ନୂଆଦିଲ୍ଲୀ,୧୭।୧୨: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ଉପରେ ଇସ୍ତଫା ଦେବାର ଚାପ ବଢିବାରେ ଲାଗିଛି। ଉପ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ କ୍ରିଷ୍ଟିନା ଫ୍ରିଲେଣ୍ଡଙ୍କ ଇସ୍ତଫା ପରେ ଜଷ୍ଟିନ୍ ଟ୍ରୁଡୋ ବଡ଼ ଅଡୁଆରେ ଫଶି ଯାଇଛନ୍ତି। ଏବେ ତାଙ୍କ ପାର୍ଟିର ସାଂସଦ ତାଙ୍କୁ ଦୁର୍ବଳ ପ୍ରଧାନମନ୍ତ୍ରୀ ବୋଲି କହୁଛନ୍ତି। କାନାଡା ଗଣମାଧ୍ୟମର କହିବା ଅନୁସାରେ, ଟ୍ରୁଡୋ ଏବେ ନିଷ୍ପତ୍ତିନେଇ ନାହାନ୍ତି। ସେ ଇସ୍ତଫା ଦେବେ କିମ୍ବା ପଦବୀରେ ରହିବେ। ହାଉସ ଅଫ୍ କମନ୍ସରେ ୧୫୩ ଆସନ ସହ ଲିବରାଲ ପାର୍ଟିର ସରକାର ଥିଲା। ଏଥିରୁ ୬୦ ସାଂସଦ ଚାହୁଁଛନ୍ତି ଯେ, ଟ୍ରୁଡୋ ପଦ ଛାଡି ଦିଅନ୍ତୁ।

ସୋମବାର କକସ୍‌ର ବୈଠକରେ ଟ୍ରୁଡୋଙ୍କୁ କଡା ବିରୋଧର ସମ୍ମୁଖୀନ ହେବାକୁ ପଡିଛି। କ୍ରିଷ୍ଟିଆ ଫ୍ରିଲାଣ୍ଡେ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, ଏହା ଟ୍ରୁଡୋଙ୍କ ପାଇଁ ଖରାପ ସମୟ। କାନାଡା ପାଇଁ ଭଲ ସମୟ ଆସିବାକୁ ଯାଉଛି। ସେ କହିଛନ୍ତି, ଶୁକ୍ରବାର ଟ୍ରୁଡୋ କହିଛନ୍ତି ତାଙ୍କୁ ଅର୍ଥମନ୍ତ୍ରୀ ଭାବରେ ରଖିବାକୁ ଚାହାନ୍ତି ନାହିଁ, ବଂର କୌଣସି ଅନ୍ୟ କୌଣସି ପଦଦେବାକୁ ପ୍ରସ୍ତୁତ। ଏଭଳି ସ୍ଥିତିରେ ମୁଁ ସଚ୍ଚୋଟତାର ବାଟ ଆପଣେଇ ପଦରୁ ଇସ୍ତଫା ଦେଇଥିଲି।

ଟ୍ରୁଡୋଙ୍କ ଘନିଷ୍ଠ ଡୋମିନିକା ଲେବଲାଙ୍କଙ୍କୁ ନୂଆ ଅର୍ଥମନ୍ତ୍ରୀ କରିବାର ନିଷ୍ପତ୍ତି ନିଆଯାଇଛି। ଏହା ଭିତରେ ଜଷ୍ଟିସ୍ ଟ୍ରୁଡୋ ଏକ କାର୍ଯ୍ୟକ୍ରମ ବେଳେ କହିଛନ୍ତି, ପ୍ରଧାନମନ୍ତ୍ରୀ ଭାବରେ ମୁଁ ଆପଣଙ୍କ ସେବା କରିବା ମୋ ପାଇଁ ଗର୍ବର କଥା। ତେଣୁ ମୁଁ ପ୍ରତିଦିନ ସକାଳେ ଉଠି ସବୁଠାରୁ ପ୍ରଥମେ ଏହା ବିଚାର କରିବି ଯେ, କାନାଡାର ଲୋକ ଦେଶକୁ କିଭଳି ଭଲ ଭାବରେ ତିଆରି କରିବେ। ଏଠାରେ ମଧ୍ୟ ଜଷ୍ଟିନ୍ ଟ୍ରୁଡୋ କୌଣସି ସଙ୍କେତ ଦେଇ ନାହାନ୍ତି। ସେ ପଦରେ ରହିବେ କି ଇସ୍ତଫା ଦେବେ।