ହ୍ୟୁଷ୍ଟନ, ୧୬/୦୬: ଏଥର ବିଶ୍ୱକପ୍‌ର ଜର୍ମାନୀ ଦଳର କୋଚ ଦାୟିତ୍ୱରେ ରହିଥିବା ଜୁଲିଆନ ନଗେଲ୍ସମାନ କନିଷ୍ଠ କୋଚ ସାବ୍ୟସ୍ତ ହୋଇଛନ୍ତି । ତାଙ୍କ ବୟସ ୩୮ ବର୍ଷ । ଏପରିକି ଜର୍ମାନୀ ଦଳର ଗୋଲ୍ କିପର ମାନୁଏଲ ନୁୟର ମଧ୍ୟ ତାଙ୍କ ଠାରୁ ବଡ଼ । ନୁୟରଙ୍କ ବୟସ ୪୦ ବର୍ଷ । ହେଲେ ମ୍ୟାଚ୍ ରଣନୀତି ପ୍ରସ୍ତୁତି କରିବାରେ ମାଷ୍ଟର। 

ଜର୍ମାନୀ ପ୍ରଥମ ମ୍ୟାଚରେ ନବାଗତ କ୍ୟୁରାସାଓକୁ ଭେଟିଥିଲା ଓ ୭-୧ ଗୋଲରେ ବିଜୟ ହାସଲ କରିଥିଲା । କ୍ୟୁରାସାଓ ଦଳର କୋଚ ଡିକ୍ ଆଡଭୋକାଙ୍କ ବୟସ ୭୮ ବର୍ଷ । ସେ ଏଥର ବିଶ୍ୱକପ୍‌ରେ ବୟୋଜ୍ୟେଷ୍ଠ କୋଚ । ରବିବାର ଜର୍ମାନୀ ଓ କ୍ୟୁରାସାଓ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଉଭୟ ଦଳର କୋଚଙ୍କ ମଧ୍ୟରେ ୪୦ ବର୍ଷର ବ୍ୟବଧାନ ରହିଥିଲା ।

ଅଧିକ ପଢ଼ନ୍ତୁ :- FIFA World Cup 2026: ଫିଫା ନିୟମକୁ ଅଣଦେଖା, ଡେରିରେ ଖେଳାଯାଉଛି ବିଶ୍ୱକପ୍ ମ୍ୟାଚ୍,ଏ ପର୍ଯ୍ୟନ୍ତ ୮ଟି ମ୍ୟାଚରେ ଦେଖା ଦେଇଛି ସମସ୍ୟା 

ଜର୍ମାନୀ ୭-୧ ଗୋଲ୍‌ରେ ନବାଗତ କ୍ୟୁରାସାଓକୁ ଗତ ରବିବାର ହରାଇଥିଲା । ଦଳ ପକ୍ଷରୁ ଫେଲିକ୍ସ ନମେଚା, ନିକୋ ସ୍କଲଟରବେକ, କାଇ ହାଭର୍ଜ, ଜମାଲ ମୁସିଆଲା, ନଥାନିଲ ବ୍ରାଉନ ଓ ଡେନିଜ ଉଣ୍ଡାଭ ଗୋଲ୍ କରିଥିଲେ । 

ଜର୍ମାନୀ ୨୩ତମ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବା ପୂର୍ବରୁ ୨୦ଟି ବିଶ୍ୱକପ୍ ଖେଳି ୨୩୨ଟି ଗୋଲ୍କରିସାରିଥିଲା । କ୍ୟୁରାସାଓ ବିପକ୍ଷରେ ୭ଟି ଗୋଲ୍ କରିବା ପରେ ଜର୍ମାନୀ ସର୍ବାଧିକ ଗୋଲ୍ରେ ନୂଆରେକର୍ଡ ସ୍ଥାପନ କରିଛି ।