ଭୁବନେଶ୍ୱର ୨୭/୦୭: ଭୁବନେଶ୍ୱର ଫେରିଛନ୍ତି ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀ ନାୟକ । ଓଡ଼ିଆ ସ୍ବରର ହୋଇଛି ମହାବିଜୟ। ରାଜ୍ୟ ପାଇଁ ଗୌରବ ଆଣିଛନ୍ତି କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ। ଲୋକପ୍ରିୟ ରିଅଲିଟି ଶୋ ଇଣ୍ଡିଆନ୍ ଆଇଡଲ୍- ସିଜିନ ୧୬ ର ମୁକୁଟ ପିନ୍ଧିଛନ୍ତି ଓଡ଼ିଆ କଣ୍ଠ ଶିଳ୍ପୀ ଜ୍ୟୋତିର୍ମୟୀ ନାୟକ। ଇଣ୍ଡିଆନ୍ ଆଇଡଲ ରିଅଲିଟି ସୋର ଅନୁଷ୍ଠିତ ଗ୍ରାଣ୍ଡ ଫିନାଲେରେ ସେ ସମସ୍ତ ପ୍ରତିଦ୍ବନ୍ଦ୍ବୀମାନଙ୍କୁ ପଛରେ ପକାଇ ଚାମ୍ପିଅନ୍ ହେବା ସହ ଟ୍ରଫି ଜିତି ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି। ଏହି ସଫଳତାକୁ ନେଇ ଜ୍ୟୋତିର୍ମୟୀ ବେଶ୍ ଖୁସି ହୋଇଥିବା ବେଳେ ତାଙ୍କ ପରିବାର, ନୀଳଗିରି ଅଂଚଳ ବାସୀ ଏବଂ ରାଜ୍ୟବାସୀ ଖୁସି ହୋଇଛନ୍ତି।

ଆହୁରି ପଢ଼ନ୍ତୁ...ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜୟୀ ମୁକୁଟ ପିନ୍ଧିଲେ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ

ଏହି ସମୟରେ ଆଗକୁ ଜ୍ୟୋତିର୍ମୟୀ କ’ଣ କରିବେ ସେ ନେଇ ଆଲୋଚନା କରିଛନ୍ତି। ବଲିଉଡରେ ଏଣ୍ଟ୍ରି କରିବେ ନା ଆଉ କ’ଣ? ଏହାର ଉତ୍ତରରେ ସେ କହିଛନ୍ତି, “ବଲିଉଡରେ ଏଣ୍ଟ୍ରି କରିବା ସମସ୍ତଙ୍କର ଇଚ୍ଛା ଥାଏ। ମୋର ବି ଇଛା ଅଛି। କିନ୍ତୁ ଏହା ଏତେ ସହଜ ନୁହେଁ। ସଫଳତା ପାଇଁ କଠିନ ପରିଶ୍ରମର ଆବଶ୍ୟକତା ରହିଛି। ମୋ ସହ ଥିବା ସବୁ କଣ୍ଟେଷ୍ଟାଣ୍ଟ ଭଲ ଗାଉଥିଲେ। କାହାକୁ କେବେ ଛୋଟ ଭାବିବା ନାହିଁ। ଆମକୁ ଆହୁରି ଆଗକୁ ଯିବାର ଅଛି। କେବେ ବି ହାର ମାନି ବା ନାହିଁ। ଭଲ କାମ ପାଇ ଭଲ ସମୟ ଦରକାର।“ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଭଲ ପାଇବା ମୋତେ ଆଗକୁ ନେଇଛି ବୋଲି କହିଛନ୍ତି ଜ୍ୟୋତିର୍ମୟୀ।