ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ସଞ୍ଜୀବ ଖାନ୍ନା; ନଭେମ୍ବର ୧୧ ରେ ଗ୍ରହଣ କରିବେ କାର୍ଯ୍ୟଭାର

Published By : Soubhagya Ranjan | October 24, 2024 10:07 PM

ନୂଆଦିଲ୍ଲୀ,୨୪/୧୦: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସଞ୍ଜୀବ ଖାନ୍ନା। ସେ ନଭେମ୍ବର ୧୧ ରେ କାର୍ଯ୍ୟଭାର ଗ୍ରହଣ କରିବେ। ସେ ଦେଶର ୫୧ ତମ ପ୍ରଧାନ ବିଚାରପତି ହେବେ। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହା ଘୋଷଣା କରିଛନ୍ତି। ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ଼ ତାଙ୍କର ଉତ୍ତରାଧିକାରୀ ଭାବରେ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ସଞ୍ଜୀବ ଖାନ୍ନାଙ୍କ ନାଁ ସୁପାରିଶ କରିଛନ୍ତି। ସରକାର ନିବର୍ତ୍ତମାନ ସିଜେଆଇଙ୍କୁ ଚିଠି ଲେଖି ମେମୋରେଣ୍ଡମ୍ ଅଫ୍ ପ୍ରୋସିସର୍ ଅନୁଯାୟୀ ତାଙ୍କ ସୁପାରିଶ ପଠାଇବାକୁ କହିଥିଲେ। କହିରଖୁଛୁ ଯେ, ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ଼ ଦୁଇ ବର୍ଷ କାର୍ଯ୍ୟକାଳ ପରେ ନଭେମ୍ବର ୧୦ ରେ ଅବସର ନେଉଛନ୍ତି।

କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ଯେ 'ଭାରତର ସମ୍ବିଧାନ ଦ୍ବାରା ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ମାନ୍ୟବର ରାଷ୍ଟ୍ରପତି ଭାରତର ମାନ୍ୟବର ପ୍ରଧାନ ବିଚାରପତିଙ୍କ ସହ ପରାମର୍ଶ କରିବା ପରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ୧୧ ନଭେମ୍ବର ୨୦୨୪ରୁ ଭାରତର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ କରି ଖୁସିବ୍ୟକ୍ତ କରିଛନ୍ତି।'

ଜଷ୍ଟିସ ସଞ୍ଜୀବ ଖାନ୍ନା ୧୯୮୩ ରେ ଦିଲ୍ଲୀ ବାର୍ କାଉନସିଲରେ ପଞ୍ଜୀକୃତ ହୋଇଥିଲେ। ଏଠାରୁ ହିଁ ସେ ତାଙ୍କର ଆଇନଗତ ଯାତ୍ରା ଆରମ୍ଭ କରିଥିଲେ। ପ୍ରାରମ୍ଭରେ ଜଷ୍ଟିସ୍ ଖାନ୍ନା ତିସ୍ ହଜାରୀ ସ୍ଥିତ ଜିଲ୍ଲା କୋର୍ଟରେ ଅଭ୍ୟାସ କରୁଥିଲେ। ଜଷ୍ଟିସ ସଞ୍ଜୀବ ଖାନ୍ନା ସାମ୍ବିଧାନିକ ଆଇନ, ମଧ୍ୟସ୍ଥତା, ବାଣିଜ୍ୟିକ ଆଇନ, କମ୍ପାନୀ ଆଇନ ଏବଂ ଅପରାଧିକ ଆଇନ ସମେତ ବିଭିନ୍ନ କ୍ଷେତ୍ରରେ ଅଭ୍ୟାସ କରିଥିଲେ। ସେ ଆୟକର ବିଭାଗର ସିନିୟର ଷ୍ଟାଣ୍ଡିଂ କାଉନସେଲ ଭାବରେ କାର୍ଯ୍ୟ କରିଥିଲେ। ପରେ ଦିଲ୍ଲୀର ଜାତୀୟ ରାଜଧାନୀ ଅଞ୍ଚଳ ପାଇଁ ଷ୍ଟାଣ୍ଡିଂ କାଉନ୍ସିଲ୍ (ସିଭିଲ୍) ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ। ତାଙ୍କର ମଧ୍ୟ ଅପରାଧିକ ଆଇନରେ ପାରଦର୍ଶିତା ଥିଲା। ସେ ଦିଲ୍ଲୀ ହାଇକୋର୍ଟରେ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଭାବରେ ଅନେକ ମାମଲାରେ ଯୁକ୍ତି ବାଢ଼ିଥିଲେ। ଗୁରୁତ୍ୱପୂର୍ଣ୍ଣ ମାମଲାରେ ଦିଲ୍ଲୀ ହାଇକୋର୍ଟକୁ ସାହାଯ୍ୟ କରିବା ପାଇଁ ପ୍ରାୟତଃ ଆମିକସ୍ କ୍ୟୁରି ଭାବରେ କାର୍ଯ୍ୟ କରିଥିଲେ।  ୨୦୦୫ ରେ ଦିଲ୍ଲୀ ହାଇକୋର୍ଟର ଅତିରିକ୍ତ ଜଜ୍ ଭାବରେ ଜଷ୍ଟିସ୍ ଖାନ୍ନାଙ୍କୁ ଉନ୍ନୀତ କରାଯାଇଥିଲା। ୨୦୦୬ ରେ ସେ ଜଣେ ସ୍ଥାୟୀ ବିଚାରପତି ହୋଇଥିଲେ।

ସଞ୍ଜୀବ ଖାନ୍ନାଙ୍କ ବଡ଼ ନିଷ୍ପତ୍ତି: 

ଜାନୁୟାରୀ ୨୦୧୯ ରେ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହେବା ପୂର୍ବରୁ ଜଷ୍ଟିସ ସଞ୍ଜୀବ ଖାନ୍ନା କୌଣସି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟ କରିନଥିଲେ। ଲୋକସଭା ନିର୍ବାଚନ ସମୟରେ ପ୍ରଚାର କରିବା ପାଇଁ ଜଷ୍ଟିସ୍ ଖାନ୍ନା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ଜଷ୍ଟିସ୍ ଖାନ୍ନା ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ରେ ଦିଆଯାଇଥିବା ଭୋଟର ୧୦୦% ଭିଭିପାଟ୍‌ ଯାଞ୍ଚ ପାଇଁ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ ତମାମ ମାମଲାରେ ଖଣ୍ଡପୀଠଙ୍କର ନେତୃତ୍ବ ନେଉଥିଲେ। ଏହି ଖଣ୍ଡପୀଠ ନିର୍ବାଚନୀ ବଣ୍ଡ ଯୋଜନାକୁ ଅସାମ୍ବିଧାନିକ ଘୋଷଣା କରିଛି। ସବୁପରେ ଧାରା ୩୭୦କୁ ରଦ୍ଦ କରିବା ନିଷ୍ପତ୍ତିକୁ କାଏମ ରଖିଥିବା ପାଞ୍ଚଜଣିଆ ଖଣ୍ଡପୀଠଙ୍କ ମଧ୍ୟରେ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ସାମିଲ ଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.