ନୂଆଦିଲ୍ଲୀ,୨୭/୦୪: ଆସନ୍ତା  ଜୁନ ୩୦ରୁ କୈଳାସ ମାନସରୋବର  ଯାତ୍ରା ଆରମ୍ଭ ହେବ । ଏହା ଅଗଷ୍ଟ ୨୫  ତାରିଖ ପର୍ଯ୍ୟନ୍ତ ଚାଲିବ । ଆବେଦନ ପାଇଁ  ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ୱେବସାଇଟ୍‌  ଖୋଲାଯାଇଛି । ଆବେଦନ କରିବାର ଶେଷ  ତାରିଖ ମେ ୧୩ ରଖାଯାଇଛି । 

ଚଳିତଥର  ଉତ୍ତରାଖଣ୍ଡ ଓ ସିକ୍କିମ ବାଟେ ୧୫ଟି ଟିମ  କୈଳାସ ମାନସରୋବର ଯାତ୍ରା କରିବ ।  ୫ଟି ଟିମ୍‌ରେ ୫୦ ଜଣ ଲେଖାଏ ଯାତ୍ରୀ ଉତ୍ତରାଖଣ୍ଡର ଲିପୁଲେଖ ଦେଇ ଯାତ୍ରା  କରିବେ । ଅନ୍ୟପକ୍ଷରେ ୧୦ଟି ଟିମ୍‌ରେ ୫୦  ଜଣ ଲେଖାଏ ଯାତ୍ରୀ ସିକ୍କିମର ନାଥୁଲା ଦେଇ  ଯିବେ । ଚୀନ୍‌ର କବ୍‌ଜାରେ ଥିବା ତିକ୍ରତ  ଅଞ୍ଚଳରେ ରହିଛି କୈଳାସ ମାନସରୋବର ।  ବିଦେଶ ମନ୍ତ୍ରଣାଳୟ ଏହି ଯାତ୍ରାର ଆୟୋଜନ  କରିଥାଏ । କିନ୍ତୁ ଚୀନ୍‌ ଗତ ୫ ବର୍ଷ ହେଲା  ଭାରତୀୟଙ୍କୁ ଅନୁମତି ଦେଉ ନଥିଲା ।  ଦୁଇଦେଶ ମଧ୍ୟରେ ସୀମା ବିବାଦ ଓ କୋଭିଡ  ମହାମାରୀ ଏହାର କାରଣ ପାଲଟିଥିଲା ।