ମୁମ୍ବାଇ, ୨୨/୦୪: ଦକ୍ଷିଣ ଆପ୍ରିକୀୟ ଖେଳାଳି କାଗିସୋ ରବାଡ଼ାଙ୍କ ପାଇଁ ବଢ଼ିଲା ଅଡ଼ୁଆ । ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ମଧ୍ୟରେ ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି । ଏଥର କିନ୍ତୁ ପ୍ରଦର୍ଶନକୁ ନେଇ ନୁହେଁ, ବରଂ ଏକ ଭିଡିଓକୁ ନେଇ । ସୋସିଆଲ୍ ମିଡିଆରେ ତିବ୍ର ଗତିରେ ଭାଇରାଲ୍ ହେଉଛି କ୍ଲିପ୍ । ଗୁଜରାଟ୍ ଟାଇଟନ୍ସର ଏହି ଦ୍ରୁତ ବୋଲ ସିଗାରେଟ୍ ଟାଣୁଥିବା ଦେଖିବାକୁ ମିଳିଛି । ମାତ୍ର ଏହି ଭିଡିଓକୁ କୌଣସି ପ୍ରକାର ସତ୍ୟତା ଏଯାଏ ସାମ୍ନାକୁ ଆସିନାହିଁ ।

ଭିଡିଓରେ କାଗିସୋ ରବାଡା ପରି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କ ସହ କିଛି ଲୋକଙ୍କୁ ଦେଖିବାକୁ ମିଳିଛି । ଯେଉଁମାନେ ଗୁଜରାଟ ଟାଇଟନ୍ସ ସହ ଜଡିତ ଥିବା କୁହାଯାଉଛି। ଅନ୍ୟମାନେ ଛିଡ଼ା ହୋଇଥିବା ବେଳେ ରବାଡ଼ା କିନ୍ତୁ ଏକ ଚେୟାରରେ ବସି ସିଗାରେଟ୍ ପିଉଥିବାର ଦେଖାଯାଉଛି । ତେବେ ଏହି ଭିଡିଓ କେଉଁଠିକାର ଏବଂ କେବେ ଉତ୍ତୋଳନ କରାଯାଇଥିଲା ତାହା ସ୍ପଷ୍ଟ ହୋଇନାହିଁ ।

 

ଏହି ଭିଡିଓ ପରେ ଫ୍ୟାନମାନଙ୍କ ମଧ୍ୟରେ ତର୍କ ଆରମ୍ଭ ହୋଇଛି। କେହି ଏହାକୁ ଖେଳାଳିଙ୍କ ବ୍ୟକ୍ତିଗତ ଜୀବନ ସହ ଯୋଡି ଦେଖୁଛନ୍ତି, ତ ଆଉ କେହି ତାଙ୍କର କ୍ରିକେଟ୍ କ୍ୟାରିୟର ଉପରେ ପ୍ରଶ୍ନ ଛିଡ଼ା କରିଛନ୍ତି । ଆଇପିଏଲରେ ଚଳିତ ସିଜିନରେ ରବାଡାଙ୍କ ଚମତ୍କାର ପ୍ରଦର୍ଶନ ରହିଛି । ସେ ପର୍ପଲ୍ କ୍ୟାପ୍ ଦୌଡ଼ରେ ସପ୍ତମ ସ୍ଥାନରେ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ୬ଟି ମ୍ୟାଚରେ ୧୦ଟି ଓ୍ବିକେଟ୍ ଅକ୍ତିଆର କରିସାରିଛନ୍ତି । ରବାଡାଙ୍କ ଆଭରେଜ୍ ୨୨.୨୦ ରହିଥିବା ବେଳେ ୯.୭୩ ଇକୋନୋମିରେ ସେ ବୋଲି କହିଛନ୍ତି ।

ଡୋପିଂରେ ବ୍ୟାନ୍ ହୋଇଥିଲେ ରବାଡା:​​​​​​​

ଏହି ଭିଡିଓ ଭାଇରାଲ୍ ହେବା ପରେ ରବାଡାଙ୍କ ପାଇଁ ବଢ଼ିଛି ଅଡ଼ୁଆ । ଗତ ଆଇପିଏଲ୍ ସିଜନରେ ସାଉଥ୍ ଆଫ୍ରିକାନ୍ ଆଣ୍ଟି-ଡୋପିଂ ଏଜେନ୍ସି ପକ୍ଷରୁ ତାଙ୍କୁ ଏକ ମାସ ପାଇଁ ପ୍ରତିବନ୍ଧ ଲଗାଯାଇଥିଲା । ଫଳରେ ଅଧାରୁ ଟୁର୍ଣ୍ଣାମେଣ୍ଟ ଛାଡ଼ିବାକୁ ପଡ଼ିଥିଲା ।  ମାତ୍ର ପରେ ପୁଣି ଥରେ ଦଳରେ ସାମିଲ୍ ସହଯୋଗ କରିଥିଲେ ।

ପୂର୍ବରୁ ଚହଲଙ୍କ ଭିଡିଓ ମଧ୍ୟ ଭାଇରାଲ୍:

ଏହାପୂର୍ବରୁ ଚଳିତ ସିଜନରେ ଯୁଜବେନ୍ଦ୍ର ଚହଲଙ୍କ ଏକ କଥିତ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଥିରେ ତାଙ୍କୁ ସ୍ମୋକିଂ ଏବଂ ଡ୍ରାଇଭିଂ କରୁଥିବା ବୋଲି ଦାବି କରାଯାଇଥିଲା। ପରେ ସେ ଭିଡିଓ ତାଙ୍କର ନୁହେଁ ବୋଲି କୁହାଯାଇଥିଲା । ବର୍ତ୍ତମାନ ରବାଡାଙ୍କ ଏହି ଭିଡିଓ ଉପରେ ଖେଳାଳି କିମ୍ବା ଫ୍ରାଞ୍ଚାଇଜି ପକ୍ଷରୁ କୌଣସି ବୟାନ ଆସିନାହିଁ । ଏହି ଚର୍ଚ୍ଚା କେବଳ ସୋସିଆଲ୍ ମିଡିଆରେ ସୀମିତ ହୋଇରହିଛି ।

ଅଧିକ ପଢ଼ନ୍ତୁ- SRH vs DC: ହାତ ବାନ୍ଧି ଅଭିଷେକ ଶର୍ମାଙ୍କ ଶତକ ସେଲିବ୍ରେସନର ଅର୍ଥ କ'ଣ ? କାହାକୁ ଉତ୍ସର୍ଗ କଲେ ସଫଳତା