ପ୍ରମୂଖ ଖବର
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ଜିଓର କ୍ରିକେଟ୍ ଅଫର୍, ଜିଓ ହଟଷ୍ଟାରରେ ମାଗଣାରେ ଦେଖନ୍ତୁ ଆଇପିଏଲ…

Published By : Prameya | March 17, 2025 9:28 PM

ମୁମ୍ବାଇ ୧୭/୦୩ : କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଜିଓ ଏହାର ବର୍ତ୍ତମାନର ଏବଂ ନୂତନ ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର ଆଣିଛି। ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ପ୍ଲାନ୍ ସହିତ ନୂତନ ଜିଓ ସିମ୍ ସଂଯୋଗ ନେଇ କିମ୍ବା ଅତି କମରେ ୨୯୯ ଟଙ୍କା ମୂଲ୍ୟର ପ୍ଲାନ୍ ରିଚାର୍ଜ କରି ଜିଓ ଗ୍ରାହକ ମାନେ ଜିଓ ହଟଷ୍ଟାରରେ ମାଗଣାରେ ଆଇପିଏଲ କ୍ରିକେଟ୍ ସିଜିନ୍ ଉପଭୋଗ କରିପାରିବେ।

ଏହି ଅସୀମିତ କ୍ରିକେଟ୍ ଅଫରରେ, ଗ୍ରାହକ ମାନେ ଟିଭି କିମ୍ବା ମୋବାଇଲରେ ୯୦ ଦିନର ମାଗଣା ଜିଓ ହଟଷ୍ଟାର ସବସ୍କ୍ରିପସନ୍ ପାଇବେ ଏବଂ ତାହା ମଧ୍ୟ ୪କେ ଗୁଣବତ୍ତାରେ। ଏହାର ଅର୍ଥ ହେଉଛି ଗ୍ରାହକ ମାନେ ୨୨ ମାର୍ଚ୍ଚରୁ ଆରମ୍ଭ ହେଉଥିବା ଆଇପିଏଲ କ୍ରିକେଟ ସିଜିନ ମାଗଣାରେ ଉପଭୋଗ କରିପାରିବେ। ଜିଓ ହଟଷ୍ଟାର ପ୍ୟାକ୍ ୨୨ ମାର୍ଚ୍ଚ, ୨୦୨୫ ଠାରୁ ଅର୍ଥାତ୍ ଆଇପିଏଲ କ୍ରିକେଟ ସିଜିନର ଉଦଘାଟନୀ ମ୍ୟାଚ୍ ଦିନରୁ ୯୦ ଦିନ ପାଇଁ ବୈଧ ରହିବ।

ଏହା ସହିତ, ଜିଓ ଘର ପାଇଁ ଜିଓଫାଇବର କିମ୍ବା ଜିଓ ଏୟାରଫାଇବରର ମାଗଣା ଟ୍ରାଏଲ୍ ସଂଯୋଗ ମଧ୍ୟ ପ୍ରଦାନ କରିବ। ଅଲ୍ଟ୍ରା-ଫାଷ୍ଟ ଇଣ୍ଟରନେଟର ମାଗଣା ଟ୍ରାଏଲ୍ ସଂଯୋଗ ୫୦ ଦିନ ପାଇଁ ମାଗଣା ରହିବ। ଗ୍ରାହକମାନେ ୪କେ ଗୁଣବତ୍ତାରେ ଇମର୍ସିଭ୍ କ୍ରିକେଟ୍ ଦେଖିବାର ଅନୁଭୂତି ସହିତ ଶ୍ରେଷ୍ଠ ହୋମ ଏଣ୍ଟେରଟେନମେଣ୍ଟ ବା ଘରୋଇ ମନୋରଞ୍ଜନର ମଧ୍ୟ ମଜା ନେଇପାରିବେ। ଜିଓଫାଇବର କିମ୍ବା ଜିଓଏୟାରଫାଇବରର ମାଗଣା ଟ୍ରାଏଲ୍ ସଂଯୋଗ ସହିତ ୮୦୦+ ଟିଭି ଚ୍ୟାନେଲ୍, ୧୧+ ଓଟିଟି ଆପ୍, ଅସୀମିତ ୱାଇଫାଇ ମଧ୍ୟ ମିଳିବ।

ଗ୍ରାହକ ମାନେ ଏହି ଅଫରର ଲାଭ ୧୭ ମାର୍ଚ୍ଚରୁ ୩୧ ମାର୍ଚ୍ଚ, ୨୦୨୫ ମଧ୍ୟରେ ଉପଲବ୍ଧ କରିପାରିବେ। ଏହି ଅଫରର ଲାଭ ପାଇବା ପାଇଁ, ବର୍ତ୍ତମାନର ଜିଓ ସିମ୍ ବ୍ୟବହାରକାରୀଙ୍କୁ ଅତି କମରେ ୨୯୯ ଟଙ୍କା କିମ୍ବା ଅଧିକ ମୂଲ୍ୟର ପ୍ଲାନ ରିଚାର୍ଜ କରିବାକୁ ପଡିବ। ଅନ୍ୟ ପକ୍ଷରେ ନୂତନ ଜିଓ ସିମ୍ ଗ୍ରାହକମାନଙ୍କୁ ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ପ୍ଲାନ୍ ସହିତ ନୂତନ ଜିଓ ସିମ୍ ନେବାକୁ ପଡିବ। ୧୭ ମାର୍ଚ୍ଚ ପୂର୍ବରୁ ରିଚାର୍ଜ କରିଥିବା ଗ୍ରାହକମାନେ ମଧ୍ୟ ୧୦୦ ଟଙ୍କାର ଆଡ-ଅନ୍ ପ୍ୟାକ୍ ନେଇ ଏହି ଅଫରର ଲାଭ ଉଠାଇପାରିବେ।         

  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.