ପ୍ରମୂଖ ଖବର
  • ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ, ଅଗ୍ରସର ହେବାକୁ ପାଗ ଅନୁକୂଳ
  • ||
  • ଆକର୍ଷଣୀୟ ହେବ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା, ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
  • ||
  • ସାଉଥ୍‌ ବ୍ଲକ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମୀକ୍ଷା ବୈଠକ, CDS, ସେନା ମୁଖ୍ୟଙ୍କ ସହ ନୌସେନା ମୁଖ୍ୟ ମଧ୍ୟ ଉପସ୍ଥିତ
  • ||
  • ପ୍ରକାଶ ପାଇଲା ସିବିଏସ୍‌ସି ଯୁକ୍ତ ଦୁଇ ପରୀକ୍ଷା ଫଳ; ୮୮. ୩୯% ପାସ୍‌ହାର, ଝିଅଙ୍କୁ ଟପିଲେ ପୁଅ
  • ||
  • ନୂଆପଡ଼ା ଜିଲ୍ଲା ପଣ୍ଡରିପାଣି ଗାଁରେ ବାଘ ଆତଙ୍କ, ଗୁହାଲରେ ପଶି ଗାଈକୁ ଶିକାର କଲା
  • ||
  • ଜମ୍ମୁକାମୀର ସୋପିଆନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ଏନ୍‌କାଉଣ୍ଟରରେ ଜଣେ ଆତଙ୍କୀ ନିହତ
  • ||
  • ପିପିଲିରେ ନାବାଳିକା ଦୁଷ୍କର୍ମ ଅଭିଯୋଗ, ଥାନାରେ ଫେରିବାଲା ଅଟକ
  • ||
  • ରାଜଧାନୀ ଭୁବନେଶ୍ବରରେ ‘ଆମ ବସ୍‌’ ସେବା ଠପ୍‌,ବିନା କାରଣରେ ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ଙ୍କୁ ମାଡ଼ ଅଭିଯୋଗରେ ଆନ୍ଦୋଳନ
  • ||
  • ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଆଜି ଶେଷ ପର୍ଯ୍ୟାୟ ଶୁଣାଣି
  • ||
  • ରାୟାଗଡ଼ ଲୁଟେରାଙ୍କ ଆତଙ୍କ, ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରି ଲୁଟ କଲେ ସୁନା ଓ ରୁପା ଅଳଙ୍କାର
  • ||
  • ଇଣ୍ଡିଗୋ ପରେ ୮ଟି ସହରକୁ ଉଡ଼ାଣ ବାତିଲ କଲା ଏୟାର ଇଣ୍ଡିଆ
  • ||
  • ରାଜଧାନୀରେ ଆତଙ୍କ। ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୮ ଦୁ‍ର୍ବୃତ୍ତ
  • ||
  • ମଙ୍ଗଳବାର ବାହାରିବ ସିବିଏସ୍‌ଇ ରେଜଲ୍ଟ ,ପୂର୍ବାହ୍ନରେ ଦଶମ ଶ୍ରେଣୀ ଓ ଅପରାହ୍ନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ୧୬ ଯାଏ ଭୀଷଣ ଗରମ ଓ ଗୁଳୁଗୁଳି; ଆଜି ଆଣ୍ଡାମାନ ଛୁଇଁପାରେ ମୌସୁମୀ ବାୟୁ
  • ||

କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ ଘଟଣା; ଅଭିଯୁକ୍ତମାନଙ୍କୁ ଗିରଫ ଓ ସୁରକ୍ଷା ବ୍ୟବସ୍ଥା ଦାବିରେ ବ୍ଲକ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

Published By : Prameya | May 13, 2025 1:13 PM

ବିନିକା,୧୩/୦୫: ସୁବର୍ଣ୍ଣପୁର ଜିଲ୍ଲା ବିନିକା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଭୋଜରାଜ ମେହେରଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହିତ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ନ୍ୟାୟ ମିଳୁନଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ସୁରକ୍ଷା ବ୍ୟବସ୍ଥା କରୁନଥିବା ପ୍ରତିବାଦ କରାଯାଇଛି। ଏନେଇ ଆଜି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହିତ ଧାରଣାରେ ବସିଛନ୍ତି । ଜିଲ୍ଲାପାଳ ଏବଂ ବିଡ଼ିଓଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି।

ପ୍ରକାଶ ଥାଉକି, ଗତ ୯ ତାରିଖ ଶୁକ୍ରବାର ଦିନ ସନ୍ଧ୍ୟା ସମୟରେ ମାନ୍ୟବର ବିରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ବ୍ଲକ କାର୍ଯ୍ୟାଳୟକୁ ଆସିଥିଲେ। ବିଡ଼ିଓ ଏବଂ ଏଇଇଙ୍କ ଉପସ୍ଥିତିରେ ମହାଦେବପାଲି ପଞ୍ଚାୟତର କୌଣସି ଏକ କାର୍ଯ୍ୟର ଲେଆଉଟ ଦିଆଯାଉନଥିବା ଘଟଣାକୁ ନେଇ ବିଧାୟକ ଉକ୍ତ ଜେଇ ଉପରେ ବିରକ୍ତି ହୋଇଥିଲେ। ପରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ତାଙ୍କ ସମର୍ଥକଙ୍କୁ ପିଟିବାକୁ ନିର୍ଦ୍ଦେଶ ଦେଇଥିବା ବିନିକା ଥାନାରେ ଅଭିଯୋଗ ହୋଇଛି। ପରେ ବିଧାୟକ,ବିଡ଼ିଓ, ଏବଂ ଏଇଇଙ୍କ ଉପସ୍ଥିତିରେ ବିଜେପି ନେତା ଆକାଶ ନାଏକ, ଭୁବନେଶ୍ୱର ପାତ୍ର ଏବଂ ଅନ୍ୟ ୩ ଜଣ ବ୍ୟକ୍ତି ଜେଇ ଶ୍ରୀ ମେହେରଙ୍କୁ ଅତର୍କିତ ଭାବରେ ଆକ୍ରମଣ କରି ମାଡ଼ ମାରିଥିବା ବିନିକା ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ୪ ଦିନ ବିତିଗଲାଣି ହେଲେ ବି ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ କୌଣସି ମାମଲା ରୁଜୁ କରିନାହିଁ। କାହା ଚାପରେ ପୁଲିସ  ମାମଲା ରୁଜୁ କରୁନାହିଁ ବୋଲି ବ୍ଲକ କର୍ମଚାରୀ ଅଭିଯୋଗ କରିଛନ୍ତି। ଏପଟେ ଅନୁସନ୍ଧାନ ଜାରି ରହିଥିବା ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଜେଇ ଶ୍ରୀ ମେହେରଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏବଂ ବ୍ଲକରେ ହେଉଥିବା ଦାଦାଗିରି ଓ କର୍ମଚାରୀ ମାନଙ୍କୁ ସୁରକ୍ଷା ଉପରେ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନନେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବା ବୋଲି ବ୍ଲକ କର୍ମଚାରୀ ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.