ନୂଆଦିଲ୍ଲୀ,୧୬/୦୬: ଆମେରିକା, ମେକ୍ସିକୋ ଓ କାନାଡ଼ାରେ ବିଶ୍ୱକପ୍ ଆୟୋଜିତ ହେଉଛି । ପ୍ରତ୍ୟେକ ଦେଶରେ ଟାଇମ ଜୋନ ଭିନ୍ନ ରହିଛି । ତେଣୁ ମ୍ୟାଚ ଗୁଡ଼ିକ ଭିନ୍ନ ଭିନ୍ନ ସମୟରେ ଆରମ୍ଭ ହେଉଛି । କିନ୍ତୁ ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ୪୦ ସେକେଣ୍ଡରୁ ୬ ମିନିଟ ପର୍ଯ୍ୟନ୍ତ ମ୍ୟାଚ ଗୁଡ଼ିକ ବିଳମ୍ବ ହେବାର ନଜିର ରହିଛି । ବିଶେଷ କରି ଟେଲିଭିଜନରେ ମ୍ୟାଚ ଦେଖୁଥିବା ଦର୍ଶକମାନେ ଏହାକୁ ନେଇ ନିରାଶ ବ୍ୟକ୍ତ କରିଛନ୍ତି ।
ଉଦଘାଟନୀ ମ୍ୟାଚ ମେକ୍ସିକୋ ଓ ଦକ୍ଷିଣ ଆଫ୍ର ିକା ମଧ୍ୟରେ ଖେଳାଯାଇଥିଲା । ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ଏହି ମ୍ୟାଚ ୬ ମିନିଟ ବିଳମ୍ବରେ ଆରମ୍ଭ ହୋଇଥିଲା । ଏ ପର୍ଯ୍ୟନ୍ତ ୮ଟି ମ୍ୟାଚରେ ଏଭଳି ସମସ୍ୟା ଦେଖା ଦେଇଛି । ଦକ୍ଷିଣ କୋରିଆ-ଚେକ ଗଣରାଜ୍ୟ ମ୍ୟାଚ ୫୧ ସେକେଣ୍ଡ, କାନାଡ଼ା-ବସନିଆ ଓ ହେର୍ଜେଗୋଭିନା ମ୍ୟାଚ ୨ ମିନିଟ ୨୨ ସେକେଣ୍ଡ, ଆମେରିକା-ପାରାଗୁଏ ମ୍ୟାଚ ୨ ମିନିଟ ୧୯ ସେକେଣ୍ଡ, କତାର-ସ୍ୱିଜରଲାଣ୍ଡ ମ୍ୟାଚ ୪ ମିନିଟ ୫୩ ସେକେଣ୍ଡ, ବ୍ରାଜିଲ-ମରକ୍କୋ ମ୍ୟାଚ ୪ ମିନିଟ ୨୭ ସେକେଣ୍ଡ, ହାଇତି-ସ୍କଟଲାଣ୍ଡ ମ୍ୟାଚ ୨ ମିନିଟ ୪୨ ସେକେଣ୍ଡ ଏବଂ ଅଷ୍ଟ୍ରେଲିଆ ତୁର୍କୀ ମ୍ୟାଚ ୪୦ ସେକେଣ୍ଡ ବିଳମ୍ବରେ ଆରମ୍ଭ ହୋଇଥିଲା ।
ଅଧିକ ପଢ଼ନ୍ତୁ :- Vaibhav Suryavanshi: ଶ୍ରୀଲଙ୍କା ଖେଳାଳିଙ୍କ ସହ ବାକ୍ଯୁଦ୍ଧ ପରେ କାହା ପଦ ଛୁଇଁଲେ ବୈଭବ ? ଭିଡିଓ ଭାଇରାଲ୍
ଫିଫା ଏଥର ମ୍ୟାଚ ପୂର୍ବରୁ ଜାତୀୟ ସଙ୍ଗୀତ ଗାନ ସମୟରେ ପ୍ରତ୍ୟେକ ଦଳର ୨୬ ଜଣ ଖେଳାଳି ଓ କୋଚିଂ ଷ୍ଟାଫ୍ ସାମିଲ ହେବାର ନିୟମ କରିଛି । କିନ୍ତୁ ଏହି ସମୟରେ ଖେଳାଳିମାନେ ପଡ଼ିଆରେ ପ୍ରବେଶ କରିବା ଏବଂ ପଡ଼ିଆ ଛାଡ଼ିବାରେ ବିଳମ୍ବ କରୁଛନ୍ତି । ଏହି ସମସ୍ୟା ହିଁ ପରବର୍ତ୍ତୀ ସମସ୍ତ ପ୍ରକ୍ରିୟାଙ୍କୁ ବିଳମ୍ବ କରି ଦେଉଛି । ଖେଳାଳିମାନେ ବାରମ୍ବର ଫିଫା ନିୟମକୁ ଅଣଦେଖା କରୁଛନ୍ତି ।