ଛକା ସାମିଲ ଅଛି ।

ଏହା ବି ପଢନ୍ତୁ...IND VS ENG: ଭାରତକୁ ଲାଗିଛି କାହା ନଜର ? ବ୍ରୁକ୍-ସଲ୍ଟଙ୍କ ଧମାକା,୯ ୱିକେଟ୍‌ରେ ଜିତି ସିରିଜ କବ୍‌ଜା କଲା ଇଂଲଣ୍ଡ  

ଆଗକୁ କ’ଣ ? ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିଭା ବିଷୟରେ କୌଣସି ସନ୍ଦେହ ନାହିଁ । ସେ ଆଇପିଏଲରେ ବିଶ୍ୱର ଅନେକ ଶ୍ରେଷ୍ଠ ବୋଲରଙ୍କ ବିରୁଦ୍ଧରେ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି। କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟରେ ସଫଳ ହେବାକୁ ତାଙ୍କୁ କୌଶଲ ଏବଂ ସର୍ଟ ପିଚ୍ ଡେଲିଭରୀ ବିରୋଧରେ ସଟ୍ ଚୟନ କରିବା ଉପରେ କାମ କରିବାକୁ ପଡିବ । ଇଂଲଣ୍ଡ ଭଳି ପରିସ୍ଥିତିରେ ଏହି ପରୀକ୍ଷାକୁ ଯୁବ ବ୍ୟାଟରଙ୍କ ପାଇଁ ପ୍ରକୃତ ପରୀକ୍ଷା ବୋଲି ବିବେଚନା କରାଯାଉଛି । ଯଦି ବୈଭବ ଏହି ଚ୍ୟାଲେଞ୍ଜକୁ ଅତିକ୍ରମ କରନ୍ତି, ତେବେ ଏକ ଲମ୍ବା ଅନ୍ତର୍ଜାତୀୟ କ୍ୟାରିୟରର ପଥ ଆହୁରି ସୁଦୃଢ ହୋଇପାରିବ ।

​​​​​​​ଇଂଲଣ୍ଡ ବିପକ୍ଷ ୩ଟି ମ୍ୟାଚ ଖେଳିଛନ୍ତି  ବୈଭବ ।  ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ବଲରେ ୧୦ ବଲରେ ୧୪ ରନ୍ କରିଥିଲେ । ୨ଟି ଛକା ମାରିଥିଲେ । ୱିଲ୍ ଜ୍ୟାକ୍ସଙ୍କ ବଲରେ ଷମ୍ପିଂ ହୋଇଥିଲେ । ତୃତୀୟ ମ୍ୟାଚରେ  ୫ ବଲରେ ୧୩ ରନ୍ କରିଥିଲେ । ଯେଉଁଥିରେ ୨ଟି  ଛକା ସାମିଲ । ଏବଂ ଚତୁର୍ଥ ମ୍ୟାଚରେ ୧ଟି ଚୌକା, ୧ଟି ଛକା ସହିତ ୧୦ ବଲରେ ୧୫ ରନ କରିଥିଲେ ।