ନୂଆଦିଲ୍ଲୀ, ୧୯।୫: ସନାତନ ଧର୍ମରେ ଜ୍ୟେଷ୍ଠ ମାସର ପ୍ରତି ମଙ୍ଗଳବାରକୁ ଅତ୍ୟନ୍ତ ଶୁଭ ଓ ମଙ୍ଗଳମୟ ମାନନ୍ତି, ଯାହାକୁ ଆମେ 'ବଡ଼ ମଙ୍ଗଳବାର' ବୋଲି କହିଥାଉ । ଆଜି ହେଉଛି ଚଳିତ ବର୍ଷର ତୃତୀୟ ବଡ଼ ମଙ୍ଗଳବାର । ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ଦିନ ପ୍ରଭୁ ଶ୍ରୀରାମଙ୍କୁ ତାଙ୍କର ପରମ ଭକ୍ତ ହନୁମାନ ପ୍ରଥମ ଥର ପାଇଁ ଭେଟିଥିଲେ । ସେଥିପାଇଁ ଏହି ମାସରେ ବଜରଙ୍ଗବଲୀଙ୍କ ପୂଜାର୍ଚ୍ଚନା କଲେ ଅନନ୍ତ ଗୁଣା ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆଜିର ଏହି ପବିତ୍ର ଦିନ କିଛି ବିଶେଷ ରାଶିର ଜାତକମାନଙ୍କ ପାଇଁ ଭାଗ୍ୟର ଚାବିକାଠି ଖୋଲିବାକୁ ଯାଉଛି । ସଙ୍କଟମୋଚନ ଶ୍ରୀ ହନୁମାନଙ୍କ ବିଶେଷ କୃପାରୁ ଏହି ରାଶିଗୁଡ଼ିକର ସମସ୍ତ ବାଧାବିଘ୍ନ ଦୂର ହେବ । ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିଗୁଡ଼ିକ ବିଷୟରେ ଏବଂ ଏହି ଦିନର ମହତ୍ତ୍ୱ ଓ ପୂଜା ବିଧି ସମ୍ପର୍କରେ ।

୩ଟି ଭାଗ୍ୟଶାଳୀ ରାଶି:

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ଶକ୍ତି, ସାହସ ଏବଂ ସଫଳତାର ପ୍ରତୀକ ମାନନ୍ତି । ବଜରଙ୍ଗବଲୀ ହେଉଛନ୍ତି ମଙ୍ଗଳ ଗ୍ରହର ଅଧିପତି ଦେବତା । ତେଣୁ ଆଜିର ଦିନରେ କିଛି ଖାସ ରାଶି ଉପରେ ହନୁମାନ ଜୀଙ୍କର ଅପାର କୃପା ବର୍ଷିବାକୁ ଯାଉଛି:

୧. ମେଷ ରାଶି

ମେଷ ହେଉଛି ମଙ୍ଗଳ ଗ୍ରହର ମୂଳତ୍ରିକୋଣ ରାଶି । ଏହି ରାଶିର ବ୍ୟକ୍ତିମାନେ ସ୍ୱଭାବଗତ ଭାବେ ଅତ୍ୟନ୍ତ ସାହସୀ, ଶକ୍ତିଶାଳୀ ଏବ ସଫଳ ନେତୃତ୍ୱ ନେବାର କ୍ଷମତା ରଖନ୍ତି ।

ଶୁଭ ଫଳ: ଆଜିର ବଡ଼ ମଙ୍ଗଳବାର ଏମାନଙ୍କ ପାଇଁ ବେଶ୍ ଲାଭଦାୟକ ପ୍ରମାଣିତ ହେବ । କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନରେ ବଡ଼ ସକାରାତ୍ମକ ପରିବର୍ତ୍ତନ ଦେଖାଦେବ। ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ସଫଳତାର ସହ ପୂରଣ ହେବ ।

୨. ବିଛା ରାଶି

ବିଛା ରାଶି ମଧ୍ୟ ମଙ୍ଗଳ ଗ୍ରହର ଅଧୀନରେ ଆସିଥାଏ । ଏହି ରାଶିର ଜାତକମାନେ ଗଭୀର ଚିନ୍ତାଧାରା ଏବଂ ରଣନୀତି ପ୍ରସ୍ତୁତ କରିବାରେ ମାହିର ହୋଇଥାନ୍ତି ।

ଶୁଭ ଫଳ: ବଡ଼ ମଙ୍ଗଳବାର ପ୍ରଭାବରୁ ଏମାନଙ୍କ ଜୀବନରେ ଚାଲିଥିବା ଗୁପ୍ତ ସମସ୍ୟା ଓ ଶତ୍ରୁ ବାଧା ଦୂର ହେବ । ମାନସିକ ସ୍ତରରେ ଆପଣ ଅଧିକ ଶକ୍ତିଶାଳୀ ଅନୁଭବ କରିବେ। ଆର୍ଥିକ କ୍ଷେତ୍ରରେ ଉନ୍ନତିର ନୂଆ ମାର୍ଗ ଖୋଲିବ ।

​​​​​​​

୩. ମକର ରାଶି

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମକର ରାଶିରେ ମଙ୍ଗଳ ଗ୍ରହ 'ଉଚ୍ଚ' ସ୍ଥିତିରେ ରୁହନ୍ତି, ଯାହା ଦ୍ୱାରା ଏହାର ଶୁଭ ପ୍ରଭାବ ବହୁଗୁଣିତ ହୋଇଯାଏ ।

ଶୁଭ ଫଳ: ମକର ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଆଜିର ଦିନ ଅତ୍ୟନ୍ତ ଫଳଦାୟୀ ରହିବ । ଆପଣଙ୍କ ପରିଶ୍ରମର ପୂର୍ଣ୍ଣ ଫଳ ମିଳିବା ସମୟ ଆସିଯାଇଛି। ବ୍ୟବସାୟ ଓ ଚାକିରିରେ ବଡ଼ ଆର୍ଥିକ ଲାଭ ହେବାର ପ୍ରବଳ ଯୋଗ ରହିଛି ।

ବଡ଼ ମଙ୍ଗଳବାରର ମହତ୍ତ୍ୱ: ଭକ୍ତି, ସେବା ଓ ଦାନର ତ୍ରିବେଣୀ ସଙ୍ଗମ

ବଡ଼ ମଙ୍ଗଳବାର କେବଳ ଏକ ପୂଜା ପାଠର ଦିନ ନୁହେଁ, ବରଂ ଏହା ମାନବ ସେବାର ଏକ ବଡ଼ ମାଧ୍ୟମ । ଏହି ଦିନ ଦେଶର ବିଭିନ୍ନ ସ୍ଥାନରେ, ବିଶେଷ କରି ହନୁମାନ ମନ୍ଦିରଗୁଡ଼ିକରେ ବଡ଼ ବଡ଼ 'ଭଣ୍ଡାରା' ଅର୍ଥାତ୍ ପ୍ରସାଦ ସେବନର ଆୟୋଜନ କରାଯାଇଥାଏ । ଗ୍ରୀଷ୍ମ ଋତୁ ଚାଲିଥିବାରୁ ଏହି ଦିନ ବାଟୋଇମାନଙ୍କୁ ଥଣ୍ଡା ଜଳ, ପଣା କିମ୍ବା ଶରବତ ବଣ୍ଟନ କରିବା ଅତ୍ୟନ୍ତ ପୁଣ୍ୟଦାୟକ ବୋଲି ବିଶ୍ୱାସ କରାଯାଏ । ଗରିବ ଓ ଅସହାୟ ଲୋକଙ୍କୁ ଅନ୍ନ ଓ ବସ୍ତ୍ର ଦାନ କଲେ ବଜରଙ୍ଗବଲୀ ପ୍ରସନ୍ନ ହୋଇ ସମସ୍ତ ସଙ୍କଟ ହରଣ କରିଥାନ୍ତି ।

କେମିତି କରିବେ ବଜରଙ୍ଗବଲୀଙ୍କ ପୂଜା ?

ଆଜିର ଦିନରେ ହନୁମାନ ଜୀଙ୍କୁ ପ୍ରସନ୍ନ କରିବା ପାଇଁ ଏହି ବିଧି ବିଧାନ ଅନୁସରଣ କରନ୍ତୁ:

ପୂଜା ପ୍ରସ୍ତୁତି: ସକାଳୁ ସ୍ନାନ ସାରି ନାଲି ରଙ୍ଗର ବସ୍ତ୍ର ଧାରଣ କରନ୍ତୁ । ନାଲି ରଙ୍ଗ ମଙ୍ଗଳ ଗ୍ରହ ଓ ହନୁମାନ ଜୀଙ୍କର ଅତି ପ୍ରିୟ ।

ମନ୍ଦିର ଦର୍ଶନ: ନିକଟସ୍ଥ ହନୁମାନ ମନ୍ଦିରକୁ ଯାଇ ପ୍ରଭୁଙ୍କ ଦର୍ଶନ କରନ୍ତୁ । ତାଙ୍କ ସମ୍ମୁଖରେ ରଶିଦେଇ ସିନ୍ଦୂର ଏବଂ ଗୁଆଘିଅ ବା ଚାମେଲି ତେଲର ଦୀପ ଜାଳନ୍ତୁ ।

ପାଠ ଓ ଭୋଗ: ମନ୍ଦିରରେ ବସି ଅନ୍ତତଃ ପକ୍ଷେ ୭ ଥର 'ହନୁମାନ ଚାଳିଶା' ପାଠ କରନ୍ତୁ । ସମ୍ଭବ ହେଲେ ଆଜି 'ସୁନ୍ଦରାକାଣ୍ଡ' ପାଠ କରିବା ସବୁଠାରୁ ଶ୍ରେଷ୍ଠ। ପ୍ରଭୁଙ୍କୁ ବୁନ୍ଦି କିମ୍ବା ବେସନ ଲଡୁ ଭୋଗ ଲଗାନ୍ତୁ ।

ବିଶେଷ ମନ୍ତ୍ର: ପୂଜା ସମୟରେ "ଓଁ ହଂ ହନୁମତେ ନମଃ" ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ । ଏହା ଦ୍ୱାରା ଜୀବନର ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଥାଏ । ଆଜିର ଏହି ମହାସଂଯୋଗରେ ବଜରଙ୍ଗବଲୀ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ଆରୋଗ୍ୟ ପ୍ରଦାନ କରନ୍ତୁ, ଏତିକି ପ୍ରାର୍ଥନା ।

ଆହୁରି ପଢ଼ନ୍ତୁ... Today Horoscope: ଏହି ରାଶିର ବ୍ୟକ୍ତି ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ୍....