ପ୍ରମୂଖ ଖବର
  • ସମ୍ବଲପୁର: ତପସ୍ବନୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଟ୍ରେନ୍ କାଚ୍
  • ||
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପ୍ରସ୍ତୁତି, ପବିତ୍ର ସ୍ନାନଯାତ୍ରା ଓ ରଥଯାତ୍ରାର ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ବୈଠକ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

‘ଦେଶରେ ସଂରକ୍ଷଣ ଟ୍ରେନ୍‌ର ବଗି ଭଳି ହୋଇଯାଇଛି, ଜାଣନ୍ତୁ କାହିଁକି ଏଭଳି କହିଲେ ସୁପ୍ରିମକୋର୍ଟ

Published By : Prameya | May 6, 2025 6:41 PM

ନୂଆଦିଲ୍ଲୀ,୬।୫: ସୁପ୍ରିମକୋର୍ଟ ଆଜି ମହାରାଷ୍ଟ୍ରର ସ୍ଥାନୀୟ ନିର୍ବାଚନରେ ଓବିସି ସଂରକ୍ଷଣ ବିବାଦ ସମ୍ପର୍କିତ ପ୍ରସଙ୍ଗରେ ଶୁଣାଣି କରିଛନ୍ତି। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଏନ୍‌ କୋଟେଶ୍ବର ସିଂହଙ୍କ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରିଥିଲେ। ଏହି ସମୟରେ କୋର୍ଟ  କହିଛନ୍ତି, ଏହି ଦେଶରେ ସଂରକ୍ଷଣ ଟ୍ରେନ୍‌ର ସେହି ବଗି ଭଳି ହୋଇଯାଇଛି, ଯେଉଁଥିରେ ଯିଏ ପଶେ  ଅନ୍ୟମାନଙ୍କୁ ଭିତରକୁ ଯିବାକୁ  ଦିଏ ନିଏ ନାହିଁ। ଏଭଳି ଏକ ଟିପ୍ପଣୀ ଦେଇଛନ୍ତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ । ଯିଏକି ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଦେଶର ୫୩ ତମ ପ୍ରଧାନ ବିଚାରପତି ପଦର ଶପଥ ଗ୍ରହଣ କରିବେ। ତାଙ୍କ ପୂର୍ବରୁ ୧୪ ମଇରେ ଜଷ୍ଟିସ୍ ବିଆର ଗଭଇ ୫୨ ତମ ସିଜେଆଇ ଭାବରେ ଶପଥ ନେବାକୁ ଯାଉଛନ୍ତି।

ଜଷ୍ଟିସ ସୂର୍ଯ୍ୟକାନ୍ତ ଆହୁରି କହିଛନ୍ତି ଯେ ସାମାଜିକ, ରାଜନୈତିକ କିମ୍ବା ଆର୍ଥିକ ଦୃଷ୍ଟିରୁ ପଛୁଆ ଥିବା ଅଧିକ ବର୍ଗକୁ ଚିହ୍ନଟ କରିବା ସରକାରଙ୍କ ଦାୟିତ୍ୱ। କେବଳ କିଛି ପରିବାର ଏବଂ ଗୋଷ୍ଠୀ ସଂରକ୍ଷଣର ଲାଭ ପାଉଛନ୍ତି। ଏହାର ଲାଭ ବାକି ବଞ୍ଚିତ ଲୋକଙ୍କୁ ମିଳିବା ଉଚିତ୍ ନୁହେଁ କି?ଏହା ସହିତ ଖଣ୍ଡପୀଠ କହିଛନ୍ତି ମହାରାଷ୍ଟ୍ରର ସ୍ଥାନୀୟ ନିର୍ବାଚନରେ ଓବିସି ସଂରକ୍ଷଣର ବିବାଦସ୍ପଦ ପ୍ରସଙ୍ଗ ୨୦୨୨ ରିପୋର୍ଟର ପୂର୍ବଭଳି ରହିବନି। ମାମଲାରେ କୋର୍ଟ ମହାରାଷ୍ଟ୍ର ରାଜ୍ୟ ନିର୍ବାଚନ କମିଶନଙ୍କୁ ରାଜ୍ୟରେ ସ୍ଥାନୀୟ ନିର୍ବାଚନର ନୋଟିଫିକେସନ୍‌ ୪ ସପ୍ତାହ ଭିତରେ ଜାରି କରିବାର ମଧ୍ୟ ନିର୍ଦେଶ ଦେଇଛନ୍ତି। 

ଆବେଦନକାରୀ ପେଶାରେ ବରିଷ୍ଠ ଆଇନଜୀବି ଗୋପାଳ ଶଙ୍କର ନାରାୟଣ। ସେ ଆବେଦନ କରିଥିଲେ ଯେ, ରାଜନୈତିକ ପଛୁଆ ବର୍ଗ ସାମାଜିକ ଓ ଶୈକ୍ଷଣିକ ପଛୁଆ ବର୍ଗଠାରୁ ଅଲଗା। ଏଥିପାଇଁ ଓବିସିକୁ ରାଜନୈତିକ ରୂପରେ ପଛୁଆ ବୋଲି ମାନିହେବନି। ଏହାକୁ ନେଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତ  ଏଭଳି ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି, ଏହି ଦେଶରେ ସଂରକ୍ଷଣର କାରବାର ରେଲଓ୍ବେ ଭଳି ହୋଇଯାଇଛି। ଯେଉଁ ଲୋକ ବଗିରେ ଚଢନ୍ତି, ସେମାନେ ଚାହାନ୍ତି ନାହିଁ ଆଉ କେହି ଭିତରକୁ ଯାଉ। ୨୦୧୬-୧୭ ପରଠାରୁ ମହାରାଷ୍ଟ୍ରରେ ସ୍ଥାନୀୟ ସଂସ୍ଥା ନିର୍ବାଚନ ଅନୁଷ୍ଠିତ ହୋଇନାହିଁ। ଏହାର ମୁଖ୍ୟ କାରଣ ହେଉଛି ଓବିସି ସଂରକ୍ଷଣକୁ ନେଇ ଚାଲିଥିବା ଆଇନଗତ ଲଢ଼େଇ। ୨୦୨୧ ରେ, ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କ ୨୭ ପ୍ରତିଶତ ଓବିସି ସଂରକ୍ଷଣ ଅଧ୍ୟାଦେଶକୁ ଖାରଜ କରିଦେଇଥିଲେ ଏବଂ ଏକ ତ୍ରିସ୍ତରୀୟ ପରୀକ୍ଷଣ ସର୍ତ୍ତ ନିର୍ଦ୍ଧାରିତ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.