ପ୍ରମୂଖ ଖବର
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

୨୪ ଘଣ୍ଟା ନପୁରୁଣୁ ବିଜେପି କ୍ୟାମ୍ପରେ ପୂର୍ବତନ ମନ୍ତ୍ରୀ କୈଳାଶ ଗେହଲଟ, କାଲି ଛାଡିଥିଲେ ଆପ୍

Published By : Ankita S | November 18, 2024 2:10 PM

ନୂଆଦିଲ୍ଲୀ,୧୮/୧୧: ଯାହା ଅନୁମାନ କରାଯାଉଥିଲା ତାହା ହେଲା । ଗତକାଲି ଆପ୍ ଛାଡିଥିଲେ । ଆଜି ବିଜେପିରେ ମିଶିଲେ । ୨୪ ଘଣ୍ଟା ନପୁରୁଣୁ ପଦ୍ମ ଶିବିରରେ ଯୋଗ ଦେଇଛନ୍ତି ଦିଲ୍ଲୀ ପୂର୍ବତନ ମନ୍ତ୍ରୀ କୈଳାସ ଗେହଲଟ । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟର ଓ ଅନ୍ୟ ବିଜେପି ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି କୈଳାଶ ।

ବିଜେପିରେ ଯୋଗ ଦେବା ପରେ ପ୍ରତିକ୍ରିୟା ଦେଇ କୈଳାଶ ଗେହଲଟ କହିଛନ୍ତି, ଆମ ଆଦମୀ ପାର୍ଟି ଛାଡିବା ସହଜ ପଦକ୍ଷେପ ନଥିଲା । ଗୋଟିଏ ରାତିରେ ନିଷ୍ପତ୍ତି ନେଇନାହିଁ । ଇଡି ଓ ସିବିଆଇ ଚାପରେ ଦଳ ଛାଡିନାହିଁ । ଯେଉଁମାନେ ଏହାକୁ କାହାଣୀ କରୁଛନ୍ତି ସେ ସବୁ ଭୁଲ । ମୁଁ କେବେ କାହା ଚାପରେ ଆସି କାମ କରିନାହିଁ । ୨୦୧୫ରୁ ମୋ ରାଜନୈତିକ ଜୀବନରେ କାହା ଚାପରେ କେବେ କିଛି କରିନାହିଁ । ଓକିଲାତି ଛାଡି ଆମ ଆଦମୀ ପାର୍ଟିରେ ଯୋଗ ଦେଇଥିଲି । ଦଳର ଶକ୍ତିରେ ଆଶା ଦେଖା ଦେଇଥିଲା । ମୋ ଉଦ୍ଦେଶ୍ୟ କେବଳ ଲୋକଙ୍କ ସେବା କରିବା ଥିଲା ।'

ଦିଲ୍ଲୀ ସରକାରରେ ପରିବହନ ମନ୍ତ୍ରୀ ଥିବା କୈଳାଶ ଗେହଲଟ ଗତକାଲି (ରବିବାର) ଆପରୁ ଇସ୍ତଫା ଦେଇଥିଲେ । ସେ ବିଜେପିରେ ଯୋଗ ଦେବେ ବୋଲି ଅନୁମାନ କରାଯାଉଥିଲା । ୨୪ ଘଣ୍ଟା ନପୁରୁଣୁ ସେ ବିଜେପିରେ ଯୋଗ ଦେଇଛନ୍ତି । ଆଗକୁ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ । ଏହା ପୂର୍ବରୁ ବିଜେପିରେ କୈଳାଶ ମିଶିବା ଆପ୍ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ସେପଟେ କୈଲାଶ ଗେହଲଟ ମନ୍ତ୍ରୀ ପଦ ଛାଡ଼ିବା ପରେ ଏହି ସ୍ଥାନ ଖାଲି ପଡିଥିଲା । ଏହି ସ୍ଥାନରେ ଆପ୍ ନେତା ରଘୁବିନ୍ଦର ସୋକିନଙ୍କୁ ଦିଲ୍ଲୀର ପରିବହନ ମନ୍ତ୍ରୀ ପଦ ମିଳିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.