ଜହ୍ନାପଙ୍କ, ୨୨।୧୨: ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିର ଅନୁଷ୍ଠିତ । ବୌଦ୍ଧ ବ୍ଲକ ପଦ୍ମନପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଏହି ଶିବିର ଆୟୋଜିତ ହୋଇଥିଲା । ଜିଲ୍ଲାପାଳ ବିଭୁତିଭୂଷଣ ନାୟକ ଓ ଆରକ୍ଷୀ ଅଧୀକ୍ଷକଙ୍କ ପକ୍ଷରୁ ଉପ ଆରକ୍ଷୀ ଅଧୀକ୍ଷକ ଆନନ୍ଦ ଡୁଙ୍ଗଡୁଙ୍ଗ ଶିବିରରେ ଯୋଗ ଦେଇ ଆସିଥିବା ଅଭିଯୋଗଗୁଡ଼ିକର ସମାଧାନ କରିଥିଲେ । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ ସଂଘମିତ୍ରା ପଣ୍ଡା, ବିଡିଓ ଯୁଗଳ କିଶୋର ବିଶ୍ୱାଳଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଶିବିରରେ ଉପସ୍ଥିତ ରହି ଅଭିଯୋଗଗୁଡ଼ିକର ସମାଧାନ ଦିଗରେ ସହଯୋଗ କରିଥିଲେ ।