କଟକ,୨୬/୦୭: ବାଲେଶ୍ୱର  ଏଫ୍‌ଏମ୍‌ କଲେଜ ଛାତ୍ରୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ପୋଡ଼ିଯାଇଥିବା ଜ୍ୟୋତିପ୍ରକାଶ ବିଶ୍ୱାଳ  ଏସ୍‌ସିବି ମେଡିକାଲରୁ ଖୁବ୍‌ ଶୀଘ୍ର ଡିସ୍‌ଚାର୍ଜ  ହେବେ । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ  ଟିମ୍‌ର ବୈଠକ ଆସନ୍ତା ସୋମବାର ହେବାର  ରହିଛି । ମେଡିକାଲ୍‌ ଟିମ୍‌ର ମତାମତ ନିଆଯାଇ ଜ୍ୟୋତିପ୍ରକାଶଙ୍କୁ ଡିସ୍‌ଚାର୍ଜ  କରିବାକୁ ପଦକ୍ଷେପ ନିଅଯିବ । ପ୍ଲାଷ୍ଟିକ୍‌  ସର୍ଜରୀ ବିଭାଗ ତରଫରୁ ଜ୍ୟୋତିଙ୍କ ଅବସ୍ଥା  ସୁଧୁରିଥିବା ନେଇ ରିପୋର୍ଟ ଦିଆଯାଇଛି । କିନ୍ତୁ ଅନ୍ୟ ବିଭାଗର ବିଶେଷଜ୍ଞଙ୍କ ପ୍ରତିକ୍ରିୟା  ଏବେ ଯାଏ ମିଳିନାହିଁ । ତାଙ୍କ ଅବସ୍ଥା ସ୍ଥିର  ଥିବା ଏସ୍‌ସିବି ଅଧୀକ୍ଷକ ଡା. ଗୌତମ  ଶତପଥୀ କହିଛନ୍ତି । 

ସୂଚନାଯୋଗ୍ୟ, ଏଫ୍‌ଏମ୍‌ କଲେଜ  ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନିଆଁରୁ ବଞ୍ଚାଇବାକୁ  ଯାଇ ଜ୍ୟୋତିପ୍ରକାଶଙ୍କ ଶରୀରର ୧୫% ପୋଡ଼ିଯାଇଥିଲା । ତାଙ୍କୁ ଏସ୍‌ସିବିରେ ଚିକିତ୍ସା  କରାଯାଉଥିବା ବେଳେ ଘଟଣା ବାବଦରେ  କ୍ରାଇମ୍‌ବ୍ରାଞ୍ଚ୍‌ ପଚରାଉଚରା କରିଛି । ପୀଡ଼ିତା ଦେହରେ ନିଆଁ ଲାଗିଥିବା ସମୟରେ  ଜ୍ୟୋତି ମୋବାଇଲରେ ଭିଡିଓ କରିଥିଲେ ।  ଜ୍ୟୋତିଙ୍କ ମୋବାଇଲ୍‌ରୁ ଡିଲିଟ୍‌ ହୋଇଥିବା  ଭିଡିଓକୁ ରିଟ୍ରିଭ୍‌ କରାଯାଉଥିବା ଜଣାପଡ଼ିଛି ।